ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୧୭/୧୦/୨୬ – ବ୍ୟାଙ୍କ ଅଫ ଇଣ୍ଡିଆ, ବାରିପଦା ଅଞ୍ଚଳ ପକ୍ଷରୁ କପ୍ତିପଦା ଓ ବଡ଼ସାହି ଶାଖା ଆନୁକୂଲ୍ୟରେ ଶିମିଳିପାଳ, ଝରିଆ, ବାଛୁରୀପାଳ ଠାରେ ସତର୍କତା ସଚେତନତା ଅଭିଯାନର ଅଂଶସ୍ୱରୂପ ଗ୍ରାମସଭା ମାନ ଆୟୋଜିତ ହୋଇଯାଇଛି । ଏହି ଅଭିଯାନରେ ସ୍ଥାନୀୟ ଜନସାଧାରଣଙ୍କୁ ସତର୍କତା, ସଚ୍ଚୋଟତା ଓ ସ୍ୱଚ୍ଛତାର ଗୁରୁତ୍ୱ ସମ୍ପର୍କରେ ସଚେତନ କରାଯାଇଥିଲା । ଏଥିସହ ଦୁର୍ନୀତି ନିବାରଣ, ସୁରକ୍ଷିତ ବ୍ୟାଙ୍କିଙ୍ଗ ବ୍ୟବସ୍ଥା, ଆର୍ଥିକ ଠକେଇ ଓ ସାଇବର ଅପରାଧରୁ ରକ୍ଷା ପାଇବାର ବିଭିନ୍ନ ଉପାୟ ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ଅବଗତ କରାଯାଇଥିଲା । ଅଭିଯାନରେ ବ୍ୟାଙ୍କ ଅଫ ଇଣ୍ଡିଆର ଭିଜିଲାନ୍ସ ଅଧିକାରୀ ମିଥିଲେଶ କୁମାରଙ୍କ ସମେତ ସ୍ଥାନୀୟ ଶାଖା ପରିଚାଳକ ମାନେ ଯୋଗ ଦେଇଥିଲେ । ତେବେ ଏହି ସତର୍କତା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ବିଭିନ୍ନ ଗ୍ରାମୀଣ ଏବଂ ଅର୍ଦ୍ଧ ସହରାଞ୍ଚଳ ଶାଖା ଅଞ୍ଚଳରେ ଅନୁଷ୍ଠିତ ହୋଇଯାଇଥିବା ଜଣାପଡିଛି । ଏହି ଅଭିଯାନ ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ସତର୍କତା ଓ ସୁରକ୍ଷିତ ଆର୍ଥିକ କାରବାର ସମ୍ପର୍କିତ ସଚେତନତା ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।






