ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ କୋରାପୁଟ ଜଗତସିଂହପୁର ଗଞ୍ଜାମ ବାଲେଶ୍ୱର ନୟାଗଡ଼ କନ୍ଧମାଳ

Jagatsinghpur Quiz Competition: ଜଗତସିଂହପୁର : ନିର୍ବାଚନ ସାକ୍ଷରତା କ୍ଲବ୍ (ELC) ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କୁଇଜ୍ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ

Jagatsinghpur Quiz Competition: ଜଗତସିଂହପୁର : ନିର୍ବାଚନ ସାକ୍ଷରତା କ୍ଲବ୍ (ELC) ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କୁଇଜ୍ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ – ସମୀକ୍ଷା ଖବର

ଭଗବାନ ମହାନ୍ତି /ଜିଲ୍ଲା ପ୍ରତିନିଧି /ଜଗତସିଂହପୁର /ସମୀକ୍ଷା ନ୍ୟୁଜ:

ଜଗତସିଂହପୁର, ତା ୧୭/୧୧/୨୬: ଆଜି ପୂର୍ବାହ୍ନ ରେ ନିର୍ବାଚନ ସାକ୍ଷରତା କ୍ଲବ୍ (ELC) ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କୁଇଜ୍ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଆୟୋଜିତ ହୋଇଯାଇଛି। ଜିଲ୍ଲାର ୪ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ମହାବିଦ୍ୟାଳୟ ରୁ କୃତୀ ପ୍ରତିଯୋଗୀ ମାନେ ଆସି ଏହି ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନିର୍ବାଚନ ସମ୍ପର୍କିତ ସଚେତନତା, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ମତଦାନର ଗୁରୁତ୍ୱ ସମ୍ପର୍କରେ ଜ୍ଞାନ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି କୁଇଜ୍ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।ଓଡ଼ିଆ ପ୍ରବନ୍ଧ ର ବିଷୟବସ୍ତୁ ଥିଲା “ସଚେତନ ମତଦାତା ସଶକ୍ତ ଗଣତନ୍ତ୍ର” ଏବଂ ଇଂରାଜୀ ପ୍ରବନ୍ଧ ର ବିଷୟବସ୍ତୁ ଥିଲା  “Informed voting, strong democracy”. ପ୍ରତିଯୋଗିତା ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ପ୍ରତିବର୍ଗ ରେଶ୍ରେଷ୍ଠ ୧୦ ଜଣ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ହେଉଛି ଯୁବପିଢ଼ିଙ୍କ ମଧ୍ୟରେ ନିର୍ବାଚନୀ ସାକ୍ଷରତା ବୃଦ୍ଧି କରିବା ସହିତ ସେମାନଙ୍କୁ ଜଣେ ସଚେତନ, ଦାୟିତ୍ୱବାନ ଓ ସକ୍ରିୟ ନାଗରିକ ଭାବେ ଗଢ଼ି ତୋଳିବା। ଡେପୁଟି କଲେକ୍ଟର ଶ୍ରୀମତୀ ତୃପ୍ତିମୟୀ ପ୍ରଧାନ, ଡେପୁଟି କଲେକ୍ଟର ଶ୍ରୀମତୀ କୁଞ୍ଚିତା ସାମଲ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ କେଶବ ମେହେର କାର୍ଯ୍ୟକ୍ରମ ପରିଚାଲନା କରିଥିବା ବେଳେ ଜିଲ୍ଲା ନିର୍ଵାଚନ ବିଭାଗ ଓ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Jagatsinghpur Quiz Competition: ଜଗତସିଂହପୁର : ନିର୍ବାଚନ ସାକ୍ଷରତା କ୍ଲବ୍ (ELC) ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କୁଇଜ୍ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର District level National Press Day 2026 observed: ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ୨୦୨୬ ପାଳିତ