ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ବରଗଡ଼ ମୟୂରଭଞ୍ଜ ଜଗତସିଂହପୁର ନୂଆପଡ଼ା ବଲାଙ୍ଗୀର କଟକ ସୁବର୍ଣ୍ଣପୁର
ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଭଉଣୀକୁ ଛାଡ଼ିବାକୁ ଯାଉଥିବା ଭାଇ ମୃତ, ୪ ଗୁରୁତର – ସମୀକ୍ଷା ଖବର

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଭଉଣୀକୁ ଛାଡ଼ିବାକୁ ଯାଉଥିବା ଭାଇ ମୃତ, ୪ ଗୁରୁତର

ଯଶୋବନ୍ତ ପରିଡା/_ କପ୍ତିପଦା ଉପଖଣ୍ଡ, ୨୯/୦୮/୨୬/_ (ସମୀକ୍ଷା ନ୍ୟୁଜ):​ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଶିଳଘାଟି ଜଙ୍ଗଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭଉଣୀ ଓ ଭଣଜାଙ୍କୁ ଶଶୁରଘରକୁ ଛାଡ଼ିବାକୁ ଯାଉଥିବା ସମୟରେ ପଛପଟୁ ଏକ ଦ୍ରୁତଗାମୀ ବୁଲେଟ୍ ଧକ୍କା ଦେବାରୁ ଭାଇଙ୍କର ମୃତ୍ୟୁ ହୋଇଛି ଏବଂ ଭଉଣୀ ଓ ଭଣଜାଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି।​ମିଳିଥିବା ସୂଚନା ଅନୁଯାୟୀ, ଖୁଣ୍ଟା ଥାନା ଅଧୀନ ଶିଆଳିଆ (ଖ) ଗ୍ରାମର ଚାନ୍ଦୁ ହାଁସଦାଙ୍କ…

Read More
ମୋବାଇଲରୁ ପ୍ରମାଣ ଲିଭାଇବା ଏବଂ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ମୟୂରଭଞ୍ଜ କପ୍ତିପଦାର ନିମାଇଁ ମୁର୍ମୁଙ୍କ ଗୁହାରି – ସମୀକ୍ଷା ଖବର

ମୋବାଇଲରୁ ପ୍ରମାଣ ଲିଭାଇବା ଏବଂ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ମୟୂରଭଞ୍ଜ କପ୍ତିପଦାର ନିମାଇଁ ମୁର୍ମୁଙ୍କ ଗୁହାରି

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ, ୨୮/୦୮/୨୬/ (ସମୀକ୍ଷା ନ୍ୟୁଜ): ​ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ନେଦାମ ଗ୍ରାମର ନିମାଇଁ ମୁର୍ମୁ (ପିତା- ମୁଦୁଲି ମୁର୍ମୁ) ତାଙ୍କ ପରିବାର ଉପରେ ହୋଇଥିବା ମାଡ଼ପିଟ୍, ମୋବାଇଲରୁ ପ୍ରମାଣ ନଷ୍ଟ ଏବଂ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ନିକଟରେ ଦୃଢ଼ ଦାବି କରିଛନ୍ତି।ପୂର୍ବରୁ ନିମାଇଁଙ୍କ ପରିବାର ସହ ଘଟିଥିବା ଏକ ହିଂସାକାଣ୍ଡକୁ ନେଇ ତାଙ୍କ ସ୍ତ୍ରୀ…

Read More
ରାଉରକେଲା: ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ଅବସରରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ – ସମୀକ୍ଷା ଖବର

ରାଉରକେଲା: ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ଅବସରରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଲିପିକା ଦାସ /ସ୍ୱତନ୍ତ୍ର ପ୍ରତିନିଧି /ସମୀକ୍ଷା ନିୟୁଜ /ରାଉରକେଲା:ସୁନ୍ଦରଗଡ଼, ୨୮/୦୮/୨୬: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଯୁଗାନ୍ତକାରୀ ଯୋଜନା “ସୁଭଦ୍ରା” ଅନ୍ତର୍ଗତ ଆଜି ସମଗ୍ର ରାଜ୍ୟର ହିତାଧିକାରୀ ମାନଙ୍କୁ ପଞ୍ଚମ କିସ୍ତି ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆଜି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଓଡ଼ିଶା ବିଧାନସଭାର ମାନ୍ୟବର ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ସନ୍ତୋଷ ଅମାତ, ସୁନ୍ଦରଗଡ଼ ପୌର…

Read More
ବୁର୍ଲାରେ ଦିନ ଦ୍ୱିପ୍ରହରରେ ଗୁଳିକାଣ୍ଡମାଂସ ବ୍ୟବସାୟୀଙ୍କୁ ୩ ରାଉଣ୍ଡ ଗୁଳିମାଡ଼,ଘଟଣାସ୍ଥଳରେ ମୃତ୍ୟୁ; ଅଭିଯୁକ୍ତ ଅଟକ – ସମୀକ୍ଷା ଖବର

ବୁର୍ଲାରେ ଦିନ ଦ୍ୱିପ୍ରହରରେ ଗୁଳିକାଣ୍ଡମାଂସ ବ୍ୟବସାୟୀଙ୍କୁ ୩ ରାଉଣ୍ଡ ଗୁଳିମାଡ଼,ଘଟଣାସ୍ଥଳରେ ମୃତ୍ୟୁ; ଅଭିଯୁକ୍ତ ଅଟକ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି : ବୁର୍ଲା : ସମ୍ବଲପୁର ଜିଲ୍ଲା ବୁର୍ଲା ସହରରେ ଦିନ ଦ୍ୱିପ୍ରହରରେ ଗୁଳିକାଣ୍ଡକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି l ବୁର୍ଲା କିଭା ଛକ ନିକଟରେ ଜଣେ ମାଂସ ବ୍ୟବସାୟୀଙ୍କୁ ଲକ୍ଷ୍ୟ କରି ୩ ରାଉଣ୍ଡ ଗୁଳି ଚଳାଯାଇଥିବା ବେଳେ ଘଟଣାସ୍ଥଳରେ ମହମ୍ମଦ ଅନିସ କାଦରୀଙ୍କ ମୃତ୍ୟୁ ଘଟିଛି l ଦିନ ଦ୍ୱିପ୍ରହରରେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏଭଳି ଗୁଳିକାଣ୍ଡ ଘଟଣା ସାଧାରଣରେ ଭୟର ବାତାବରଣ ସୃଷ୍ଟି କରିଛି l ସୂଚନା…

Read More
ଭବାନୀପାଟଣାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ – ସମୀକ୍ଷା ଖବର

ଭବାନୀପାଟଣାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡିଭବାନୀପାଟଣା, ୨୮ ଅଗଷ୍ଟ ୨୦୨୬ : ରକ୍ଷାବନ୍ଧନ ଅବସରରେ ଓଡ଼ିଶା ସରକାରଙ୍କ ଉଦ୍ୟମରେ ଜିଲ୍ଲା ସ୍ତରୀୟ ସୁଭଦ୍ରା ଯୋଜନାର ପ୍ରଦାନ ସମାରୋହ  କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଟାଉନ୍ ହଲ୍‌ଠାରେ ଆୟୋଜିତ ହୋଇଯାଇଛି।  ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରଦୀପ ବଳ ସାମନ୍ତ ମାନ୍ୟବର ମନ୍ତ୍ରୀ ସମବାୟ, ହସ୍ତତନ୍ତ ଓ ବୟନ ଏବଂ ହସ୍ତଶିଳ୍ପ ବିଭାଗର ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଧର୍ମଗଡ଼ ଓ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସୁଧୀର ରଞ୍ଜନ ପଟ୍ଟାଯୋଷୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲାପାଳ ଶ୍ରୀ ସଚିନ ପୱାର ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ, ଉପଜିଲ୍ଲାପାଳ, ଭବାନୀପାଟଣା ଶ୍ରୀ ପ୍ରଭାତ ପରିଡ଼ା , ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ମୁଜିବୁନ ନିଶା, ଜିଲ୍ଲା ସଂସ୍କୃତିକ ଅଧିକାରୀ ଶ୍ରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସାଇଲେନ୍ଦୁ ଶେଖର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ତଥା ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ କଲ୍ୟାଣ ଅଧିକାରୀ ଶ୍ରୀ ଦିନେଶ କୁମାର କହଁର, ଉପ ନିର୍ଦେଶକ ପ୍ଲାନିଂ ଶ୍ରୀ ଶ୍ରୀକାନ୍ତ ଦଳେଇ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଚନ୍ଦନ କୁମାର ଭୋଈ ଓ ସମସ୍ତ ବ୍ଲକର ଶିଶୁ ସୁରକ୍ଷା ଅଧିକାରୀ ତଥା ସୁଭଦ୍ରା ଯୋଜନା ହିତାଧିକାରୀ ମାନେ ଉପସ୍ଥିତ ଥିଲେ।ଏହି ଅବସରରେ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ, ସ୍ୱାବଲମ୍ବୀ ଓ ସମ୍ମାନଜନକ ଜୀବନଯାପନ ପାଇଁ ସୁଯୋଗ ପ୍ରଦାନ କରୁଥିବା ଏକ ଐତିହାସିକ ପଦକ୍ଷେପ। ଏହି ଆର୍ଥିକ ସହାୟତାକୁ ମହିଳାମାନେ ପରିବାରର ଆବଶ୍ୟକତା ପୂରଣ, ପିଲାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଛୋଟ ବ୍ୟବସାୟ ଆଦିରେ ବ୍ୟବହାର କରି ପରିବାରର ଆର୍ଥିକ ଉନ୍ନତିରେ ଭାଗୀଦାର ହେଉଛନ୍ତି।କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ଉଦ୍ଦେଶ୍ୟ, କାର୍ଯ୍ୟକଳାପ ଏବଂ ଏହାର ସଫଳ କାହାଣୀ ସମ୍ପର୍କରେ ଉପସ୍ଥିତ ଲାଭାନ୍ୱିତା ଓ ଅତିଥିମାନଙ୍କୁ ଅବଗତ କରାଯାଇଥିଲା। ଏଥିସହ କଳାହାଣ୍ଡି ଜିଲ୍ଲାରେ ସୁଭଦ୍ରା ଯୋଜନାର କାର୍ଯ୍ୟାନ୍ୱୟନ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ତଥ୍ୟ ଉପସ୍ଥାପନ କରିଥିଲେ। ଏହାପରେ ନୟାଗଡ଼ ଜିଲ୍ଲାରେ ଆୟୋଜିତ ରାଜ୍ୟସ୍ତରୀୟ ସୁଭଦ୍ରା କାର୍ଯ୍ୟକ୍ରମର ଲାଇଭ୍ ପ୍ରସାରଣ ଭବାନୀପାଟଣା ଟାଉନ୍ ହଲ୍‌ଠାରେ ଉପସ୍ଥିତ ସମସ୍ତେ ଦେଖିଥିଲେ। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।ସୁଭଦ୍ରା ଯୋଜନା ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲାର ୪,୦୮,୫୭୧ ଜଣ ଲାଭାନ୍ୱିତାଙ୍କୁ ପ୍ରତିଜଣ ₹୫,୦୦୦ ଲେଖାଏଁ ଅନୁଦାନ ପ୍ରଦାନ କରାଯାଇଛି। ଏହି ବାବଦରେ ଦୁଇ ସହ ଛାଡ଼ି କୋଟି ଅଠେଇଶି ଳକ୍ଷ୍ୟ ପଞ୍ଚାବନ ହଜାର ଟଙ୍କା କଳାହାଣ୍ଡି ଜିଲ୍ଲାର ହିତାଧିକାରୀ ମାନଙ୍କୁ ଡିବିଟି  ମାଧ୍ୟମରେ ଏହି କିଷ୍ତି ପ୍ରଦାନ କରଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ମୁଜିବୁନ ନିଶା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଡକ୍ଟର ଉମେଶ ଶତପଥୀ ମଞ୍ଚ ପରିଚାଳନା କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଧନ୍ୟବାଦ ଅର୍ପଣ କରି ସଭାର ସମାପନ କରିଥିଲେ।

Read More
ଜିଲ୍ଲା ସ୍ତରୀୟ ସୁଭଦ୍ରା ର ପଞ୍ଚମ କିସ୍ତି ପ୍ରଦାନ ସମାରୋହ -୨୦୨୬, ସମୃଦ୍ଧ ଓଡିଶା ପାଇଁ ପ୍ରତ୍ୟେକ ମହିଳା ଉଦଯୋଗୀ ହେବାକୁ ପଡ଼ିବ- ମନ୍ତ୍ରୀ – ସମୀକ୍ଷା ଖବର

ଜିଲ୍ଲା ସ୍ତରୀୟ ସୁଭଦ୍ରା ର ପଞ୍ଚମ କିସ୍ତି ପ୍ରଦାନ ସମାରୋହ -୨୦୨୬, ସମୃଦ୍ଧ ଓଡିଶା ପାଇଁ ପ୍ରତ୍ୟେକ ମହିଳା ଉଦଯୋଗୀ ହେବାକୁ ପଡ଼ିବ- ମନ୍ତ୍ରୀ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ , ୨୮/୮-: ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ଯୋଜନା ‘ସୁଭଦ୍ରା’ ପରିବାର ଓ ସମାଜକୁ ଠିକଣା ରାସ୍ତାରେ ଚାଲିବାକୁ ପଥ ଦେଖାଇଥାଏ l ଓଡ଼ିଶାର ମା ‘, ଭଉଣି ମାନଙ୍କୁ ଶସକ୍ତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଅଟେ l ମୁକ୍ତିମନ୍ତ ରୂପ ଓ ସକ୍ଷମ ହୋଇ ନିଷ୍ଠାର ସହ ମହିଳାମାନେ ସୁଭଦ୍ରା ସହାୟତାରେ ନିଜେ ଉଦଯୋଗି ହୋଇ ଅନ୍ୟ ପାଇଁ ପଥ ଉନ୍ମୁକ୍ତ କରି…

Read More
ମାଲକାନଗିରିରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ ଅନୁଷ୍ଠିତ: ୧ ଲକ୍ଷ ୪୦ ହଜାରରୁ ଊର୍ଦ୍ଧ୍ୱ ମହିଳା ଉପକୃତ – ସମୀକ୍ଷା ଖବର

ମାଲକାନଗିରିରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ ଅନୁଷ୍ଠିତ: ୧ ଲକ୍ଷ ୪୦ ହଜାରରୁ ଊର୍ଦ୍ଧ୍ୱ ମହିଳା ଉପକୃତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୨୯/୦୮/୨୬ପବିତ୍ର ରକ୍ଷାବନ୍ଧନ ଅବସରରେ ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନଠାରେ ଜିଲ୍ଲା ସ୍ତରୀୟ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ ଉତ୍ସାହର ସହିତ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ, ସ୍ୱାବଲମ୍ବୀ ଓ ସମ୍ମାନଜନକ ଜୀବନଯାପନ ପାଇଁ ସୁଯୋଗ ପ୍ରଦାନ କରୁଥିବା ଏକ ଐତିହାସିକ ପଦକ୍ଷେପ। ଏହି ସହାୟତା…

Read More
ରାୟପୁର ଜଗନ୍ନାଥ ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ଆୟୋଜନ – ସମୀକ୍ଷା ଖବର

ରାୟପୁର ଜଗନ୍ନାଥ ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ଆୟୋଜନ

ରାୟପୁର/ ସମୀକ୍ଷା ନିୟୁଜ/ ତା ୨୮.୦୮.ରିଖ ରାୟପୁର ଜଗନ୍ନାଥ ମନ୍ଦିର ଠାରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ମହା ସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି । ଏହି ଅବସରରେ ପ୍ରାୟ ୨୧୦୦ ଜଣ ମାତା ଓ ଭଉଣୀ , ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବିଧିପୂର୍ବକ ଓ ଶ୍ରଦ୍ଧାର ସହିତ ରାଖୀ ପିନ୍ଧାଇ ଥିଲେ । ଏହି ପବିତ୍ର ପାର୍ବଣ ଉପଲକ୍ଷେ ସମଗ୍ର ମନ୍ଦିର ପରିସର ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନି, ବୈଦିକ ମନ୍ତ୍ରୋଚ୍ଚାର ତଥା…

Read More
ଚିକିଟୀ: ଦୁଇଦିନିଆ ଦିବାରାତ୍ରି ମା ବାଳକୁମାରୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ପେଣ୍ଠ – ଏ ଚାମ୍ପିୟନ – ସମୀକ୍ଷା ଖବର

ଚିକିଟୀ: ଦୁଇଦିନିଆ ଦିବାରାତ୍ରି ମା ବାଳକୁମାରୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ପେଣ୍ଠ – ଏ ଚାମ୍ପିୟନ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟୀ ଚିକିଟୀ — ମା ବାଳକୁମାରୀ ଭଲିବଲ ଟିମ ୟୁଥ୍ କ୍ଳବ୍ ଆନୁକୁଲ୍ୟରେ ଚିକିଟୀ ଗଡ ରାଜକବି ରାଧାମୋହନ ବିଦ୍ୟାପୀଠ ଖେଳ ପଡିଆ ଠାରେ ଦୁଇଦିନିଆ ଦିବାରାତ୍ରି ମା ବାଳକୁମାରୀ ଭଲିବଲ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ଅତି ଶୃଙ୍ଖଳିତ ଭାବେ ଉଦଯାପିତ ହୋଇଯାଇଛି। ଗତ ବୁଧବାର ଦିନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅର୍ଦ୍ଧେଶ୍ୱର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏସ…

Read More
ଇବ ନଦୀରୁ ସାମାଜିକ କର୍ମୀ ରବି ସୋନିଙ୍କ ମୃତଦେହ ଉଦ୍ଧାର: ଆତ୍ମହତ୍ୟା ନା, ହତ୍ୟା ? ସାଧାରଣରେ ଚର୍ଚ୍ଚା – ସମୀକ୍ଷା ଖବର

ଇବ ନଦୀରୁ ସାମାଜିକ କର୍ମୀ ରବି ସୋନିଙ୍କ ମୃତଦେହ ଉଦ୍ଧାର: ଆତ୍ମହତ୍ୟା ନା, ହତ୍ୟା ? ସାଧାରଣରେ ଚର୍ଚ୍ଚା

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା: ବ୍ରଜରାଜନଗର, 28/8/2026 : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳର ପରିଚିତ ସାମାଜିକ କର୍ମୀ ରବି ସୋନିଙ୍କ ନିଖୋଜ ଘଟଣାର ଦୁଃଖଦ ଅବସାନ ଘଟିଛି l ଇବ ନଦୀର ଓପିଏମ୍‌ ଘାଟ ନିକଟରୁ ଶୁକ୍ରବାର ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି l ରବିଙ୍କ ଅକାଳ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପରିବାର, ପରିଚିତ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି l ସୂଚନା ଅନୁସାରେ, ଗତ ବୁଧବାର…

Read More