ମୁଖ୍ୟ ବିଷୟକୁ ଯାଆନ୍ତୁ
ଶୁକ୍ରବାର, ୨୦ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ଖୋର୍ଦ୍ଧା କେନ୍ଦ୍ରାପଡ଼ା ବରଗଡ଼ ମାଲକାନଗିରି କୋରାପୁଟ

Excise raid: ଅବକାରୀ ଚଢ଼ାଉ, ୧୮୯ ଲିଟର ମଦ ଜବତ, ୮ ଅଭିଯୁକ୍ତ କୋର୍ଟ ଚାଲାଣ

Excise raid: ଅବକାରୀ ଚଢ଼ାଉ, ୧୮୯ ଲିଟର ମଦ ଜବତ, ୮ ଅଭିଯୁକ୍ତ କୋର୍ଟ ଚାଲାଣ – ସମୀକ୍ଷା ଖବର

ନମିତା ନାୟକ /ଜିଲ୍ଲା ପ୍ରତିନିଧି /କେନ୍ଦ୍ରାପଡ଼ା /ସମୀକ୍ଷା ନ୍ୟୁଜ:

କେନ୍ଦ୍ରାପଡ଼ା, ୦୯/୧୧: ଜିଲ୍ଲାରେ ବେଆଇନ ନିଶାଦ୍ରବ୍ୟ ଓ ଚୋରା ମଦ କାରବାର ଉପରେ ରୋକ୍ ଲଗାଇବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଏକ ବ୍ୟାପକ ଚଢ଼ାଉ ଅଭିଯାନ ଚାଲିଛି। ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ ଶ୍ରୀ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଚଢ଼ାଉ କରାଯାଇଥିଲା। କେନ୍ଦ୍ରାପଡ଼ା ଟାଉନ, ସଦର, ମାର୍ଶାଘାଇ ଓ ଡେରାବିଶ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ଟିମ୍ ଚଢ଼ାଉ କରି ୮ ଜଣଙ୍କ ନିକଟରୁ ମୋଟ ୧୮୯ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରିଥିଲା। ଜବତ ମଦ ମଧ୍ୟରେ ଖୁରୁସିଆ ଗ୍ରାମର ଶଶିକାନ୍ତ ନାୟକ (୪୪)ଙ୍କ ନିକଟରୁ ୨୯ ଲିଟର ବିଦେଶୀ ମଦ, ବଡ଼ପାଳ ଗ୍ରାମର କୁନାଲ ଚନ୍ଦ୍ର ନାୟକ (୫୭)ଙ୍କ ନିକଟରୁ ୩୨ ଲିଟର ଦେଶୀ ମଦ, ଗୁଲନଗର ଗ୍ରାମର ଜଳଧର ସେଠୀ (୩୮)ଙ୍କ ନିକଟରୁ ୨୨ ଲିଟର ବିଦେଶୀ ମଦ ଓ ଅଶୋକ କୁମାର ମଳିକ (୪୨)ଙ୍କ ନିକଟରୁ ୨୭ ଲିଟର ଦେଶୀ ମଦ ଜବତ ହୋଇଛି। ସେହିପରି ଯଅଁରା ବାରିମୂଳ ଗ୍ରାମର ଦୟାକାନ୍ତ ରାଉତ (୩୫)ଙ୍କ ନିକଟରୁ ୨୦ ଲିଟର ବିଦେଶୀ ମଦ, ସାନ୍ତସାହି ଗ୍ରାମର ଲକ୍ଷ୍ମୀପ୍ରିୟା ସାହୁ (୩୯)ଙ୍କ ନିକଟରୁ ୧୯ ଲିଟର ଦେଶୀ ରନ୍ଧା ମଦ, ବଲଗଣ୍ଡୀ ଗ୍ରାମର ଶରତ କୁମାର ସାହୁ (୬୦)ଙ୍କ ନିକଟରୁ ୧୭ ଲିଟର ଦେଶୀ ମଦ ଏବଂ ନରୁଆ ଗ୍ରାମର ବିପିନ କାଣ୍ଡି (୩୪)ଙ୍କ ନିକଟରୁ ୨୩ ଲିଟର ବିଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ବିଭିନ୍ନ ଅବକାରୀ ମାମଲା ରୁଜୁ କରାଯିବା ସହ ୮ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଚଢ଼ାଉ ଅଭିଯାନରେ ଅବକାରୀ ଉପନିରୀକ୍ଷକ ଶ୍ରୀ ରଞ୍ଜନ କୁମାର ପାତ୍ର, ଶ୍ରୀମତୀ ତ୍ରିବେଣୀ ମହନ୍ତ ଓ ଶ୍ରୀ ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ରଙ୍କ ସମେତ ଅବକାରୀ ବିଭାଗର ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ ।

Excise raid: ଅବକାରୀ ଚଢ଼ାଉ, ୧୮୯ ଲିଟର ମଦ ଜବତ, ୮ ଅଭିଯୁକ୍ତ କୋର୍ଟ ଚାଲାଣ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Attack Sarpanch Chameli Ojha’s family: ସରପଞ୍ଚ ଚାମେଲି ଓଝାଙ୍କ ପରିବାର ଉପରେ ଆକ୍ରମଣ