ଭଗବାନ ମହାନ୍ତି /ଜିଲ୍ଲା ପ୍ରତିନିଧି / ଜଗତସିଂହପୁର /ସମୀକ୍ଷା ନ୍ୟୁଜ:
ଜଗତସିଂହପୁର, 19/11 : ଜଗତସିଂହପୁର ଜିଲ୍ଲା ବାଲିକୁଦା ତହସିଲର କୁସୁପୁର ଗ୍ରାମ ପଞ୍ଚାୟତର ଦଣ୍ଡାବେଦୀ ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ରେ ରନ୍ଧା ଖାଦ୍ୟ ପରିବେଷଣ କରାଯାଇଛି |ଆକବାନ ଆସିବାର ଆଶଙ୍କାରେ ପ୍ରଶାସନ କୁସୁପୁର ପଞ୍ଚାୟତର ସମୁଦ୍ର କୂଳରେ ଥିବା ଲୋକ ମାନଙ୍କୁ ଆଣି ଏହି ଦଣ୍ଡାବେଦୀ ଆଶ୍ରୟ ସ୍ଥଳୀରେ ଆଶ୍ରୟ ଦେଇଛନ୍ତି | ପ୍ରକାଶ ଥାଉକି ଜଗତସିଂହପୁର ଜିଲାର ସମୁଦ୍ର ଉପକୂଳରେ ବାଲିକୁଦା, ଏରସମା, କୁଜଙ୍ଗ ଏହି ତିନିଟି ତହସିଲ ଅବସ୍ଥିତ ଅଟେ |ପୁଣି ବାଲିକୁଦା ତହସିଲର ମଧ୍ୟ ତିନିଟି ଗ୍ରାମ ପଞ୍ଚାୟତ ନଙ୍ଗୋପସାଗର କୂଳରେ ଅବସ୍ଥିତ | ସେମାନେ ହେଲେ ମାରୀଚପୁର, ବରମୁଣ୍ଡଳୀ ଓ କୁସୁପୁର |କୁସୁପୁର ପଞ୍ଚାୟତର ନନ୍ଧରା, ଦଣ୍ଡାବେଦୀ, ଓ କୁସୁପୁର ଗ୍ରାମ ସମୁଦ୍ରକୁ ଲାଗି ରହିଛି |ଦଣ୍ଡାବେଦୀ ବାତ୍ୟା ଆଶ୍ରୟ ସ୍ଥଳୀରେ କୁସୁପୁର ପଞ୍ଚାୟତର ଆଶ୍ରିତମାନଙ୍କୁ ରଖାଯାଇଛି |ପ୍ରଶାସନ ତରଫରୁ ସମସ୍ତ ସୁବିଧା କରାଯାଇଛି ଯେପରି ଆଶ୍ରିତ ମାନେ 3ଦିନ ପାଇଁ ସୁରୁ ଖୁରୁରେ ବଞ୍ଚିପାରବେ | ଜିଲ୍ଲାପାଳ ସଖାଳେ ଆମର ସମୀକ୍ଷା ପ୍ରତିନିଧିଙ୍କ କୁସୁପୁର ପଞ୍ଚାୟତର ପ୍ରଶ୍ନ ଉତ୍ତର ଦେଇ କହିଥିଲେ ତାଙ୍କର ପ୍ରଶାସନ ଅଧିକାରୀ ଓ କର୍ମଚାରୀ ସେବାରେ ଲାଗିଛନ୍ତି କୁସୁପୁର ପଞ୍ଚାୟତରେ |ସମସ୍ତ ଖାଦ୍ୟ ପାନୀୟ ଔଷଧ ଇତ୍ୟାଦି ବ୍ୟବସ୍ତା ମଧ୍ୟ ହୋଇଛି ସେମାନଙ୍କ ପାଇଁ | ସମୀକ୍ଷା ପ୍ରତିନିଧି କୁସୁପୁର ପରିଦର୍ଶନ କରି ସେଠାକାର ସମାଜସେବୀ ଦୈତାରୀ ପ୍ରଧାନ (କୁସୁପୁର ), ଦୁର୍ୟୋଧନ ପଣ୍ଡା(ଅନନ୍ତପୁର), ନିରଞ୍ଜନ ସ୍ୱାଇଁ,(କୁସୁପୁର )ବୁଲୁ ଦାସ ଓ ବିଜୟ ଦାସ(ବରମୁଣ୍ଡଳୀ ), ଉପେନ୍ଦ୍ର ଜେନା ଓ ଜନାର୍ଦ୍ଧନ ମହାନ୍ତି (ମାରୀଚପୁର ) କ୍ଷେତ୍ରମୋହନ ସାହୁ ଓ ଦିଲୀପ କୁମାର ରାଉଳ (ବାଲିକୁଦା ), ସତ୍ୟ ସାରଥୀ ମହାନ୍ତି (ବାଲିକୁଦା )ମିଳି ଅଞ୍ଚଳର ଆଶ୍ରୟ ସ୍ଥଳ ପରିଦର୍ଶନ କରି ଲୋକଙ୍କର ସେବା ପ୍ରଦାନ କରିଥିଲେ | ସେମାନଙ୍କ କଥା ଅନୁଯାଇ ପ୍ରଶାସନ ସହ ସେମାନେ ସହଯୋଗ କରି ଏହି ବିପତ୍ତି ସମୟରେ ମାନବ ସେବାକୁ ମାଧବ ସେବା ବୋଲି ମାନିନେଇଛନ୍ତି ଓ କର୍ମ ପାଇଁ ତତ୍ପର ଅଛନ୍ତି |






