ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ରାୟଗଡ଼ ଜିଲ୍ଲାର ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କଲେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର-ତଥା-ଶାସନ ସଚିବ – ସମୀକ୍ଷା ଖବର

ରାୟଗଡ଼ ଜିଲ୍ଲାର ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କଲେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର-ତଥା-ଶାସନ ସଚିବ

ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ: ରାୟଗଡ଼:୧୬.୧୦.୨୦୨୬ ଜିଲ୍ଲା ଶିଳ୍ପ ଓ ହସ୍ତଶିଳ୍ପ ଉଭୟର ସହାବସ୍ଥାନ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା ସରକାରଙ୍କ କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର, ଆଇଏଏସ୍‌, ରାୟଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ୍‌ ଗସ୍ତ କରି ଚାଲୁ ରହିଥିବା ବିକାଶମୂଳକ ପ୍ରକଳ୍ପଗୁଡ଼ିକର ସ୍ଥିତି ଓ ଅଗ୍ରଗତି ସମୀକ୍ଷା କରିଥିଲେ। ଏହି ଗସ୍ତ ଅବସରରେ ସେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଓ ଏହାର…

Read More
ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ସଚେତନତାମୂଳକ ପଥପ୍ରାନ୍ତ ନାଟକପରିବେଷଣ – ସମୀକ୍ଷା ଖବର

ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ସଚେତନତାମୂଳକ ପଥପ୍ରାନ୍ତ ନାଟକପରିବେଷଣ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି ଭବାନୀପାଟଣା, ୧୬.୧୦.୨୦୨୬: ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ନିଶା ସେବନର କୁପରିଣାମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ,ଭବାନୀପାଟଣା ପକ୍ଷରୁ ଏକ ସଚେତନତାମୂଳକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲାମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ପାତ୍ରଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ନାଟକର ନିର୍ଦ୍ଦେଶନା ଶ୍ରୀମତୀ ଐଶ୍ୱର୍ଯ୍ୟା ପ୍ରିୟଦର୍ଶିନୀ ପତି ଦେଇଥିଲେ ।ନାଟକ ମାଧ୍ୟମରେ ନିଶା ସେବନର ଭୟାବହ ପରିଣାମ, ଏହାର ସାମାଜିକ କୁପ୍ରଭାବ ଏବଂ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବାର ଆବଶ୍ୟକତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା ନାଟକ ଶେଷରେ ସମସ୍ତେ ଶପଥ ଗ୍ରହଣ କରି ଥିଲେଏହି ଅବସରରେ  ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିନେଶ କୁମାର କହଁର  ଏବଂ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣପ୍ରତିଷ୍ଠାନ,ଭବାନୀପାଟଣା ର ଅଧ୍ୟାପକ ବୃନ୍ଦ ରାକଶ ବେହେରା,  ଘନଶ୍ୟାମ ସାହୁ, ଦୀପକ ବେହେରା, ମାଣିକେଶ୍ୱରୀ ମହାପାତ୍ର  ଉପସ୍ଥିତ ଥିଲେ ଏହି ପଥପ୍ରାନ୍ତ ନାଟକରେ କଲେଜ ର ଛାତ୍ର ଛାତ୍ରୀ -ଅଜିତ କୁମାର ହେର୍ଣ୍ଣା, ମୁକେଶ ନାଏକ, ଅମିୟ ରଞ୍ଜନ ନାଏକ, କହ୍ନା ସୁନାନୀ, ଦେବ କୁମାର ରଣା, ସୁମନ କୁମାର ସାହୁ, ମନୋଜ ଭୂଏ, ଟୁନା ସବର, ତ୍ରୟୋଶ ନାଏକ, ଅଜୟ କୁମାର ସାଗରିଆ, ନିହାର ରଞ୍ଜନ ଦାଶ, ଗରୁଡ଼ ବେହେରା, ବାସୁଦେବ ବାଗ, କରଣ ସାହୁ, ବର୍ଷାରାଣୀ ପଧାନ ଓ ହରିପ୍ରିୟା ଦଣ୍ଡସେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନ ଓ ପରିଚାଳନାରେ ମହାବିଦ୍ୟାଳୟର ଅନ୍ୟ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ।ସେମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନିଶାମୁକ୍ତ ସମାଜ ଗଠନ, ଯୁବପିଢ଼ିଙ୍କୁ ନିଶାର କୁପ୍ରଭାବରୁ ସୁରକ୍ଷିତ ରଖିବା ଏବଂ ଏକ ସୁସ୍ଥ ଓ ସଚେତନ ସମାଜ ଗଠନ ଦିଗରେ ସାମୂହିକ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା।

Read More
ବଲାଙ୍ଗୀର ଓମେନ୍ସ କଲେଜରେ ନିର୍ବାଚନ ଫଳାଫଳକୁ ନେଇ ଉତ୍ତେଜନା:ବିସିଜେଡି ସଭାପତି ପ୍ରାର୍ଥୀଙ୍କ ପରାଜୟକୁ ନେଇ ବିଜେଡି କର୍ମୀଙ୍କ ଆନ୍ଦୋଳନ, ପୋଲିସର ହସ୍ତକ୍ଷେପ – ସମୀକ୍ଷା ଖବର

ବଲାଙ୍ଗୀର ଓମେନ୍ସ କଲେଜରେ ନିର୍ବାଚନ ଫଳାଫଳକୁ ନେଇ ଉତ୍ତେଜନା:ବିସିଜେଡି ସଭାପତି ପ୍ରାର୍ଥୀଙ୍କ ପରାଜୟକୁ ନେଇ ବିଜେଡି କର୍ମୀଙ୍କ ଆନ୍ଦୋଳନ, ପୋଲିସର ହସ୍ତକ୍ଷେପ

ପ୍ରଦିପ୍ତ କୁମାର ମିଶ୍ର/ସାମ୍ବାଦିକ/ବଲାଙ୍ଗିର/ସମୀକ୍ଷା ନ୍ୟୁଜ: ବଲାଙ୍ଗୀର: ବଲାଙ୍ଗୀର ଓମେନ୍ସ କଲେଜରେ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଉତ୍ତେଜନା ଦେଖାଦେଇଛି। ନିର୍ବାଚନ ଫଳାଫଳକୁ ନେଇ ବିଜେଡି ସମର୍ଥିତ ଛାତ୍ର ସଂଗଠନ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ଅସନ୍ତୋଷ ପ୍ରକାଶ କରିଛି। ବିସିଜେଡିର ସଭାପତି ପ୍ରାର୍ଥୀଙ୍କୁ ଜାଣିଶୁଣି ପରାଜିତ କରାଯାଇଥିବା ଅଭିଯୋଗ ଆଣି ବିଜେଡି କର୍ମୀମାନେ ଆନ୍ଦୋଳନ କରିଥିଲେ। ଏହାକୁ ନେଇ କଲେଜ ପରିସରରେ କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।…

Read More
କୋରାପୁଟର ବାଲଦା ଗୁମ୍ଫା ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଖବର

କୋରାପୁଟର ବାଲଦା ଗୁମ୍ଫା ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ

ପୁଲକେଶ୍ୱର ମିଶ୍ର/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ୍: ​କୋରାପୁଟ ସହର ଠାରୁ ପ୍ରାୟ ୬୬ କିଲୋମିଟର ଦୂରରେ ଥିବା ଏକ ପାହାଡ଼ ଉପରେ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ‘ବାଲଦା ଗୁମ୍ଫା’ ଅବସ୍ଥିତ। ଏହାର ଅନେକ ଐତିହାସିକ ଏବଂ ସାଂସ୍କୃତିକ ମହତ୍ତ୍ୱ ରହିଛି। ଗୁମ୍ଫା ଉପରେ ଥିବା ଏକ ପ୍ରାକୃତିକ କଣା ଦେଇ ସୂର୍ଯ୍ୟ କିରଣ ଭିତରକୁ ଆସିଥାଏ ଏବଂ ଏହା ଅତ୍ୟନ୍ତ ଆକର୍ଷଣୀୟ ଦେଖାଯାଏ। ସ୍ଥାନୀୟ ଆଦିବାସୀମାନେ ଏହାକୁ ଏକ ପବିତ୍ର ସ୍ଥଳ ଭାବରେ ଗ୍ରହଣ କରନ୍ତି ଏବଂ ଏଠାରେ…

Read More
ରାୟଗଡ଼ ଜିଲ୍ଲାରେ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ -୨୦୨୬ – ସମୀକ୍ଷା ଖବର

ରାୟଗଡ଼ ଜିଲ୍ଲାରେ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ -୨୦୨୬

ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ: ରାୟଗଡ଼, ୧୫ ଅକ୍ଟୋବର ୨୦୨୬: ରାୟଗଡ଼ ଜିଲ୍ଲାର କଲେକ୍ଟରେଟ୍ ପରିସରସ୍ଥିତ ନୂତନ କନଫରେନ୍ସ ହଲ୍‌ଠାରେ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା। ପୋଷଣ ସମ୍ପର୍କରେ ଜନସଚେତନତା ବୃଦ୍ଧି, କୁପୋଷଣ ନିରାକରଣ ଏବଂ ସୁସ୍ଥ ଖାଦ୍ୟାଭ୍ୟାସକୁ ପ୍ରୋତ୍ସାହନ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ରାୟଗଡ଼ ଜିଲ୍ଲାର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO) ଶ୍ରୀମତୀ…

Read More
କଳାହାଣ୍ଡିରେ ଘରୋଇ ହିଂସା ପ୍ରତିରୋଧ ଓ ପୀଡ଼ିତାଙ୍କ ସୁରକ୍ଷା ନେଇ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ  କର୍ମଶାଳା – ସମୀକ୍ଷା ଖବର

କଳାହାଣ୍ଡିରେ ଘରୋଇ ହିଂସା ପ୍ରତିରୋଧ ଓ ପୀଡ଼ିତାଙ୍କ ସୁରକ୍ଷା ନେଇ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ  କର୍ମଶାଳା

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି ଭବାନୀପାଟଣା, ୧୬/୧୦: ଘରୋଇ ହିଂସାର ପ୍ରତିରୋଧ, ପୀଡ଼ିତାଙ୍କ ଅଧିକାରର ସୁରକ୍ଷା ଏବଂ ଆବଶ୍ୟକ ସହାୟତା ସେବା ଯୋଗାଇଦେବା ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଶୁକ୍ରବାର ଭବାନୀପାଟଣାସ୍ଥିତ ଜିଲ୍ଲା ଯୋଜନା ଓ ସମୀକ୍ଷା ବିଭାଗର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ଘରୋଇ ହିଂସାରୁ ମହିଳାମାନଙ୍କ ସୁରକ୍ଷା ଅଧିନିୟମ, ୨୦୦୫ର ବିଭିନ୍ନ ବ୍ୟବସ୍ଥା, ପୀଡ଼ିତାଙ୍କ ଆଇନଗତ ଅଧିକାର, ପରାମର୍ଶ ପ୍ରଦାନ ଏବଂ ସହାୟତା ସେବା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।ଘରୋଇ ହିଂସା ଘଟଣାକୁ ଚିହ୍ନଟ କରିବା, ପୀଡ଼ିତାଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା, ଆବଶ୍ୟକ ସ୍ଥଳେ ଆଇନଗତ ପଦକ୍ଷେପ ଗ୍ରହଣ କରିବା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ସମନ୍ୱିତ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏଥିସହ ଘରୋଇ ହିଂସା ନିରାକରଣ ପାଇଁ ସାମାଜିକ ସଚେତନତା ବୃଦ୍ଧି ଓ ଭବିଷ୍ୟତ କାର୍ଯ୍ୟଯୋଜନା ପ୍ରସ୍ତୁତି ନେଇ ମଧ୍ୟ ଆଲୋଚନା କରାଯାଇଥିଲା।କର୍ମଶାଳାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ମୁଜିବୁନ ନିଶା, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ନିହାରେନ୍ଦ୍ର ପଣ୍ଡା, ଯୋଜନା ବିଭାଗର ଉପନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ, ସମାଜ କଲ୍ୟାଣ ଅଧିକାରିଣୀ ନିୟତିବାଳା ସୋରେନ, କାର୍ଯ୍ୟକ୍ରମ ଅଧିକାରିଣୀ ନମିତା ପୋଲ, ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ମହାନ୍ତି ଓ ସଦସ୍ୟମାନେ ଯୋଗଦେଇଥିଲେ। ଏଥିସହ ଜିଲ୍ଲା ମହିଳା ହବ୍‌ର ସଂଯୋଜକ ଯୋଗେଶ୍ୱର ବୁଦ୍ଧିଆ, ପୋଲିସ ଅଧିକାରୀ, ୱାନ୍ ଷ୍ଟପ୍ ସେଣ୍ଟର, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ଶକ୍ତି ସଦନ ଏବଂ ଏଫ୍‌ସିସିର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।ପ୍ରାରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ମୁଜିବୁନ ନିଶା ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିବା ସହ କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ।ଜିଲ୍ଲା ମହିଳା ହବ୍‌ର ସଂଯୋଜକ ଯୋଗେଶ୍ୱର ବୁଦ୍ଧିଆ ମଞ୍ଚ ପରିଚାଳନା କରିଥିବାବେଳେ ପ୍ରଶିକ୍ଷକ ଶୁଭ୍ରାଂଶୁ ଶେଖର ନନ୍ଦ ତାଲିମ ପ୍ରଦାନ କରିଥିଲେ।ଶେଷରେ ଏଡ୍ ଏଟ୍ ଆକ୍ସନର ଜିଲ୍ଲା ସଂଯୋଜକ ଦିବ୍ୟ ରଞ୍ଜନ ଯୋଷି ଧନ୍ୟବାଦ ଅର୍ପଣ କରିଥିଲେ।ଘରୋଇ ହିଂସାର ଶିକାର ମହିଳାମାନଙ୍କୁ ସମୟୋପଯୋଗୀ ସହାୟତା, ସୁରକ୍ଷା ଓ ନ୍ୟାୟ ପ୍ରଦାନ ସହ କଳାହାଣ୍ଡି ଜିଲ୍ଲାରେ ଏକ ସୁରକ୍ଷିତ, ହିଂସାମୁକ୍ତ ଓ ମହିଳାଙ୍କ ପ୍ରତି ସମ୍ମାନଜନକ ପରିବେଶ ଗଠନ ପାଇଁ ସମସ୍ତ ବିଭାଗର ସମନ୍ୱିତ ପ୍ରୟାସ ଅତ୍ୟନ୍ତ ଜରୁରୀ ବୋଲି କର୍ମଶାଳାରେ ଗୁରୁତ୍ୱାରୋପ କରାଯାଇଥିଲା।

Read More
ମୁରିବାହାଲ: ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କ ଭବ୍ୟ ସ୍ୱାଗତ ସମାରୋହ – ସମୀକ୍ଷା ଖବର

ମୁରିବାହାଲ: ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କ ଭବ୍ୟ ସ୍ୱାଗତ ସମାରୋହ

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ତା ୧୬/୧୦/୨୬ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ସ୍ଥିତ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ +୨ ପ୍ରଥମ ବର୍ଷ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆକର୍ଷଣୀୟ ସ୍ୱାଗତ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ୬୦୦ରୁ ଅଧିକ ଛାତ୍ରଛାତ୍ରୀ ଉତ୍ସାହର ସହ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ତଥା ବିଦ୍ୟାଳୟର ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ମହାନନ୍ଦ ଛାତ୍ରଛାତ୍ରୀଙ୍କୁ…

Read More
ଏଲ୍.ପି.ଏସ୍. ପବ୍ଲିକ୍ ସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ ୨୦୨୬ – ସମୀକ୍ଷା ଖବର

ଏଲ୍.ପି.ଏସ୍. ପବ୍ଲିକ୍ ସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ ୨୦୨୬

ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ: ତା ୧୬/୧୦/୨୦୨୬ ରିଖ ଶୁକ୍ରବାର ଦିନ ରାୟଗଡ଼ା ଜିଲ୍ଲାର ଜେ.କେ. ପୁର ସ୍ଥିତ ଲକ୍ଷ୍ମୀପତ ସିଙ୍ଘାନିଆ ପବ୍ଲିକ୍ ସ୍କୁଲରେ ବାର୍ଷିକ କ୍ରୀଡ଼ା ଉତ୍ସବ “ଆଥଲେଟିକ୍ ଏକ୍ସଟ୍ରାଭାଗାଞ୍ଜା” ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟର ଅଧ୍ୟକ୍ଷା ଡ. ରୁବି କୁଣ୍ଡୁଙ୍କ ପୌରୋହିତ୍ୟରେ ଏବଂ ଜେ.କେ. ପେପର ମିଲ୍‌ର ଉପସଭାପତି (ବାଣିଜ୍ୟ) ତଥା ବିଦ୍ୟାଳୟ ସଂଯୋଜକ ଶ୍ରୀ ବିଶ୍ୱଜିତ ଦ୍ୱିବେଦୀଙ୍କ ମାର୍ଗଦର୍ଶନରେ ଏହି ଉତ୍ସବ ଆୟୋଜିତ ହୋଇଥିଲା।ଏହି ଉତ୍ସବରେ…

Read More
ସାମନ୍ତିଆପଲ୍ଲୀ: କଲେଜ ନିର୍ବାଚନରେ ରୋଚକ ଲଢ଼େଇ ୩ଟି ଆସନ ଏଭିବିପି ଦଖଲ କଲା, ସହସମ୍ପାଦକ ପଦ ଜିତିଲା ବିସିଜେଡି – ସମୀକ୍ଷା ଖବର

ସାମନ୍ତିଆପଲ୍ଲୀ: କଲେଜ ନିର୍ବାଚନରେ ରୋଚକ ଲଢ଼େଇ ୩ଟି ଆସନ ଏଭିବିପି ଦଖଲ କଲା, ସହସମ୍ପାଦକ ପଦ ଜିତିଲା ବିସିଜେଡି

ହରିଶ୍ଚନ୍ଦ୍ର ସେଠୀ /ସମୀକ୍ଷା ପ୍ରତିନିଧି/ଗଞ୍ଜାମ: ପାତ୍ରପୁର:16.10.26 ଏହି ବ୍ଲକ ସାମନ୍ତିଆପଲ୍ଲୀ ସ୍ଥିତ ଶ୍ରୀ ଭରତପତି ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ଏଭିବିପି ଓ ବିସିଜେଡି ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ଦେଖାଦେଇଛି। ଚାରିଟି ପଦବୀ ପାଇଁ ହୋଇଥିବା ନିର୍ବାଚନରେ ଏଭିବିପି ତିନୋଟି ଆସନ ହାତେଇଥିବା ବେଳେ ବିସିଜେଡି ଗୋଟିଏ ଆସନରେ ବିଜୟୀ ହୋଇଛି। ସଭାପତି ପଦରେ ଏଭିବିପି ପ୍ରାର୍ଥୀ ଶଙ୍କର ପ୍ରଧାନ ୧୯୯ ଭୋଟ ପାଇ ବିସିଜେଡି ପ୍ରାର୍ଥୀ ଶବର ଲିମାଙ୍କୁ ୧୦ ଭୋଟରେ ପରାସ୍ତ କରିଛନ୍ତି। ଶବର…

Read More
ରାଣୀ ଦୁଦୁମା: କୋରାପୁଟର ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ଏବଂ ଏହାର ବିକାଶ – ସମୀକ୍ଷା ଖବର

ରାଣୀ ଦୁଦୁମା: କୋରାପୁଟର ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ଏବଂ ଏହାର ବିକାଶ

ପୁଲକେଶ୍ୱର ମିଶ୍ର, ସମୀକ୍ଷା ନ୍ୟୁଜ୍, ତାଳଚେର, ଓଡ଼ିଶା:​କୋରାପୁଟ ଜିଲ୍ଲା ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ । ଏଠାରେ ଅନେକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ରହିଛି, ସେଥିମଧ୍ୟରୁ ରାଣୀ ଦୁଦୁମା ଜଳପ୍ରପାତ ଅନ୍ୟତମ । ଏହା କୋରାପୁଟ ସହରରୁ ପ୍ରାୟ ୬୦ କିଲୋମିଟର ଦୂରରେ ନନ୍ଦପୁର ନିକଟରେ ଅବସ୍ଥିତ । ରାଣୀ ଦୁଦୁମା କେବଳ ଏକ ସୁନ୍ଦର ଜଳପ୍ରପାତ ନୁହେଁ, ଏହାର ଏକ ଐତିହାସିକ ଗୁରୁତ୍ୱ ମଧ୍ୟ ରହିଛି । କୁହାଯାଏ ଯେ ନନ୍ଦପୁରର ରାଣୀମାନେ ଏଠାରେ…

Read More