ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର କୋରାପୁଟ ବାଲେଶ୍ୱର ବରଗଡ଼ ନୟାଗଡ଼ ଗଞ୍ଜାମ

Tangi Block National Press Day: ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

Tangi Block National Press Day: ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ – ସମୀକ୍ଷା ଖବର

ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି/ସମୀକ୍ଷା ନ୍ୟୁଜ /ଖୋର୍ଦ୍ଧା:

ଟାଙ୍ଗୀ ୧୬/୧୦/୨୬ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଙ୍ଘ ପକ୍ଷରୁ ଟାଙ୍ଗୀରେ ଜାତୀୟ ପ୍ରେସ ଦିବସ ଆଡମ୍ବର ସହକାରେ ପାଳିତ ହୋଇଯାଇଅଛି l ସଙ୍ଘର ସାଧାରଣ ସମ୍ପାଦକ ସରୋଜ କୁମାର ପାଇକରାୟଙ୍କ ସଂଯୋଜନା ଏବଂ ସଭାପତି ରାମଚନ୍ଦ୍ର ପରିଡାଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଅନୁଷ୍ଠିତ କାର୍ଯ୍ୟକ୍ରମରେ ସଙ୍ଘର କାର୍ଯ୍ୟକାରୀ ସଭାପତି ମନୋଜ କୁମାର ନାଇଡ଼ୁ ଙ୍କ ସହ ବିଶିଷ୍ଟ ସମାଜ ସେଵୀ ଶ୍ରୀରଞ୍ଜନ ମଙ୍ଗରାଜ,ପୂର୍ବତନ ଖାଉଟି ଅଦାଲତର ବିଚାରପତି ନାରାୟଣ ମହାପାତ୍ର,ଟାଙ୍ଗୀ ଥାନା ଅଧିକାରୀ ରବିନ୍ଦ୍ର କୁମାର ଭୁଜବଳ,ଟାଙ୍ଗୀ ଦୁର୍ଗା ଚରଣ ଚିଲିକା +୨ କଲେଜର ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ lକାର୍ଯ୍ୟକ୍ରମରେ ସମାଜରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଚର୍ଚ୍ଚା ହୋଇଥିଲା lଏଥିରେ ଅତିଥିଙ୍କ ସହ ସାମିଲ ହୋଇ ସାମ୍ବାଦିକ ମଦନ ସୁନ୍ଦର ସାହୁ,ଚିଲିକା କେନ୍ଦ୍ରୀୟ ସମବାୟ ସମିତିର ନିର୍ଦ୍ଦେଶକ ଦିଲିପ କୁମାର ବେହେରା,ବନ୍ୟ ପ୍ରାଣୀ ଫରେଷ୍ଟର ମଧୁସ୍ମିତା ଜେନା,ଦୀପକ କୁମାର ଜେନା,ଯୁବ ଉଦ୍ୟୋଗୀ ସନ୍ତୋଷ କୁମାର ସାମନ୍ତରାୟ ପ୍ରମୁଖ ସମାଜର ତଳ ସ୍ତରର ଲୋକଙ୍କର ସ୍ୱର ହୋଇ ସମସ୍ୟାକୁ ଲୋକ ଲୋଚନକୁ ଆଣିବାକୁ ମତ ବ୍ୟକ୍ତ କରିଥିଲେ l ଅତିଥି ମାନେ ସାମ୍ବାଦିକମାନେ ସତ୍ୟପଥରେ ରହି ସତ୍ୟ ଖବର ପରିବେଷଣ କରି ସମାଜ ଏବଂ ସର୍ବୋପରି ରାଷ୍ଟ୍ରର କିପରି ମଙ୍ଗଳ ହେବ ତାହା ଉପରେ ନିଜ ନିଜର ମତ ରଖିଥିଲେ l ଶେଷରେ ସଙ୍ଘର ଉପ ସଭାପତି ଦୁର୍ଗା ପ୍ରସାଦ ଦାଶ ଏଥିରେ ଧନ୍ୟବାଦ ଅର୍ପଣ କରିଥିଲେ lଏହା ସହ ସଙ୍ଘର କୋଷାଧକ୍ଷ କମଳ ଲୋଚନ ପାଇକରାୟ,ସୁଧୀର କୁମାର ବେହେରା, ଯଦୁମଣୀ ବେହେରା, ବାଲୁଙ୍କେଶ୍ୱର ବେହେରା, ଶୁଭ୍ର ରଂଜନ ସାହୁ, ସୂର୍ଯକାନ୍ତ ସାହୁ,ଅଭିଜିତ ଦାଶ,ପ୍ରସନ କୁମାର ବଳିୟାର ସିଂ,କ୍ରିଷ୍ଠା ଚନ୍ଦ୍ର ଘଡ଼ାଇ,ଅଜୟ କୁମାର ସେଠୀ,ପ୍ରବୋଧ କୁମାର ବିଶ୍ୱାଳଙ୍କ ସହ ସମସ୍ତ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ l

Tangi Block National Press Day: ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Nayagarh National Press Day: ନୟାଗଡ଼ରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ