ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ବରଗଡ଼ ଜିଲ୍ଲା ତାଲପାଲି କଲେଜରେ ଅଗ୍ନିକାଣ୍ଡ ବ୍ୟାପକ ସମ୍ପତ୍ତି ନଷ୍ଟ

ବରଗଡ଼ ଜିଲ୍ଲା ତାଲପାଲି କଲେଜରେ ଅଗ୍ନିକାଣ୍ଡ ବ୍ୟାପକ ସମ୍ପତ୍ତି ନଷ୍ଟ – ସମୀକ୍ଷା ଖବର

ଅବିନାଶ ଗଡତିଆ /ବରଗଡ /ସମୀକ୍ଷା ନିୟୁଜ :

20/101/2026: ବରଗଡ଼ ଜିଲ୍ଲା ତାଲପାଲି ସ୍ଥିତ ମହାବିଦ୍ୟାଳୟ ପରିସରରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ସର୍ଟ ସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିବା ପ୍ରାଥମିକ ଅନୁମାନ କରାଯାଉଛି । ଏହି ଅଗ୍ନିକାଣ୍ଡରେ କଲେଜର ଗୁରୁତ୍ୱପୂର୍ଣ୍ଣ ଆସବାବପତ୍ର ସହ ଅନେକ ଜରୁରୀ ଦସ୍ତାବିଜ ପୋଡ଼ି ପାଉଁଶ ହୋଇଯାଇଛି ।ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କଲେଜ ଗୃହରୁ ପ୍ରଥମେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଦେଖୁଦେଖୁ ନିଆଁ କଲେଜର କାର୍ଯ୍ୟାଳୟ ଏବଂ କମ୍ପ୍ୟୁଟର ଲ୍ୟାବ୍‌କୁ ବ୍ୟାପି ଯାଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଏ ସମ୍ପର୍କରେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ ଏବଂ ନିଜ ସ୍ତରରେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ଖବର ପାଇ ବରଗଡ଼ରୁ ଅଗ୍ନିଶମ ବାହିନୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଦୀର୍ଘ ସମୟର ପରିଶ୍ରମ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ । ନିଆଁର ପ୍ରକୋପ ଅଧିକ ଥିବାରୁ କଲେଜର କାର୍ଯ୍ୟାଳୟରେ ଥିବା କମ୍ପ୍ୟୁଟର, ଜେରକ୍ସ ମେସିନ୍, ବହୁମୂଲ୍ୟ ଆସବାବପତ୍ର ଏବଂ ଛାତ୍ରଛାତ୍ରୀଙ୍କର ଅନେକ ଜରୁରୀକାଳୀନ କାଗଜପତ୍ର ପୋଡ଼ି ନଷ୍ଟ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଉଛି । ସୌଭାଗ୍ୟବଶତଃ, ରାତି ସମୟରେ କଲେଜ ବନ୍ଦ ଥିବାରୁ କୌଣସି ଜୀବନହାନି ଘଟିନାହିଁ ଏବଂ ଏକ ବଡ଼ ବିପତ୍ତି ଟଳିଯାଇଛି । ସ୍ଥାନୀୟ ପୋଲିସ ଓ କଲେଜ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ସମୀକ୍ଷା କରିବା ସହ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି । ଲୋକଙ୍କ କହିବା ଅନୁସାରେ କୌଣସି କେଳେଙ୍କାରୀ କାରି କୁ ଲୁକାୟତ କରିବା ପାଇଁ ଏପରି କରାଯାଇଛି।

ବରଗଡ଼ ଜିଲ୍ଲା ତାଲପାଲି କଲେଜରେ ଅଗ୍ନିକାଣ୍ଡ ବ୍ୟାପକ ସମ୍ପତ୍ତି ନଷ୍ଟ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ନକଲି ସମ୍ବଲପୁରୀ ଶାଢ଼ୀ: ବରଗଡ଼ରେବେଆଇନ କାରବାର ସଙ୍କଟରେ ଅସଲି ହସ୍ତତନ୍ତ ବୁଣାକାର