ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର କୋରାପୁଟ ବାଲେଶ୍ୱର ବରଗଡ଼ ନୟାଗଡ଼ ଗଞ୍ଜାମ

The media is a key pillar of democracy: ଏସପି ଗଣତନ୍ତ୍ରର ଏକ ପ୍ରମୁଖ ସ୍ତମ୍ଭ ଗଣମାଧ୍ୟମ; ପୁଲିସ, ପ୍ରଶାସନ ଓ ସାମ୍ବାଦିକଙ୍କ ମଧ୍ୟରେ ସମନ୍ୱୟ ରହିବା ଜରୁରୀ

The media is a key pillar of democracy: ଏସପି ଗଣତନ୍ତ୍ରର ଏକ ପ୍ରମୁଖ ସ୍ତମ୍ଭ ଗଣମାଧ୍ୟମ; ପୁଲିସ, ପ୍ରଶାସନ ଓ ସାମ୍ବାଦିକଙ୍କ ମଧ୍ୟରେ ସମନ୍ୱୟ ରହିବା ଜରୁରୀ – ସମୀକ୍ଷା ଖବର

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ:

ଖୋରଧା,: ନଭେମ୍ୱର ୧୬:-ଗଣତନ୍ତ୍ରର ସୁରକ୍ଷା, ଜନସାଧାରଣଙ୍କ ସ୍ୱରକୁ ଶାସନ ଓ ପ୍ରଶାସନ ନିକଟରେ ପହଞ୍ଚାଇବା ଏବଂ ସମାଜକୁ ସଚେତନ କରିବାରେ ଗଣମାଧ୍ୟମର ଭୂମିକା ଅତୁଳନୀୟ। ସାମ୍ବାଦିକମାନେ ବହୁ ପ୍ରତିକୂଳ ପରିସ୍ଥିତି, କଷ୍ଟ ଓ ଆହ୍ୱାନର ସମ୍ମୁଖୀନ ହୋଇ ଘଟଣାସ୍ଥଳରୁ ସମ୍ବାଦ ସଂଗ୍ରହ କରିବା ସହ ତାହାକୁ ଲୋକଲୋଚନକୁ ଆଣି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥାନ୍ତି। ଏଭଳି କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ମାନଙ୍କୁ ମୁଁ ହୃଦୟରୁ ସାଲ୍ୟୁଟ୍ କରୁଛି ବୋଲି ଖୋରଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିଥ ପାରୁଷୋତ୍ତମ ଦାସ ପ୍ରକାଶ କରିଛନ୍ତି। ଖୋରଧା ଜିଲ୍ଲା ପ୍ରେସ କ୍ଲବ ପରିସରରେ ଜିଲ୍ଲା ପ୍ରେସ କ୍ଲବ ସମେତ ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ) ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ (ଓୟୁଡବ୍ଲ୍ୟୁଜେ) ଏବଂ ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ଶାଖା ଗୁଡ଼ିକର ମିଳିତ ଆନୁକୂଲ୍ୟରେ ଜାତୀୟ ପ୍ରେସ ଦିବସ-୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରେସ କ୍ଲବ ସଭାପତି ତପନ କୁମାର ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମାରୋହକୁ ଏସ୍‌ପି ଶ୍ରୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ନିଜ ଅଭିଭାଷଣରେ ଏସ.ପି କହିଥିଲେ ଯେ, ସାମ୍ବାଦିକତା କେବଳ ଏକ ବୃତ୍ତି ନୁହେଁ, ଏହା ସମାଜ ପ୍ରତି ଏକ ଗୁରୁଦାୟିତ୍ୱ। ଗଣମାଧ୍ୟମ ଗଣତନ୍ତ୍ରର ଏକ ପ୍ରମୁଖ ସ୍ତମ୍ଭ ହୋଇଥିବାରୁ ଏହାର ପ୍ରତିନିଧିମାନଙ୍କ ଉପରେ ସମାଜ ପ୍ରତି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ ରହିଛି। ଅନେକ ସମୟରେ ସାମ୍ବାଦିକ ମାନେ ବିଭିନ୍ନ ବିପଦ, ପ୍ରତିକୂଳ ପାଣିପାଗ ଓ କଠିନ ପରିସ୍ଥିତିକୁ ଭ୍ରୂକ୍ଷେପ ନକରି ଘଟଣାସ୍ଥଳରେ ପହଞ୍ଚି ଖବର ସଂଗ୍ରହ କରିଥାନ୍ତି। ସେମାନଙ୍କ ଏହି ନିଷ୍ଠା ଓ ପରିଶ୍ରମ ପ୍ରଶଂସନୀୟ। ଜନସାଧାରଣଙ୍କ ସମସ୍ୟା, ଅଭିଯୋଗ ଓ ଦୁର୍ନୀତି ଭଳି ପ୍ରସଙ୍ଗକୁ ଖବର ମାଧ୍ୟମରେ ସାମ୍ନାକୁ ଆଣି ସାମ୍ବାଦିକ ମାନେ ପ୍ରଶାସନକୁ ଉତ୍ତରଦାୟୀ କରିବାରେ ସହାୟକ ହେଉଛନ୍ତି।

The media is a key pillar of democracy: ଏସପି ଗଣତନ୍ତ୍ରର ଏକ ପ୍ରମୁଖ ସ୍ତମ୍ଭ ଗଣମାଧ୍ୟମ; ପୁଲିସ, ପ୍ରଶାସନ ଓ ସାମ୍ବାଦିକଙ୍କ ମଧ୍ୟରେ ସମନ୍ୱୟ ରହିବା ଜରୁରୀ – ସମୀକ୍ଷା

ସାମ୍ବାଦିକ ଓ ପ୍ରଶାସନ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ନୁହନ୍ତି; ବରଂ ଜନସ୍ୱାର୍ଥ ରକ୍ଷା ଦିଗରେ ଉଭୟଙ୍କ ଭୂମିକା ପରିପୂରକ। ତେଣୁ ଆଗାମୀ ଦିନରେ ପୁଲିସ, ଜିଲ୍ଲା ପ୍ରଶାସନ ଓ ଗଣମାଧ୍ୟମ ପ୍ରତିନିଧିମାନେ ମିଳିତ ଭାବେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉଚିତ। ଏହାଦ୍ୱାରା ଜନସାଧାରଣଙ୍କ ସମସ୍ୟାର ସମାଧାନ ତ୍ୱରାନ୍ୱିତ ହେବା ସହ ସମାଜରେ ସୁସ୍ଥ ଓ ସକାରାତ୍ମକ ପରିବେଶ ସୃଷ୍ଟି ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଜାତୀୟ ପ୍ରେସ ଦିବସ ଅବସରରେ ଜିଲ୍ଲାର ସମସ୍ତ ସାମ୍ବାଦିକ ଓ ସେମାନଙ୍କ ପରିବାରବର୍ଗଙ୍କୁ ସେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ସମାରୋହରେ ଉପସ୍ଥିତ ଅତିଥି ଓ ବକ୍ତାମାନେ ଚଳିତ ବର୍ଷର ଆଲୋଚନାର ବିଷୟବସ୍ତୁ ‘ସାମ୍ବାଦିକତା: ଦାୟିତ୍ୱବୋଧ ନା ଲୋକପ୍ରିୟତା’ ଉପରେ ନିଜ ନିଜର ମତ ରଖିଥିଲେ। ସାମ୍ବାଦିକତାର ମୂଳ ଲକ୍ଷ୍ୟ ସତ୍ୟ, ନିରପେକ୍ଷତା ଓ ଜନସ୍ୱାର୍ଥର ସୁରକ୍ଷା ହେବା ଆବଶ୍ୟକ। କେବଳ ଲୋକପ୍ରିୟତା, ଦର୍ଶକ ସଂଖ୍ୟା କିମ୍ବା ପ୍ରଚାର ପ୍ରସାର ପଛରେ ନପଡ଼ି ସାମ୍ବାଦିକମାନେ ନିଜର ବୃତ୍ତିଗତ ନୀତି, ନୈତିକତା ଓ ଦାୟିତ୍ୱବୋଧକୁ ପ୍ରାଧାନ୍ୟ ଦେବା ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ ବେହେରା ଯୋଗଦେଇ ଗଣମାଧ୍ୟମ ଓ ପ୍ରଶାସନ ମଧ୍ୟରେ ସୁସମ୍ପର୍କ ଏବଂ ତଥ୍ୟଭିତ୍ତିକ ସମ୍ବାଦ ପରିବେଷଣର ଗୁରୁତ୍ୱ ଉପରେ ମତ ରଖିଥିଲେ। ମୁଖ୍ୟବକ୍ତା ଭାବେ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ଶ୍ୟାମ ପ୍ରସନ୍ନ ମିତ୍ର ଯୋଗଦେଇ ସାମ୍ବାଦିକତାର ସାମାଜିକ ଦାୟିତ୍ୱ ଓ ଜନସଚେତନତା ସୃଷ୍ଟିରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।

The media is a key pillar of democracy: ଏସପି ଗଣତନ୍ତ୍ରର ଏକ ପ୍ରମୁଖ ସ୍ତମ୍ଭ ଗଣମାଧ୍ୟମ; ପୁଲିସ, ପ୍ରଶାସନ ଓ ସାମ୍ବାଦିକଙ୍କ ମଧ୍ୟରେ ସମନ୍ୱୟ ରହିବା ଜରୁରୀ – ସମୀକ୍ଷା

କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରଭାତ ପାଣିଗ୍ରାହୀ, ପ୍ରସନ୍ନ କୁମାର ପାଇକରାୟ, ଲୋହିତ ନାରାୟଣ ମହାପାତ୍ର, ରାଜେଶ ମହାନ୍ତି ଓ ଗୋପାଳକୃଷ୍ଣ ଦାସଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ସାମ୍ବାଦିକମାନେ ଯୋଗଦେଇ ଗଣମାଧ୍ୟମର ବର୍ତ୍ତମାନର ଆହ୍ୱାନ, ସାମ୍ବାଦିକଙ୍କ କର୍ତ୍ତବ୍ୟନିଷ୍ଠା ଓ ସାମାଜିକ ଉତ୍ତରଦାୟିତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏଥିରେ ଓୟୁଡବ୍ଲ୍ୟୁଜେର ଜିଲ୍ଲା ସଭାପତି ତଥା ପ୍ରେସ କ୍ଲବର ସାଧାରଣ ସମ୍ପାଦକ ପ୍ରକାଶ କୁମାର ହାତୀ, ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ଅବ୍ୟକ୍ତ ହରିହର ଖାଡ଼ଙ୍ଗା, ପ୍ରେସ କ୍ଲବର ଉପସଭାପତି ଲଳିତ ମୋହନ ମହାପାତ୍ର ଓ ପ୍ରସନ୍ନ କୁମାର ପାଇକରାୟଙ୍କ ସମେତ ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇଥିଲେ। ପ୍ରାରମ୍ଭରେ ପ୍ରେସ କ୍ଲବର ଉପସଭାପତି ଲଳିତ ମୋହନ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ, ଉପସଭାପତି ପ୍ରସନ୍ନ କୁମାର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ। ନିମନ୍ତ୍ରିତ ଅତିଥିମାନଙ୍କୁ ପ୍ରେସ କ୍ଲବ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲାର ଶତାଧିକ ସାମ୍ବାଦିକ ଏହି ସମାରୋହରେ ଯୋଗଦେଇ ଜାତୀୟ ପ୍ରେସ ଦିବସର ମହତ୍ତ୍ୱ ଓ ସାମ୍ବାଦିକତାର ଆଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର NATIONAL PRESS DAY CHILIKA: ଚିଲିକା ପ୍ରେସକ୍ଳବ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ