ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା/ସମୀକ୍ଷା ନ୍ୟୁଜ:
ନୂଆପଡା/ତାରିଖ-15-11-2026,ନୂଆପଡା ଜିଲ୍ଲା କୋମନା ବ୍ଲକ ଶୋଷେଙ୍ଗ ଗ୍ରାମପଞ୍ଚାୟତ ସ୍ଥାନୀୟ ଶୋଷେଙ୍ଗ ସେବାଶ୍ରମ ଠାରେ ଜନଜାତୀୟ ଗୌରବ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ପାଳନ ଅବସରରେ ସଭାପତି ଭାବେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଡୋଲେଶ୍ଵର ମେହେର, ମୁଖ୍ୟ ଅତିଥି ଭାବେ ସମିତି ସଭ୍ୟ ଭାବେ ଶ୍ରୀଯୁକ୍ତ ଅକବର ଧରୁଆ, ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ଅପୂର୍ବ ରଞ୍ଜନ ଭଞ୍ଜ – CRCC ଗୋଡଭଟା,ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଅନୁର ମାଝୀ SMC ସଭାପତି,ସମ୍ମାନିତ ଅଶ୍ରୀମତୀ ବିଦ୍ୟାବତୀ ମାଝୀ SMC ଉପସଭାପତି, ଶ୍ରୀଯୁକ୍ତ ମାଧବ ଧରୁଆ ବରିଷ୍ଠ ଶିକ୍ଷକ ସୋସେଙ୍ଗ୍ ସେବାଶ୍ରମ, ଶ୍ରୀଯୁକ୍ତ ଦୀନବନ୍ଧୁ ମାଝୀ – ସମାଜସେବୀ ସୋସେଙ୍ଗ ଗ୍ରାମ ଉପସ୍ଥିତ ଥିଲେ।ମଞ୍ଚ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ଚୁଡ଼ାମଣି ମେହେର।ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଜଗଦୀଶ ନାଗ ସେବକ, ଶ୍ରୀମତୀ ମୋତି ଶବର ସହକାରୀ ଶିକ୍ଷୟିତ୍ରୀ, ଶ୍ରୀମତୀ ସୁକାନ୍ତୀ ମାଝୀ ଶିକ୍ଷୟତ୍ରୀ, ଶ୍ରୀ ବିନୋଦ କୁମାର ସତନାମି ସେବକ,ଶ୍ରୀମତୀ ନନ୍ଦିନୀ ଶବର ମେଟ୍ରନ ଓ ପାଚକ ପାଚିକା ଓ ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଭାବିକାମାନେ
ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏହି ଦିବସ ପାଳନ ଅବସରରେ ଭଗବାନ ବିର୍ସା ମୁଣ୍ଡା, ଶହୀଦ ଲକ୍ଷ୍ମଣ ନାୟକ, ବୀର ସୁରେନ୍ଦ୍ର ସାଏ, ରେଣ୍ଡୋ ମାଝୀ, ମାଧୋ ସିଂ ବରିହା, ଚକରା ବିଷୋୟୀ, ଧରଣୀ ଧର ନାୟକ, ତାମା ଦୋରା ଆଦି ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମୁତି ଚାରଣ କରାଯାଇଥିଲା।ଅତିଥି ବୃନ୍ଦ ମାନେ ଜନ ଜାତି, ଆଦିବାସୀ ସଂସ୍କୃତି, ପରମ୍ପରା, ଐତିତ୍ୟ, ଭାଷା, ସାହିତ୍ୟ, କଳାର ସୁରକ୍ଷା କରିବା ସହ ଶିକ୍ଷା ପ୍ରତି ଧ୍ୟାନ ଦେବା ପାଇଁ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ।

ଭଗବାନ ବିର୍ସା ମୁଣ୍ଡା 15ନଭେମ୍ବର1875ମସିହା ଉଲିହାଡୁ, ରାଞ୍ଚି ଜିଲ୍ଲା ବିହାର ଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପା ଙ୍କ ନାମ ସୁଗନା ମୁଣ୍ଡା ଓ ମାତା ଙ୍କ ନାମ କରମୀ ମୁଣ୍ଡା ଥିଲା।ବିର୍ସା ମୁଣ୍ଡା ଭାରତର ଜଣେ ଦେଶପ୍ରେମୀ ସଂଗ୍ରାମୀ ଭାବରେ ଇତିହାସରେ ବିଖ୍ୟାତ । ଊନବିଂଶ ଶତାବ୍ଦୀରେ ଭାରତରେ ଇଂରେଜ ଶାସନ କାଳରେ ବିର୍ସା ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳର ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଏକାଠି କରି ଏକ ବଡ଼ ଧରଣର ବିପ୍ଲବ ଆରମ୍ଭ କରିଥିଲେ । ୨୫ ବର୍ଷ ବୟସର ହେବା ବେଳକୁ ଭାରତର ସ୍ବାଧୀନତା ସଂଗ୍ରାମର ଇତିହାସରେ ସେ ଏକ ନୂତନ ଫର୍ଦ୍ଦ ଯୋଡ଼ିସାରିଥିଲେ । ସେ ନିଜ ଗାଁ ଏବଂ ଆଖପାଖ ଅଞ୍ଚଳର ଯୁବକ ମାନଙ୍କୁ ଇଂରେଜ ସରକାରଙ୍କ ବିରୋଧରେ ଲଢ଼ିବାକୁ ସଂଗଠିତ କରିପାରିଥିଲେ । ନଭେମ୍ବର ୧୫ ତାରିଖକୁ ସାରା ଦେଶରେ ଜନଜାତୀୟ (Janjatiya Gaurav Divas) ଭାବରେ ପାଳନ କରାଯାଏ। ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଏହି ଦିବସ ପାଳନ କରାଯାଏ।ଏହି ଦିବସର ଉଦ୍ଦେଶ୍ୟ ହେଉଛି ଭାରତର ସ୍ବାଧୀନତା ସଂଗ୍ରାମରେ ଜନଜାତି (ଆଦିବାସୀ) ନାୟକମାନଙ୍କ ଅବଦାନ, ସାହସ ଏବଂ ବଳିଦାନକୁ ସମ୍ମାନ ଜଣାଇବା।୨୦୨୬ ମସିହାରେ ମାଲକାନଗିରି ଠାରେ ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳିତ ହେଉଛି।ଭୁବନେଶ୍ବରର ରବୀନ୍ଦ୍ର ମଣ୍ଡପରେ ଅଖିଳ ଭାରତୀୟ ଆଦିବାସୀ ଲେଖକ ସମ୍ମିଳନୀ ଆୟୋଜିତ ହେଉଛି। ଜନଜାତୀୟ ଗୌରବ ଦିବସ ତଥା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଅବସରରେ ବିଦ୍ୟାଳୟ ରେ ବକୃତା, କ୍ଵିଜ, ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା। କୃତୀତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅଦମ୍ୟ ସାହସ, ତ୍ୟାଗ ଓ ଦେଶପ୍ରେମର ପ୍ରତୀକ ଭଗବାନ ବିର୍ସା ମୁଣ୍ଡାଙ୍କ ସଂଘର୍ଷମୟ ଜୀବନ ଓ ସ୍ବାଧୀନତା ପାଇଁ ତାଙ୍କର ଅବଦାନ ସଦା ଆମକୁ ପ୍ରେରଣା ଯୋଗାଇବ। ଭଗବାନ ବିର୍ସା ମୁଣ୍ଡାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, ଜନଜାତି ସମାଜର ଅଧିକାର ସୁରକ୍ଷା, ସମୃଦ୍ଧ ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ସହ ସେମାନଙ୍କ ପାଇଁ ଏକ ସମ୍ମାନଜନକ ଏବଂ ସମୃଦ୍ଧ ଭାରତ, ବିକଶିତ ଭାରତ ଓ ଭବିଷ୍ୟତ ଗଠନ ଦିଗରେ ଆମେ ଶିକ୍ଷା ଲାଭ କରିପାରିଵା।






