ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ
ପାଟଣା ସିଏଚ୍‌ସିରେ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡଃ. ସୁବାସ ଚନ୍ଦ୍ର ପାତ୍ରଙ୍କୁ ସ୍ୱାଗତ – ସମୀକ୍ଷା ଖବର

ପାଟଣା ସିଏଚ୍‌ସିରେ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡଃ. ସୁବାସ ଚନ୍ଦ୍ର ପାତ୍ରଙ୍କୁ ସ୍ୱାଗତ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ/କେନ୍ଦୁଝର ପାଟଣା: ୪/୯: କେନ୍ଦୁଝର ଜିଲ୍ଲା ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି)ର ନବନିଯୁକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ (ବିପିଏଚ୍‌ଓ) ଡଃ. ସୁବାସ ଚନ୍ଦ୍ର ପାତ୍ରଙ୍କୁ ଗୁରୁବାର ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି।ଡଃ. ସୁବାସ ଚନ୍ଦ୍ର ପାତ୍ର ମୟୂରଭଞ୍ଜ ଜିଲ୍ଲା ଜାମଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ପଦୋନ୍ନତି ପାଇ ପାଟଣା ସିଏଚ୍‌ସିରେ ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଗତ ମଙ୍ଗଳବାର ଆନୁଷ୍ଠାନିକ ଭାବେ ପାଟଣା ସିଏଚ୍‌ସିରେ ଯୋଗଦେଇଥିଲେ।ଏହି ଅବସରରେ ଗୁରୁବାର ପାଟଣା…

Read More
ସାହାରପଡା: ଜୋନସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ – ସମୀକ୍ଷା ଖବର

ସାହାରପଡା: ଜୋନସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ/କେନ୍ଦୁଝର: ସାହାରପଡା :୩/୯, କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ମାଛଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ଇଷ୍ଟ ଜୋନସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା–୨୦୨୬-୨୭ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ୧୦ଟା ସମୟରେ ଆୟୋଜିତ ଏହି କ୍ରୀଡା ଉତ୍ସବରେ ଆଖପାଖ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ନିଜ କ୍ରୀଡା ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରମେଶ୍ୱର ମହାନ୍ତ ଉକ୍ତ ପ୍ରତିଯୋଗିତାକୁ…

Read More
ସାହାରପଡା ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା: ତୁରନ୍ତ କାମ ସାରିବାକୁ ଅଧିକାରୀଙ୍କୁ ବିଡିଓଙ୍କ ନିର୍ଦ୍ଦେଶ – ସମୀକ୍ଷା ଖବର

ସାହାରପଡା ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା: ତୁରନ୍ତ କାମ ସାରିବାକୁ ଅଧିକାରୀଙ୍କୁ ବିଡିଓଙ୍କ ନିର୍ଦ୍ଦେଶ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ/କେନ୍ଦୁଝର ସାହାରପଡା:୩/୯,କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ବ୍ଲକ ବିଡିଓ ରଣଜିତ କୁମାର ମହାନ୍ତ। ବିଡିଓ ବିଭିନ୍ନ ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ଚାଲିଥିବା ବିକାଶମୂଳକ ପ୍ରକଳ୍ପଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିବା ସହ କାର୍ଯ୍ୟଗୁଡ଼ିକୁ ଧାର୍ଯ୍ୟ ସମୟ ମଧ୍ୟରେ ସାରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ମାଟି ରାସ୍ତା ଧୋଇଯିବା ସହ ଗରିବ ପରିବାରଙ୍କ କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଥିବା…

Read More
ପାଟଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା – ସମୀକ୍ଷା ଖବର

ପାଟଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ/କେନ୍ଦୁଝର: ପାଟଣା, ୨/୯: ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ମାଳତୀ ମହାନ୍ତି ଯୋଗଦାନ କରିଛନ୍ତି। ସେ ଲେଭେଲ୍-୩କୁ ପଦୋନ୍ନତି ପାଇ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଏହି ବିଦ୍ୟାଳୟରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ଶ୍ରୀମତୀ ମହାନ୍ତି ହାଟଡିହି ବ୍ଲକରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିଲେ। ନୂତନ ଦାୟିତ୍ୱ ଗ୍ରହଣ କରି ବିଦ୍ୟାଳୟରେ ପହଞ୍ଚିବା ଅବସରରେ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ…

Read More
ପାଟଣା: କୁଆପଥର ମାଡ଼ରେ କ୍ଷତିଗ୍ରସ୍ତ ଘର ପାଇଁ ତହସିଲଦାରଙ୍କୁ ଦାବିପତ୍ର – ସମୀକ୍ଷା ଖବର

ପାଟଣା: କୁଆପଥର ମାଡ଼ରେ କ୍ଷତିଗ୍ରସ୍ତ ଘର ପାଇଁ ତହସିଲଦାରଙ୍କୁ ଦାବିପତ୍ର

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ/କେନ୍ଦୁଝର: ପାଟଣା, ୧/୯, ପାଟଣା ତହସିଲ ଅନ୍ତର୍ଗତ ମୂଷାଖୋରୀ ଗ୍ରାମରେ କୁଆପଥର ମାଡ଼ ଯୋଗୁଁ ବହୁ ଚାଳଛପର, ଆଜବେଷ୍ଟସ ଓ ଖପର ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଏନେଇ ରାଜସ୍ୱ ବିଭାଗ ପକ୍ଷରୁ କ୍ଷୟକ୍ଷତିର ତାଲିକା ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ଏଥିରୁ କିଛି ପରିବାର ବାଦ ପଡ଼ିଥିବା ଅଭିଯୋଗ ହୋଇଛି। କ୍ଷତିଗ୍ରସ୍ତ କିଛି ପରିବାରକୁ ପ୍ରଶାସନ ପକ୍ଷରୁ ପଲିଥିନ୍ ଯୋଗାଇ ଦିଆଯାଇଥିବାବେଳେ ଘର ମରାମତି ପାଇଁ ଏପର୍ଯ୍ୟନ୍ତ କୌଣସି ଆର୍ଥିକ…

Read More
କେନ୍ଦୁଝର:କ୍ଷେତ୍ରୀୟ ଆଥଲେଟିକ୍ସରେ ତୁରୁମୁଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସଫଳତା – ସମୀକ୍ଷା ଖବର

କେନ୍ଦୁଝର:କ୍ଷେତ୍ରୀୟ ଆଥଲେଟିକ୍ସରେ ତୁରୁମୁଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସଫଳତା

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ/କେନ୍ଦୁଝର : ପାଟଣା ୨/୯,ପଶ୍ଚିମବଙ୍ଗର କେଶିଆଡ଼ି ଠାରେ ଅନୁଷ୍ଠିତ କ୍ଷେତ୍ରୀୟ ଆଥଲେଟିକ୍ସ ପ୍ରତିଯୋଗିତାରେ ତୁରୁମୁଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଦୁଇ ଛାତ୍ରୀ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। ନବମ ଶ୍ରେଣୀର ଅର୍ଚ୍ଚିତା ସିଂହ ୩ ହଜାରମିଟର(୩କି.ମି.)ଦୌଡ଼ରେ ଏବଂ ଦଶମ ଶ୍ରେଣୀର ଲିକି ରାଣୀ ମହାନ୍ତ ୮ଶହ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ହାସଲ କରି ବିଦ୍ୟାଳୟର ଗୌରବ ବଢ଼ାଇଛନ୍ତି। ଦୁଇ କୃତୀ ଛାତ୍ରୀଙ୍କ ଏହି ସଫଳତା ପାଇଁ ବିଦ୍ୟାଳୟ ପକ୍ଷରୁ…

Read More
କେନ୍ଦୁଝର ଜିଲ୍ଲାରେ ପର୍ଯ୍ୟଟନ ବିକାଶ ଦିଗରେ ଆଉ ଏକ ବଡ଼ ପଦକ୍ଷେପ: ଡାବରଚୁଆ ପାର୍କର ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପାଇଁ ମିଳିଲା ମଞ୍ଜୁରୀ – ସମୀକ୍ଷା ଖବର

କେନ୍ଦୁଝର ଜିଲ୍ଲାରେ ପର୍ଯ୍ୟଟନ ବିକାଶ ଦିଗରେ ଆଉ ଏକ ବଡ଼ ପଦକ୍ଷେପ: ଡାବରଚୁଆ ପାର୍କର ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପାଇଁ ମିଳିଲା ମଞ୍ଜୁରୀ

କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ପାଣିଙ୍କ ରିପୋର୍ଟ କେନ୍ଦୁଝର, ୩୧ ଅଗଷ୍ଟ ୨୦୨୬: କେନ୍ଦୁଝରର ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ କରିବା ଦିଗରେ ନିଆଯାଉଥିବା ପଦକ୍ଷେପକୁ ଆଉ ଏକ ବଡ଼ ସଫଳତା ମିଳିଛି। ଡାବରଚୁଆ ପାର୍କର ବିକାଶ ଏବଂ ପର୍ଯ୍ୟଟକମାନଙ୍କ ପାଇଁ ବ୍ୟାପକ ସୁବିଧା ସୁଯୋଗର ବ୍ୟବସ୍ଥା ନିମନ୍ତେ ଆନୁମାନିକ ୫.୯୯ କୋଟି ଟଙ୍କାର ପ୍ରଶାସନିକ ଅନୁମୋଦନ ପ୍ରଦାନ କରାଯାଇଛି।ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝର ଜିଲ୍ଲା ପ୍ରଶାସନର ସକ୍ରିୟ ପ୍ରୟାସ ଫଳରେ…

Read More
କେନ୍ଦୁଝର ମାଟିର ପୁଅ ତଥା ରାଜ୍ୟପାଳଙ୍କ ପିଆରଓ ସଂଜୀବ ବାରିକ ହେଲେ ଅତିରିକ୍ତ ନିର୍ଦ୍ଦେଶକ – ସମୀକ୍ଷା ଖବର

କେନ୍ଦୁଝର ମାଟିର ପୁଅ ତଥା ରାଜ୍ୟପାଳଙ୍କ ପିଆରଓ ସଂଜୀବ ବାରିକ ହେଲେ ଅତିରିକ୍ତ ନିର୍ଦ୍ଦେଶକ

କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ପାଣିଙ୍କ ରିପୋର୍ଟ କେନ୍ଦୁଝର ମାଟିର ପୁଅ ତଥା ଓଡ଼ିଶା ସୂଚନା ସେବା କ୍ୟାଡରର ଦକ୍ଷ ଅଧିକାରୀ ଶ୍ରୀ ସଂଜୀବ ବାରିକ ଅତିରିକ୍ତ ନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ପାଇଛନ୍ତି। ବର୍ତ୍ତମାନ ସେ ଓଡ଼ିଶାର ମାନ୍ୟବର ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ (ପିଆରଓ) ଭାବେ କାର୍ଯ୍ୟରତ ଅଛନ୍ତି। ଜଣେ ଦକ୍ଷ, ଅଭିଜ୍ଞ ଓ ଲୋକପ୍ରିୟ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଶ୍ରୀ ବାରିକଙ୍କର ବିଶେଷ ପରିଚୟ ରହିଛି। ପୂର୍ବରୁ ସେ କେନ୍ଦୁଝର ଜିଲ୍ଲାରେ…

Read More
ଆର୍‌ଆଇ କାର୍ଯ୍ୟାଳୟରେ ଟଳିପଡ଼ିଲେ ବ୍ୟକ୍ତି, ଚାଲିଗଲା ଜୀବନ – ସମୀକ୍ଷା ଖବର

ଆର୍‌ଆଇ କାର୍ଯ୍ୟାଳୟରେ ଟଳିପଡ଼ିଲେ ବ୍ୟକ୍ତି, ଚାଲିଗଲା ଜୀବନ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ/କେନ୍ଦୁଝର: ପାଟଣା, ୧/୯: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଟାଙ୍ଗରପଡ଼ାରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ଭାଙ୍ଗିଯାଇଥିବାରୁ ପଲିଥିନ ପାଇବା ଆଶାରେ ଆର୍‌ଆଇ କାର୍ଯ୍ୟାଳୟକୁ ଆସିଥିବା ଜଣେ ବ୍ୟକ୍ତି ହଠାତ୍‌ ଅସୁସ୍ଥ ହୋଇ ଟଳିପଡ଼ିଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଛି।ମୃତକ ହେଲେ ପାଟଣା ଥାନା ଅଞ୍ଚଳର ବାଦୁଡ଼ିଘେରା ଗ୍ରାମର ଟାଓ୍ବା ନାଏକ। ସୂଚନା ଅନୁଯାୟୀ, ଲଗାଣ ବର୍ଷାରେ ତାଙ୍କ ଘର ଭାଙ୍ଗିଯାଇଥିବାରୁ ଆଶ୍ରୟ ପାଇଁ ପଲିଥିନ…

Read More
ଅସାବଧାନତାବଶତଃ ପାଣିରେ ବୁଡ଼ି ପୋଖରୀରେ ବୁଡ଼ି ୧୩ ବର୍ଷୀୟ ନାବାଳକଙ୍କ ମୃତ୍ୟୁ – ସମୀକ୍ଷା ଖବର

ଅସାବଧାନତାବଶତଃ ପାଣିରେ ବୁଡ଼ି ପୋଖରୀରେ ବୁଡ଼ି ୧୩ ବର୍ଷୀୟ ନାବାଳକଙ୍କ ମୃତ୍ୟୁ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ/କେନ୍ଦୁଝର: ପାଟଣା:୧/୯,କେନ୍ଦୁଝରଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଝାଲିଆପଡ଼ା ଗାଁର ଟୁଣିଆ ସାହିରେ ପୋଖରୀରେ ବୁଡ଼ି ଜଣେ ୧୩ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକ ହେଲେ ନରେଶ ମହାନ୍ତ।ସୂଚନା ଅନୁଯାୟୀ, ନରେଶ ତାଙ୍କ ମା’ଙ୍କ ସହ ନିକଟସ୍ଥ ପୋଖରୀକୁ ଯାଇଥିବା ବେଳେ ଅସାବଧାନତାବଶତଃ ପାଣିରେ ବୁଡ଼ି ଯାଇଥିଲେ। ପରେ ମା’ ଓ ସ୍ଥାନୀୟ ଲୋକେ ତାଙ୍କୁ ପାଣିରୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ।ତେବେ ଲଗାଣ ବର୍ଷା…

Read More