ଆଦିବାସୀ ବହୁଳ ଅଞ୍ଚଳରେ ମଦ ବିରୋଧରେ ମହିଳାଙ୍କ ରଣହୁଙ୍କାର!ହାତରେ ଠେଙ୍ଗା, ମୁହଁରେ ନାରା—‘ବନ୍ଦ ହେଉ ମଦ ଭାଟି’କୋରାପୁଟରେ ମଦ ବିରୋଧୀ ମହିଳାଙ୍କ ମହାରାଲିଅବକାରୀ ବିଭାଗ ଓ ଥାନାରେ ଦେଲେ ଅଭିଯୋଗ; ବନ୍ଦ ନହେଲେ ରାଜରାସ୍ତାକୁ ଓହ୍ଲାଇବା ଚେତାବନୀ
କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ କୋରାପୁଟ, ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ସାନପରିଆ ପଞ୍ଚାୟତରେ ମଦ ବିକ୍ରିକୁ ବିରୋଧ କରି ଶହ ଶହ ମହିଳା ଏକଜୁଟ ହୋଇ ପ୍ରତିବାଦ କରିଛନ୍ତି। ହାତରେ ଠେଙ୍ଗା ଧରି ମହିଳାମାନେ “ଗାଁ ଗାଁରେ ଉଠିବ ଲାଠି, ଯଦି ବନ୍ଦ ନହେବ ମଦ ଭାଟି” ନାରା ଦେଇ ବୋରିଗୁମ୍ମା ଡାକବଙ୍ଗଳାରୁ ଏକ ବିଶାଳ ରାଲିରେ ବାହାରିଥିଲେ।ମଦ୍ୟପାନ ଯୋଗୁଁ ଯୁବକମାନଙ୍କ ମଧ୍ୟରେ ନିଶାସକ୍ତି ବଢ଼ିବା ସହ ଦୁର୍ଘଟଣା, ପାରିବାରିକ ବିଶୃଙ୍ଖଳା…