ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର କୋରାପୁଟ ବାଲେଶ୍ୱର ବରଗଡ଼ ନୟାଗଡ଼ ଗଞ୍ଜାମ

Khordha National Press Day: ସତ୍ୟକୁ ସାମ୍ନାକୁ ଆଣିବା ହିଁ ସାମ୍ବାଦିକର ଧର୍ମ; ଖୋରଧାରେ ଜାତୀୟ ପ୍ରେସ ଦିବସ ପାଳିତ

Khordha National Press Day: ସତ୍ୟକୁ ସାମ୍ନାକୁ ଆଣିବା ହିଁ ସାମ୍ବାଦିକର ଧର୍ମ; ଖୋରଧାରେ ଜାତୀୟ ପ୍ରେସ ଦିବସ ପାଳିତ – ସମୀକ୍ଷା ଖବର

ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି/ସମୀକ୍ଷା ନ୍ୟୁଜ /ଖୋର୍ଦ୍ଧା:

ଖୋରଧା ୧୬/୧୧/୨୬ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ଗଣମାଧ୍ୟମର ଦାୟିତ୍ୱ, ନିରପେକ୍ଷତା ଓ ସାମାଜିକ ପ୍ରତିବଦ୍ଧତାକୁ ମନେ ପକାଇ ଖୋରଧାରେ ଜାତୀୟ ପ୍ରେସ ଦିବସ-୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି। ସ୍ଥାନୀୟ ପ୍ରେସ କ୍ଲବ ପରିସରରେ ଜିଲା ପ୍ରେସ କ୍ଲବ ସମେତ ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ),ଓଡ଼ିଶା କର୍ମଜୀବୀ ସାମ୍ବାଦିକ ୟୁନିଅନ (ଓୟୁଡବ୍ଲ୍ୟୁଜେ) ଏବଂ ଉତ୍କଳ ସାମ୍ବାଦିକ ସଂଘର ଜିଲା ଶାଖାଗୁଡ଼ିକର ମିଳିତ ଆନୁକୂଲ୍ୟରେ ଏହି ଦିବସ ପାଳନ କରାଯାଇଥିଲା ଜିଲା ପ୍ରେସ କ୍ଲବ ସଭାପତି ତପନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାକୁ ଖୋରଧା ଆରକ୍ଷୀ ଅଧୀକ୍ଷକ ପରମାର ପୁରୁଷୋତ୍ତମ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ ବେହେରା ଏବଂ ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ ଡା.ଶ୍ୟାମା ପ୍ରସନ୍ନ ମିତ୍ର ଯୋଗଦେଇ ‘ସାମ୍ବାଦିକତା : ଦାୟିତ୍ୱବୋଧ ନା ଲୋକପ୍ରିୟତା’ ଶୀର୍ଷକ ବିଷୟ ଉପରେ ନିଜସ୍ୱ ମତ ରଖିଥିଲେ। ସାମ୍ବାଦିକତା କେବଳ ଖବର ପରିବେଷଣରେ ସୀମିତ ନୁହେଁ, ବରଂ ସତ୍ୟ ଓ ନିରପେକ୍ଷତାର ସହ ଜନସାଧାରଣଙ୍କ ସ୍ୱରକୁ ଶାସନ ବ୍ୟବସ୍ଥା ନିକଟରେ ପହଞ୍ଚାଇବା ଏହାର ମୂଳ ଦାୟିତ୍ୱ। ତଥ୍ୟର ସତ୍ୟତା ଯାଞ୍ଚ ନକରି ଖବର ପ୍ରସାରଣ କରିବା ଏବଂ କେବଳ ଲୋକପ୍ରିୟତା ପାଇଁ ଖବର ପରିବେଷଣ କରିବା ସାମ୍ବାଦିକତାର ମୂଳ ଆଦର୍ଶକୁ କ୍ଷୁଣ୍ଣ କରେ। ତେଣୁ ନିର୍ଭୀକତା, ନୈତିକତା, ଉତ୍ତରଦାୟିତ୍ୱ ଓ ଜନସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ସାମ୍ବାଦିକମାନେ କାର୍ଯ୍ୟ କରିବା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ।

Khordha National Press Day: ସତ୍ୟକୁ ସାମ୍ନାକୁ ଆଣିବା ହିଁ ସାମ୍ବାଦିକର ଧର୍ମ; ଖୋରଧାରେ ଜାତୀୟ ପ୍ରେସ ଦିବସ ପାଳିତ – ସମୀକ୍ଷା

ଏହି ଅବସରରେ ବରିଷ୍ଠ ସାମ୍ବାଦିକ ପ୍ରଭାତ ପାଣିଗ୍ରାହୀ,ପ୍ରସନ୍ନ ପାଇକରାୟ,ଲୋହିତ ନାରାୟଣ ମହାପାତ୍ର ଓ ରାଜେଶ ମହାନ୍ତିଙ୍କ ସମେତ ଓୟୁଡବ୍ଲ୍ୟୁଜେ ଜିଲା ସଭାପତି ତଥା ପ୍ରେସ କ୍ଲବ ସାଧାରଣ ସମ୍ପାଦକ ପ୍ରକାଶ କୁମାର ହାତୀ, ଓୟୁଜେ ଜିଲା ସଭାପତି ତପନ କୁମାର ନାୟକ, ଉତ୍କଳ ସାମ୍ବାଦିକ ସଂଘର ଜିଲା ସଭାପତି ଅବ୍ୟକ୍ତ ହରିହର ଖାଡ଼ଙ୍ଗା, ପ୍ରେସ କ୍ଲବ ଉପସଭାପତି ପ୍ରସନ୍ନ କୁମାର ପାଇକରାୟଙ୍କ ସମେତ ତିନିଟି ସାମ୍ବାଦିକ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ରହି ପ୍ରେସ ଦିବସର ତାତ୍ପର୍ଯ୍ୟ ଏବଂ ସାମ୍ବାଦିକତାର ବିଭିନ୍ନ ଦିଗ ଉପରେ ମତବ୍ୟକ୍ତ କରିଥିଲେ।ନିମନ୍ତ୍ରିତ ଅତିଥିମାନଙ୍କୁ ପ୍ରେସ କ୍ଲବ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ପ୍ରେସ କ୍ଲବ ଉପସଭାପତି ଲଳିତ ମୋହନ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ଶେଷରେ ସାଧାରଣ ସମ୍ପାଦକ ପ୍ରକାଶ କୁମାର ହାତୀ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲାର ଶତାଧିକ ସାମ୍ବାଦିକଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ସାମ୍ବାଦିକତାର ନୈତିକ ମୂଲ୍ୟବୋଧ, ସାମାଜିକ ଦାୟିତ୍ୱ ଓ ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକାକୁ ପୁନର୍ବାର ଉଜ୍ଜୀବିତ କରିଥିଲା।

Khordha National Press Day: ସତ୍ୟକୁ ସାମ୍ନାକୁ ଆଣିବା ହିଁ ସାମ୍ବାଦିକର ଧର୍ମ; ଖୋରଧାରେ ଜାତୀୟ ପ୍ରେସ ଦିବସ ପାଳିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Tangi Block National Press Day: ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ