ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ସୁନ୍ଦରଗଡ଼ ଜିଲ୍ଲାସ୍ତରୀୟ ମହିଳା କୃଷକ ଦିବସ ପାଳିତ: ଶସକ୍ତ ମହିଳା କୃଷକ – ସମୃଦ୍ଧ କୃଷି ବ୍ୟବସ୍ଥା

ସୁନ୍ଦରଗଡ଼ ଜିଲ୍ଲାସ୍ତରୀୟ ମହିଳା କୃଷକ ଦିବସ ପାଳିତ: ଶସକ୍ତ ମହିଳା କୃଷକ – ସମୃଦ୍ଧ କୃଷି ବ୍ୟବସ୍ଥା – ସମୀକ୍ଷା ଖବର
ସୁନ୍ଦରଗଡ଼ ଜିଲ୍ଲାସ୍ତରୀୟ ମହିଳା କୃଷକ ଦିବସ ପାଳିତ: ଶସକ୍ତ ମହିଳା କୃଷକ – ସମୃଦ୍ଧ କୃଷି ବ୍ୟବସ୍ଥା – ସମୀକ୍ଷା

ସମୀକ୍ଷା ବ୍ୟୁରୋ ନ୍ୟୁଜ /ସୁନ୍ଦରଗଡ଼:

15 ଅକ୍ଟୋବର୨୦୨୬ ତାରିଖରେ କୃଷି ବିଜ୍ଞାନ କେନ୍ଦ୍ର, ସୁନ୍ଦରଗଡ଼-1 ଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ସୁନ୍ଦରଗଡ଼ଙ୍କ ମିଳିତ ସହଯୋଗରେ ମହିଳା କୃଷକ ଦିବସ ପାଳିତ ହୋଇଯାଇଅଛି । ଏହି ଉପଲକ୍ଷେ ଏକ ଜିଲ୍ଲାର ବିଭିନ୍ନ ବ୍ଲକରୁ 80 ରୁ ଉର୍ଦ୍ଧ୍ୱ ଅଗ୍ରଣୀ ମହିଳା କୃଷକ, ସ୍ୱୟଂ ସହାୟକ ଗୋଷ୍ଠୀ (SHG) ସଦସ୍ୟା, ‘ସମର୍ଥ’ ଛାତ୍ରଛାତ୍ରୀ, କୃଷି ବିଭାଗର ମହିଳା ଅଧିକାରୀ ତଥା କର୍ମଚାରୀନେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ର, ସୁନ୍ଦରଗଡ଼–୧ ର ବରିଷ୍ଠ ବୈଜ୍ଞାନିକ ଏବଂ ମୁଖ୍ୟ ଡ଼ା. ଲକ୍ଷ୍ମୀପ୍ରିୟା ପ୍ରଧାନ ଏହି ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ସେ କୃଷି ଓ ସମ୍ବନ୍ଧିତ କ୍ଷେତ୍ରରେ ମହିଳାମାନଙ୍କ ଭୂମିକା ବିଷୟରେ ଆଲୋଚନା କରି ଏହି କେନ୍ଦ୍ର ଦ୍ୱାରା ମହିଳାମାନଙ୍କ ପାଇଁ ହେଉଥିବା ବିଭିନ୍ନ ପ୍ରଶିକ୍ଷଣ ଓ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସୁନ୍ଦରଗଡ଼ର ଅଧ୍ୟକ୍ଷା ସୁଶ୍ରୀ କୁନ୍ତି ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ଅଭିଭାଷଣରେ ଗ୍ରାମୀଣ ମହିଳାମାନଙ୍କ ଆତ୍ମନିର୍ଭରତା ଓ କୃଷି କ୍ଷେତ୍ରରେ ସେମାନଙ୍କ ଅବଦାନ ବିଷୟରେ ଉଲ୍ଲେଖ କରି ମହିଳା ସଶକ୍ତିକରଣର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ସମ୍ମାନୀତ ଅତିଥିଭାବେ ସୁନ୍ଦରଗଡ଼ର ଉପ-ଜିଲ୍ଲାପାଳ, ସୁଶ୍ରୀ ତେଜସ୍ୱିନୀ ବେହେରା ଯୋଗଦେଇ ମହିଳାମାନେ କୃଷି କ୍ଷେତ୍ରରେ ଉଦ୍ୟୋଗୀ ହେବାପାଇଁ ଉତ୍ସାହିତ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଦିଲ୍ଲିପ କୁମାର ମିଶ୍ର, ସମାଜ ମଙ୍ଗଳ କାର୍ଯ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ସୁଶିଳା ରଥ, ମୃତ୍ତିକା ସଂରକ୍ଷଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଧୂମା ହେମ୍ୱ୍ରମ୍, ଜିଲ୍ଲା ସମବାୟ କାର୍ଯ୍ୟାଳୟର ସହ ନିବନ୍ଧକ ଅମନ କୁମାର ମଣ୍ଡଳ, ରାଜଗାଙ୍ଗପୁର କୃଷି ଜିଲ୍ଲା ଅଧିକାରୀ ନରେଶ ମହାନନ୍ଦ, ଅତିରିକ୍ତ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ଡ଼ା. ସ୍ୱରୂପ ରଞ୍ଜନ ମହାପାତ୍ର, ଆଞ୍ଚଳିକ କୃଷି ଗବେଷଣା ଉପ-କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ଼ଃ ସଜୀବ କୁମାର ବିଶ୍ୱାସୀ ପ୍ରମୁଖ ଯୋଗଦେଇ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ମହିଳା ମାନଙ୍କର ଭୂମିକାର ଭୂୟାସୀ ପ୍ରଶଂସା କରିବା ସହିତ ବିଭିନ୍ନ ସରକାରୀ ଯୋଜନାର ସୁଫଳ ନେବାପାଇଁ ପରାମର୍ଶଦେଇଥିଲେ ।  

ସୁନ୍ଦରଗଡ଼ ଜିଲ୍ଲାସ୍ତରୀୟ ମହିଳା କୃଷକ ଦିବସ ପାଳିତ: ଶସକ୍ତ ମହିଳା କୃଷକ – ସମୃଦ୍ଧ କୃଷି ବ୍ୟବସ୍ଥା – ସମୀକ୍ଷା

ଏହି ଅବସରରେ ମହିଳା କୈନ୍ଦ୍ରୀକ କୃଷି ଜ୍ଞାନକୌଶଳ ଓ ଉଦ୍ୟୋମୀତା ଓ ମହିଳା ମାନଙ୍କ କୃଷି ସମସ୍ୟାର ସାମାଧନ ଉପରେ କୃଷକ-ବୈଜ୍ଞାନିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଆଲୋଚନା କରିବା ସହିତ ଉପସ୍ଥିତ ମହିଳାଚାଷୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଜିଲ୍ଲାର ବିଭିନ୍ନ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ପାରଦର୍ଶିତା ଲାଭକରିଥିବା ପାଞ୍ଚଜଣ ମହିଳାଚାଷୀଙ୍କୁ ଯଥା-ଫୁଲଧୂଡ଼ି ଗ୍ରାମର କମଳା ପ୍ରଧାନ, ଛତୁଚାଷ, ଜିଆଖତ ଓ ମହୁଲର ପ୍ରକ୍ରୀୟାକରଣ, ପେଟଫୋଡ ଗ୍ରାମର ମୌସୁମୀ ବେହେରା ଅଦିନିଆଁ ପନିପରିବା ଚାଷ, ରଣପୁରର ପ୍ରଶାନ୍ତି ନାଏକ କୃଷି ପର୍ଯ୍ୟାବରଣ ପର୍ଯ୍ୟଟନ,  କୁନୁମୁରୁ ଗ୍ରାମର ସରୋଜିନୀ ଲାକ୍ରା ମହୁଲର ପ୍ରକ୍ରିୟାକରଣ, ସାମିନା ଗ୍ରାମର ସନୀତା ପଟେଲ ଛେଳି ପାଳନ ନିମନ୍ତେ ସମ୍ମାନୀତ କରାଯାଇଥିଲା  ।  ଏହି ଉପଲକ୍ଷେ ଆୟୋଜିତ କୁଇଜ ପ୍ରତିଯୋଗିତାରେ ଶ୍ରେଷ୍ଠ 4 ଜଣ ମହିଳାଙ୍କୁ ପୁରଷ୍କୃତ କରାଯାଇଥିଲା ।   ମୃତ୍ତିକା ରସାୟନବିତ୍ ଦିପ୍ତି ପଟେଲ ସଭାଟିକୁ ପରିଚାଳନା କରିଥିଲେ । ଶେଷରେ ଡ଼ଃ. ମନୋଜ କୁମାର ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ, କର୍ମଚାରୀ ତଥା କୃଷି ବିଭାଗର ଅଧିକାରୀମାନେ ସାହାଯ୍ୟ କରିଥିଲେ ।

ସୁନ୍ଦରଗଡ଼ ଜିଲ୍ଲାସ୍ତରୀୟ ମହିଳା କୃଷକ ଦିବସ ପାଳିତ: ଶସକ୍ତ ମହିଳା କୃଷକ – ସମୃଦ୍ଧ କୃଷି ବ୍ୟବସ୍ଥା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ରୁଙ୍ଗଟା ଖଣି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଉଦଯାପିତ