ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଗଞ୍ଜାମ କୋରାପୁଟ ଜଗତସିଂହପୁର ବାଲେଶ୍ୱର ନୟାଗଡ଼ କନ୍ଧମାଳ

Tenders for two new railway lines: ଦୁଇ ନୂତନ ରେଳପଥ ପାଇଁ ଟେଣ୍ଡର, ୪୮ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ

Tenders for two new railway lines: ଦୁଇ ନୂତନ ରେଳପଥ ପାଇଁ ଟେଣ୍ଡର, ୪୮ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୧୭/୧୧/୨୬ – ଦକ୍ଷିଣ-ପୂର୍ବ ରେଳବାଇ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ନୂଆ ରେଳ ଲାଇନର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରତିଶ୍ରୁତିରେ ୨,୮୪୩.୫୧ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ୧୨୯.୪୭୦ କିଲୋମିଟର ଦୀର୍ଘ ଦୁଇଟି ରେଳ ପ୍ରକଳ୍ପ ବାବଦରେ କାର୍ଯ୍ୟବାହୀ ହେବ । ବାଦାମପାହାଡ଼-କେନ୍ଦୁଝରଗଡ଼ ନୂଆ ରେଳ ଲାଇନର ଦୈର୍ଘ୍ୟ ୭୨.୧୧୦ କିମି ଥିବାବେଳେ ୨,୦୦୪.୪୬ କୋଟିର ପ୍ରକଳ୍ପ ପାଇଁ ଅଟକଳ ମୂଲ୍ୟ ୪୦.୦୯ କୋଟି ରହିଛି । ଏହି ରେଳ ଲାଇନ କାର୍ଯ୍ୟ ସମାପ୍ତିର ଅବଧି ୪୮ ମାସ ଅର୍ଥାତ ୨୯ ଫେବୃଆରୀ ୨୦୨୬ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ରହିଛି । ସେହିପରି ଦ୍ୱିତୀୟ ପ୍ରକଳ୍ପ ବାଙ୍ଗିରିପୋଷି-ଗୋରୁମହିଷାଣୀ ନୂଆ ରେଳ ଲାଇନ ୩୨.୩୪୦ କିମି ପାଇଁ ୮୩୯.୦୫ କୋଟି ଅନୁଦାନ ରହିଛି । ଏହାର ଅଟକଳ ମୂଲ୍ୟ ୧୬.୭୮ କୋଟି ଥିବାବେଳେ କାର୍ଯ୍ୟ ସମାପ୍ତି ଅବଧି ୩୬ ମାସ ଅର୍ଥାତ ୨୯ ଫେବୃଆରୀ ୨୦୨୬ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ରହିଛି । ଦୁଇଟି ରେଳଲାଇନର ମୋଟ ୧୦୯.୪୫୦ କିମି ପାଇଁ ବର୍ତ୍ତମାନ ୨,୮୪୩.୫୧ କୋଟି ରହିଛି। କାର୍ଯ୍ୟ ମଧ୍ୟରେ ମାଟି କାମ, ବଡ଼ ଓ ଛୋଟ ପୋଲ, ଆରଓବି ଏବଂ ଆରୟୁବି, ଷ୍ଟେସନ ଓ ସେଡନିର୍ମାଣ, ବିଦ୍ୟୁତୀକରଣ, ସିଗନାଲିଂ ଓ ଟେଲି ଯୋଗାଯୋଗ ଏବଂ ୬୫ ଟି ଏଲସି ଗେଟ୍ ପାଇଁ ବିଭାଜନ ହେବ । ଦୁଇଟି ପ୍ରକଳ୍ପ ଆଗାମୀ ୩ ଓ ୪ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଟେଣ୍ଡରରେ ଦର୍ଶାଯାଇଛି ।

Tenders for two new railway lines: ଦୁଇ ନୂତନ ରେଳପଥ ପାଇଁ ଟେଣ୍ଡର, ୪୮ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ – ସମୀକ୍ଷା

ତେବେ ଏହି ଦୁଇ ରେଳ ପ୍ରକଳ୍ପ ମୟୂରଭଞ୍ଜର ଅର୍ଥନୈତିକ ଓ ସାମାଜିକ ବିକାଶରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି । ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟି ଓ ନିରନ୍ତର ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏହି ଦୁଇ ପ୍ରକଳ୍ପ ନେଇ ମୟୂରଭଞ୍ଜ ବାସୀଙ୍କ ଅନେକ ବର୍ଷର ଦାବି ରହିଥିଲା ଏବଂ ଏହା ମୟୂରଭଂଜ ମାଟିର ସୁକନ୍ୟା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ଚର୍ଚ୍ଚା ହେଉଛି । ଏହି ଦୁଇ ପ୍ରକଳ୍ପର କାର୍ଯ୍ୟ ଆସନ୍ତା ୨୦୨୭ ଜନୁଆରୀ ୧୯ ତାରିଖରେ ଏହାର ଟେଣ୍ଡର ବନ୍ଦ ହେବାକୁ ଥିବାବେଳେ ୪୮ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାବାସୀ କୃତଜ୍ଞତା ଜଣାଇଛନ୍ତି । ତେବେ ଜିଲ୍ଲା ମଧ୍ୟରେ ଅନ୍ୟ ରେଳପଥ ଦାବି ନେଇ ବିଭିନ୍ନ ସମୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ଏହା ମଧ୍ୟ କେବେ କାର୍ଯ୍ୟକାରୀ ହେଉଛି ତାକୁ ନେଇ ଜିଲ୍ଲାବାସୀ ଅପେକ୍ଷା ରତ ଏବଂ ଏହା କାର୍ଯ୍ୟକାରୀ ହେଲେ ସର୍ବବୃହତ ଜିଲ୍ଲା ମଧ୍ୟରେ ରେଳପଥର ପୂର୍ଣାଙ୍ଗ ପ୍ରାପ୍ତି ହେବ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି ।

Tenders for two new railway lines: ଦୁଇ ନୂତନ ରେଳପଥ ପାଇଁ ଟେଣ୍ଡର, ୪୮ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Baliguda Fifth Disha Session: ବାଲିଗୁଡ଼ାରେ ପଞ୍ଚମ ଦିଶା ଅଧିବେଶନ, ଭୂସ୍ଖଳନ କ୍ଷୟକ୍ଷତି ଓ ରିଲିଫ୍ ବଣ୍ଟନର ସମୀକ୍ଷା