ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଗଞ୍ଜାମ କୋରାପୁଟ ଜଗତସିଂହପୁର ବାଲେଶ୍ୱର ନୟାଗଡ଼ କନ୍ଧମାଳ

Bargarh Allegations of corruption in the distribution of government-supplied pulses and rice: ବରଗଡ଼ରେ ସରକାରୀ ଡାଲି ଓ ଚାଉଳ ବଣ୍ଟନରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ

Bargarh Allegations of corruption in the distribution of government-supplied pulses and rice: ବରଗଡ଼ରେ ସରକାରୀ ଡାଲି ଓ ଚାଉଳ ବଣ୍ଟନରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ – ସମୀକ୍ଷା ଖବର

ଅବିନାଶ ଗଡତିଆ/ବରଗଡ /ସମୀକ୍ଷା ନ୍ୟୁଜ :

ବରଗଡ଼ ଜିଲ୍ଲାରେ ଗରିବ ଓ ଅସହାୟ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ରାସନ (ଡାଲି ଓ ଚାଉଳ) ବଣ୍ଟନରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ସାଧାରଣ ବଣ୍ଟନ ବ୍ୟବସ୍ଥା ଅଧୀନରେ ହିତାଧିକାରୀଙ୍କୁ ମିଳୁଥିବା ମାଗଣା ଓ ରିହାତି ଦରର ଚାଉଳ ଏବଂ ଡାଲିକୁ ବାଟମାରଣା କରାଯାଇ ଖୋଲା ବଜାରରେ ଚଢ଼ା ଦରରେ ବିକ୍ରି କରାଯାଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ସ୍ଥାନୀୟ ହିତାଧିକାରୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରତି ମାସରେ ଡିଲରମାନଙ୍କ ଦ୍ୱାରା ଇ-ପସ୍ ମେସିନରେ ହିତାଧିକାରୀଙ୍କ ଟିପଚିହ୍ନ ନିଆଯାଉଥିଲେ ମଧ୍ୟ ସମସ୍ତଙ୍କୁ ପୂରା ପରିମାଣର ରାସନ ସାମଗ୍ରୀ ମିଳୁନାହିଁ । ନିର୍ଦ୍ଧାରିତ କୋଟା ଅନୁଯାୟୀ ଚାଉଳ ଓ ଡାଲି ଦେବା ପରିବର୍ତ୍ତେ ପ୍ରତି କାର୍ଡ ପିଛା ୨ରୁ ୫ କିଲୋଗ୍ରାମ ପର୍ଯ୍ୟନ୍ତ କମ୍ ସାମଗ୍ରୀ ଦିଆଯାଉଥିବା ଅଭିଯୋଗ ହୋଇଛି । ହିତାଧିକାରୀଙ୍କ ଠାରୁ କାଟି ରଖାଯାଉଥିବା ଏହି ସରକାରୀ ଚାଉଳ ଓ ଡାଲିକୁ ଅସାଧୁ ଡିଲର ଏବଂ ମିଲରଙ୍କ ମଧୁଚନ୍ଦ୍ରିକାରେ ଚୋରାରେ ଖୋଲା ବଜାର ଓ ବ୍ୟବସାୟୀଙ୍କୁ ବିକ୍ରି କରିଦିଆଯାଉଛି।କେତେକ ସ୍ଥାନରେ ଭଲ ସରକାରୀ ଡାଲି ଓ ଚାଉଳ ବଦଳରେ ନିମ୍ନମାନର ସାମଗ୍ରୀ ବଣ୍ଟନ କରାଯାଉଥିବା ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି। ଯୋଗାଣ ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ଜାଣତରେ ଏହି ଦୁର୍ନୀତି ଚାଲିଥିବା ସ୍ଥାନୀୟ ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ, ଅଭିଯୋଗ ପାଇବା ପରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଯଦି କୌଣସି ଡିଲର କିମ୍ବା ଅଧିକାରୀ ଏହି ଅନିୟମିତତାରେ ସମ୍ପୃକ୍ତ ଥିବା ପ୍ରମାଣିତ ହୁଏ, ତେବେ ସେମାନଙ୍କ ଲାଇସେନ୍ସ ବାତିଲ କରିବା ସହ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପ୍ରକୃତ ହିତାଧିକାରୀଙ୍କୁ ସେମାନଙ୍କର ହକ୍ ପ୍ରଦାନ କରିବା ସହ ଭିଜିଲାନ୍ସ ଦ୍ୱାରା ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଜିଲ୍ଲାବାସୀ ଦାବି କରିଛନ୍ତି।

Bargarh Allegations of corruption in the distribution of government-supplied pulses and rice: ବରଗଡ଼ରେ ସରକାରୀ ଡାଲି ଓ ଚାଉଳ ବଣ୍ଟନରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ – ସମୀକ୍ଷା

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Debrigarh Strict measures against poachers: ଦେବ୍ରୀଗଡ଼ ଅଭୟାରଣ୍ୟରେ ଶିକାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ