ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

samikshanews

୮୦ତମ ସ୍ଵାଧୀନତା ଦିବସ ଅବସରରେ ବାଲିଗୁଡ଼ାର ମିନିଷ୍ଟାଡିୟଠାରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ପ୍ରଣିତା ଦାସ ଯୋଗଦେଇ ଜାତୀୟ ପତକା ଉତ୍ତୋଳନ କଲେ – ସମୀକ୍ଷା ଖବର

୮୦ତମ ସ୍ଵାଧୀନତା ଦିବସ ଅବସରରେ ବାଲିଗୁଡ଼ାର ମିନିଷ୍ଟାଡିୟଠାରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ପ୍ରଣିତା ଦାସ ଯୋଗଦେଇ ଜାତୀୟ ପତକା ଉତ୍ତୋଳନ କଲେ

ମହେଶ୍ୱର ଦିଗାଳ/ ଡିଭିଜନାଲ ସାମ୍ବାଦିକ/ ସମୀକ୍ଷାନିୟୁଜ/ ବାଲିଗୁଡ଼ା ତା- ୧୫/୦୮/୨୦୨୬ ଦେଶର ୮୦ତମ ସ୍ଵାଧୀନତା ଦିବସ ଅବସରରେ ବାଲିଗୁଡ଼ାର ମିନିଷ୍ଟାଡିୟଠାରେ ଉତ୍ସାହ ଓ ଦେଶାତ୍ମକ ବୋଧର ପରିବେଶରେ ସ୍ୱାଧୀନତା ଦିବସ ପାଳିତ ହୋଇଛି । ଏହି ଉତ୍ସବରେ ବାଲିଗୁଡା ଉପଖଣ୍ଡ ଉପଜିଲ୍ଲାପାଳ ପ୍ରଣିତା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତକା ଉତ୍ତୋଳନ କରିଥିଲେ । ପତାକା ଉତ୍ତୋଳନ ପରେ ଜାତୀୟ ସଙ୍ଗିତ ଗାନ କରାଯାଇଥିଲା । ଏହା ପରେ ସ୍ୱାଧିନତା ସଂଗ୍ରାମୀ ସଂଗ୍ରାମୀ…

Read More
ସୁବର୍ଣ୍ଣପୁର: ସ୍ବାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ – ସମୀକ୍ଷା ଖବର

ସୁବର୍ଣ୍ଣପୁର: ସ୍ବାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ

ରଞ୍ଜନ ହୋତା/ସ୍ୱତନ୍ତ୍ର ପ୍ରତିନିଧି /ସୁବର୍ଣ୍ଣପୁର, ୧୬-୦୮: ସ୍ବାଧୀନତା ଦିବସ ଅବସରରେ ଗତ କାଲି ସୁବର୍ଣ୍ଣପୁର ଗାନ୍ଧି ଷ୍ଟାଡିୟମ୍ ଠାରେ ଜିଲ୍ଲା ପ୍ରଶାସନ ଏକାଦଶ ଓ ନଗରପାଳ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼.ନୃପ ରାଜ ସାହୁ , ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପଧାନ, ଅତିରିକ୍ତ ଏସପି କେ କେ ହରିପ୍ରସାଦ ଓ ପୌର ପରିଷଦ ଅଧ୍ଯକ୍ଷା ତାମସୀ ତମସ୍ମିତା…

Read More
ସମୀକ୍ଷା ନ୍ୟୁଜ୍‌ର ପ୍ରଭାବ: ତାଳଚେର ବାଘୁଆବୋଲ ଛକରେ ଜଳିଲା ହାଇମାଷ୍ଟ ଲାଇଟ୍‌ – ସମୀକ୍ଷା ଖବର

ସମୀକ୍ଷା ନ୍ୟୁଜ୍‌ର ପ୍ରଭାବ: ତାଳଚେର ବାଘୁଆବୋଲ ଛକରେ ଜଳିଲା ହାଇମାଷ୍ଟ ଲାଇଟ୍‌

ପୁଲକେଶ୍ୱର ମିଶ୍ର /ସ୍ୱତନ୍ତ୍ର ପ୍ରତିନିଧି, ସମୀକ୍ଷା ନ୍ୟୁଜ୍‌/ ତାଳଚେର, ଅନୁଗୋଳ: ​ତାଳଚେର ବ୍ଲକ ଅନ୍ତର୍ଗତ ପ୍ରମୁଖ ବାଘୁଆବୋଲ ଛକରେ ଦୀର୍ଘ ଦିନ ଧରି ଅଚଳ ହୋଇ ପଡ଼ିରହିଥିବା ହାଇମାଷ୍ଟ ଲାଇଟ୍‌ ଶେଷରେ କାର୍ଯ୍ୟକ୍ଷମ ହୋଇଛି। ପ୍ରକାଶ ଥାଉକି, ମାତ୍ର ୫ ଦିନ ପୂର୍ବରୁ ଏହି ସମସ୍ୟା ଉପରେ ‘ସମୀକ୍ଷା ନ୍ୟୁଜ୍‌’ ଖବରକାଗଜରେ ଏକ ସ୍ୱତନ୍ତ୍ର ଖବର ପ୍ରକାଶ ପାଇଥିଲା। ଲାଇଟ୍ ସ୍ଥାପନ କରାଯାଇଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିଲା। ଖବର ପ୍ରସାରଣ…

Read More
ଜାତୀୟ ପତାକା ଉତ୍ତୋଳନ କଲେ ବରଗଡ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ: ୮୦ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ – ସମୀକ୍ଷା ଖବର

ଜାତୀୟ ପତାକା ଉତ୍ତୋଳନ କଲେ ବରଗଡ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ: ୮୦ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ

• ସାନନ୍ଦ ମହାପାତ୍ର / ସ୍ଵତନ୍ତ୍ର ପ୍ରତିନିଧି / ବରଗଡ : ୧୫.୦୮.୨୦୨୬: ବରଗଡ଼ ରାଜରାସ୍ତାରେ ଆଜି ୮୦ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସମ୍ମାନନୀୟ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ପରେ ବରଗଡ ଜିଲ୍ଲାର ପଦ୍ମ ପୁରସ୍କାର ପ୍ରାପ୍ତ ଓ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା…

Read More
ଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀର ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କଲେ: ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ  ପାଳିତ – ସମୀକ୍ଷା ଖବର

ଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀର ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କଲେ: ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ  ପାଳିତ

ଲିପିକା ଦାସ /ସ୍ୱତନ୍ତ୍ର ପ୍ରତିନିଧି /ସମୀକ୍ଷା ନିୟୁଜ /ରାଉରକେଲା, ୧୫/୮/ ୨୦୨୬ : ରାଉରକେଲାର ଉଦିତନଗର ପଡ଼ିଆଠାରେ ୮୦ ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳନ କରାଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମର ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ l ଏହି ଅବସରରେ ସେ ଭାରତର ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇଥିବା ବିଶିଷ୍ଟ ସ୍ଵାଧୀନତା…

Read More
ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କଲେ: କଳାହାଣ୍ଡିରେ ଧୁମଧାମରେ ପାଳିତ ୮୦ତମ ସ୍ୱାଧୀନତା ଦିବସ – ସମୀକ୍ଷା ଖବର

ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କଲେ: କଳାହାଣ୍ଡିରେ ଧୁମଧାମରେ ପାଳିତ ୮୦ତମ ସ୍ୱାଧୀନତା ଦିବସ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି: ଭବାନୀପାଟଣା, ୧୫/୦୮/୨୦୨୬: କଳାହାଣ୍ଡି ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଶନିବାର ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ଠାରେ ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ପ୍ରାତଃକାଳୀନ ରାମଧୁନ୍‌, ପ୍ରଭାତଫେରି ଏବଂ ସହରର ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।ଷ୍ଟାଡିୟମ୍‌ରେ ଆୟୋଜିତ ମୁଖ୍ୟ ସମାରୋହରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ବିଭାଗର ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।…

Read More
ଧଉଳି ଚାରୁକଳା ମହାବିଦ୍ୟାଳୟ : ଚିତ୍ରରେ ପ୍ରଦର୍ଶିତ ସ୍ୱାଧୀନତାର ମାହାତ୍ମ୍ୟ ନିଆରା ଢଙ୍ଗରେ ୮୦ ତମ ସ୍ୱାଧୀନତା ଦିବସ ପାଳନ – ସମୀକ୍ଷା ଖବର

ଧଉଳି ଚାରୁକଳା ମହାବିଦ୍ୟାଳୟ : ଚିତ୍ରରେ ପ୍ରଦର୍ଶିତ ସ୍ୱାଧୀନତାର ମାହାତ୍ମ୍ୟ ନିଆରା ଢଙ୍ଗରେ ୮୦ ତମ ସ୍ୱାଧୀନତା ଦିବସ ପାଳନ

ଭୁବନେଶ୍ୱର/(ସମୀକ୍ଷା ନ୍ୟୁଜ)୧୫/୮/୨୦୨୬: ଶାନ୍ତିସ୍ତୂପ ନିକଟସ୍ଥ ଧଉଳି ଚାରୁକଳା ମହାବିଦ୍ୟାଳୟରେ ଭାରତର ୮୦ ତମ ସ୍ୱାଧୀନତା ଦିବସକୁ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନିଆରା ଢଙ୍ଗରେ ପାଳନ କରାଯାଇଛି।ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ତଥା ମହାବିଦ୍ୟାଳୟର ଅଧକ୍ଷ ଡ. ପଞ୍ଚାନନ ସାମଲଙ୍କ ତତ୍ତ୍ୱାବଧାନରେ ଅତିଥି ଅଧ୍ୟାପକ ସର୍ଫୁଦ୍ଦିନ୍ ଏହେମ୍ମଦଙ୍କ ଦ୍ଵାରା କାନଭାସରେ ଅଙ୍କନ କରାଯାଇଛି ୮୦ ବର୍ଷର ସ୍ୱାଧୀନତାର ମାହାତ୍ମ୍ୟ ଯାହା ସମସ୍ତଙ୍କ ମଧ୍ୟରେ ଦେଶପ୍ରେମକୁ ଜାଗ୍ରତ କରିଥିଲା।ପ୍ରାରମ୍ଭରେ ମହାବିଦ୍ୟାଳୟର କାର୍ଯ୍ୟକାରୀ ସଭାପତି ପ୍ରଫେସର ଡ. ହୃଷିକେଶ ମିଶ୍ରଙ୍କ ଦ୍ୱାରା ଜାତୀୟ ପତାକା…

Read More
କପ୍ତିପଦା: କାଳ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଯୁବକ ମୃତ, ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର – ସମୀକ୍ଷା ଖବର

କପ୍ତିପଦା: କାଳ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଯୁବକ ମୃତ, ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର

​ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/ ୧୬/୦୮/୨୬ (ସମୀକ୍ଷା ନ୍ୟୁଜ): ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ଗୋଡ଼ଗାଁ ଗ୍ରାମରେ ଏକ ମର୍ମନ୍ତୁଦ ଅଘଟଣ ଘଟିଛି। କାଳ ନଦୀରେ ଗାଧୋଉଥିବା ସମୟରେ ହଠାତ୍ ପ୍ରଖର ସ୍ରୋତ ଆସିବାରୁ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଥିଲେ। ନିଖୋଜ ଯୁବକ ଜଣକ ହେଲେ ଗୋଡ଼ଗାଁ ଗ୍ରାମର ସିପୁନ ମଢେଇ।​ମିଳିଥିବା ସୂଚନା ଅନୁଯାୟୀ, ସିପୁନ ନିଜର ଜଣେ ସାଙ୍ଗଙ୍କ ସହ କାଳ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଉଭୟେ ନଦୀରେ ଗାଧୋଉଥିବା ସମୟରେ…

Read More
ମାଲକାନଗିରିରେ ମହାସମାରୋହରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ – ସମୀକ୍ଷା ଖବର

ମାଲକାନଗିରିରେ ମହାସମାରୋହରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୧୫/୦୮/୨୬: ମାଲକାନଗିରି ଡିଏନ୍‌କେ ପଡ଼ିଆଠାରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ସମାରୋହରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପ୍ୟାରେଡ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ…

Read More
କଳାହାଣ୍ଡିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା :ଚାଷୀଙ୍କ ସହ ସିଧାସଳଖ ଯୋଗାଯୋଗ, ଶୀତଳ ଭଣ୍ଡାର ସ୍ଥାପନ ଉପରେ ଗୁରୁତ୍ୱ – ସମୀକ୍ଷା ଖବର

କଳାହାଣ୍ଡିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା :ଚାଷୀଙ୍କ ସହ ସିଧାସଳଖ ଯୋଗାଯୋଗ, ଶୀତଳ ଭଣ୍ଡାର ସ୍ଥାପନ ଉପରେ ଗୁରୁତ୍ୱ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି/ ୧୫/୦୮: ଭବାନୀପାଟଣା: ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ଅବସରରେ ଜିଲ୍ଲାର କୃଷି ଓ ଉଦ୍ୟାନ କୃଷି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାର କାର୍ଯ୍ୟକାରିତା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।ବୈଠକରେ ଚାଷୀଙ୍କ ସମସ୍ୟା, କୃଷି ଉତ୍ପାଦନ ବୃଦ୍ଧି, ବୈଜ୍ଞାନିକ ଚାଷ ପଦ୍ଧତି, ଫସଲର ଉଚିତ ପରିଚାଳନା ଏବଂ ଉତ୍ପାଦିତ କୃଷି ସାମଗ୍ରୀର ସଂରକ୍ଷଣ ସୁବିଧା ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ କହିଥିଲେ ଯେ, କୃଷି ବିଭାଗର ମୂଳସ୍ତରୀୟ କର୍ମଚାରୀମାନେ କେବଳ କାର୍ଯ୍ୟାଳୟରେ ସୀମିତ ନ ରହି ନିୟମିତ ଭାବେ ଚାଷୀଙ୍କ ସହ ସିଧାସଳଖ ଯୋଗାଯୋଗ ସ୍ଥାପନ କରିବା ଆବଶ୍ୟକ। ଚାଷୀଙ୍କ ମୋବାଇଲ ନମ୍ବର ସଂଗ୍ରହ କରି କିସାନ କଲ୍ ସେଣ୍ଟର ମାଧ୍ୟମରେ କୃଷି ସମ୍ବନ୍ଧୀୟ ଆବଶ୍ୟକୀୟ ସୂଚନା ଓ ପରାମର୍ଶ ନିୟମିତ ଭାବେ ପହଞ୍ଚାଇବାକୁ ସେ ଗୁରୁତ୍ୱ ଦେଇଥିଲେ। ଏହା ଦ୍ୱାରା ଚାଷୀମାନେ ସଠିକ୍ ସମୟରେ ଉପଯୁକ୍ତ ନିଷ୍ପତ୍ତି ନେଇ କୃଷି ଉତ୍ପାଦନ ସହ ଆୟ ବୃଦ୍ଧି କରିପାରିବେ ବୋଲି ସେ କହିଥିଲେ।ସେହିପରି, ଚାଷୀମାନେ ଉତ୍ପାଦିତ ଫସଲକୁ ସୁରକ୍ଷିତ ଭାବେ ସଂରକ୍ଷଣ କରି ଉଚିତ ସମୟରେ ବିକ୍ରୟ କରିପାରିବା ପାଇଁ ଉପଖଣ୍ଡସ୍ତରରେ ଅଧିକ ସଂଖ୍ୟକ ଶୀତଳ ଭଣ୍ଡାର ସ୍ଥାପନ ଉପରେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଶୀତଳ ଭଣ୍ଡାର ବ୍ୟବସ୍ଥା ବୃଦ୍ଧି ହେଲେ ଫସଲ ନଷ୍ଟ ହ୍ରାସ ପାଇବା ସହ ଚାଷୀମାନେ ଉଚିତ ମୂଲ୍ୟ ପାଇ ଆୟ ବୃଦ୍ଧି କରିପାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।ବୈଠକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଅଜିତ କୁମାର ମହାପାତ୍ର, ଉପନିର୍ଦ୍ଦେଶକ ଉଦ୍ୟାନ କୃଷି ଶ୍ରୀ ଅଜୟ ପ୍ରଧାନଙ୍କ ସମେତ କୃଷି ଓ ଉଦ୍ୟାନ କୃଷି ବିଭାଗର ବିଭିନ୍ନ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Read More