ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ କୋରାପୁଟ ଜଗତସିଂହପୁର ଗଞ୍ଜାମ ବାଲେଶ୍ୱର ବରଗଡ଼ ନୟାଗଡ଼

Bhitarkanika Eco Retreat closed: ଭିତରକନିକାରେ ବନ୍ଦ ହେଲା ଇକୋ ରିଟ୍ରିଟ

Bhitarkanika Eco Retreat closed: ଭିତରକନିକାରେ ବନ୍ଦ ହେଲା ଇକୋ ରିଟ୍ରିଟ – ସମୀକ୍ଷା ଖବର

ଜଗବନ୍ଧୁ ଖଟୁଆ/ରାଜନଗର ସାମ୍ବାଦିକ /ସମୀକ୍ଷା ନ୍ୟୁଜ : ତାରିଖ -18/11/26

ବନ୍ଦ ହେଲା ଭିତରକନିକା ଇକୋ ରିଟ୍ରିଟ। ପେଣ୍ଠ ବେଳାଭୂମିରେ ୫ ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ଇକୋ ରିଟ୍ରିଟକୁ ବନ୍ଦ କରି ଦିଆଯାଇଛି। ଯେଉଁ ସ୍ଥାନରେ ଇକୋ ରିଟ୍ରିଟ ଆୟୋଜିତ ହୋଇ ଆସୁଥିଲା ସେହି ବେଳାଭୂମି ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଭିତରେ ଯାଉଛି। ଏହି ସ୍ଥାନଟି ସିଆରଜେଡ଼ ଓ ଇକୋ ସେନସେଟିଭ ଜୋନରେ ଆସୁଥିବାରୁ ଏଠାରେ ସ୍ଥାୟୀ ଓ ଅସ୍ଥାୟୀ କାମ କରିବା ପୂର୍ବରୁ ୱ୍ହାଇଲ୍ଡ ଲାଇଫ ବୋର୍ଡ , ସିଆରଜେଡ଼ କ୍ଲିୟରାନ୍ସ ପ୍ରଥମେ ଆବଶ୍ୟକ।କୌଣସି ଅନୁମତି ନଥିବାରୁ ଚଳିତ ବର୍ଷ ଭିତରକନିକା ଇକୋ ରିଟ୍ରିଟକୁ ସମ୍ପର୍ଣ ବନ୍ଦ କରି ଦିଆଯାଇଛି। କୋଣାର୍କ ପରେ ଭିତରକନିକା ଇକୋ ରିଟ୍ରିଟରେ ପର୍ଯ୍ୟଟକଙ୍କ ଅଧିକ ଭିଡ ଯମୁଥିଲା। ଅଧିକ ସଫଳତା ପାଇଥିବା ଓ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଭିତରକନିକା ଇକୋ ରିଟ୍ରିଟ ବନ୍ଦ କରିଦିଆଯିବାରୁ ପର୍ଯ୍ୟଟକ ନିରାଶ ହୋଇଛନ୍ତି। ୱ୍ହାଇଲ୍ଡ ଲାଇଫ ବୋର୍ଡର ଅନୁମତି ଓ ସିଆରଜେଡ଼ କ୍ଲିୟରାନ୍ସ ନଥିବାରୁ ଚଳିତ ବର୍ଷ ଠାରୁ ଭିତରକନିକା ଇକୋ ରିଟ୍ରିଟକୁ ବନ୍ଦ କରି ଦିଆଯାଇଛି। ଭିତରକନିକା ଇକୋରିଟ୍ରିଟକୁ ଆସୁଥିବା ପର୍ଯ୍ୟଟକମାନେ ଦିନରେ ଭିତରକନିକାରେ ମିନି ଆମାଜନର ଅନୁଭୂତି ସାଉଁଟିବେ ଓ ରାତିରେ ବଂଗୋପସାଗର ବେଳାଭୂମିରେ ନିଆରା ଅନୁଭୂତି ପାଇବେ ଓ ଭିତରକନିକାକୁ ପର୍ଜ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଲକ୍ଷ୍ୟରେ ପେଣ୍ଠ ଠାରେ ଇକୋ ରିଟ୍ରିଟ ଆୟୋଜିତ ହୋଇଆସୁଥିଲା। ଚଳିତ ବର୍ଷ ୧୬ ତାରିଖ ଠାରୁ ସାତକୋଶିଆ , ଦାରିଙ୍ଗବାଡି ଓ ହୀରାକୁଦରେ ଇକୋ ରିଟ୍ରିଟ ଆରମ୍ଭ ହୋଇସାରିଛି।ଇକୋ ରିଟ୍ରିଟ ଦ୍ୱାରା ସ୍ଥାନୀୟ ଯୁବକମାନେ ମଧ୍ୟ ରୋଜଗାର କ୍ଷମ ହୋଇପାରୁଥିଲେ। ଅନ୍ୟପଟେ ଚଳିତ ବର୍ଷ ଇକୋ ରିଟ୍ରିଟ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ କୌଣସି ଅନୁମତି ଆବେଦନ କରାଯାଇନଥିଲା ବୋଲି କହିଛନ୍ତି ରାଜନଗର ଡ଼ିଏଫଓ।

Bhitarkanika Eco Retreat closed: ଭିତରକନିକାରେ ବନ୍ଦ ହେଲା ଇକୋ ରିଟ୍ରିଟ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର District level National Press Day observed: ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ