ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଉତ୍କେଲାରେ ମେଗା ରକ୍ତଦାନ ଶିବିର, ୩୦ ୟୁନିଟ୍ ରକ୍ତ ସଂଗ୍ରହ

ଉତ୍କେଲାରେ ମେଗା ରକ୍ତଦାନ ଶିବିର, ୩୦ ୟୁନିଟ୍ ରକ୍ତ ସଂଗ୍ରହ – ସମୀକ୍ଷା ଖବର


ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି:

ଉତ୍କେଲା, ୨୦/୯/୨୦୨୬ (ସମୀକ୍ଷା): ଅଖିଳ ଭାରତୀୟ ତେରାପନ୍ଥ ଯୁବକ ପରିଷଦର ଆହ୍ୱାନ କ୍ରମେ ‘ରକ୍ତଦାନ କର୍ତ୍ତବ୍ୟମ୍’ ଅଭିଯାନ ଅନ୍ତର୍ଗତ ତେରାପନ୍ଥ ଯୁବକ ପରିଷଦ, ଉତ୍କେଲା ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ସ୍ଥାନୀୟ ତେରାପନ୍ଥ ଭବନଠାରେ ଆୟୋଜିତ ହୋଇଥିଲା। ଏହି ଶିବିରରେ ମୋଟ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ଅଖିଳ ଭାରତୀୟ ତେରାପନ୍ଥ ଯୁବକ ପରିଷଦ ପକ୍ଷରୁ ସେପ୍ଟେମ୍ବର ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ରକ୍ତଦାନ ଶିବିର ଆୟୋଜନ କରାଯାଉଥିବା ବେଳେ ଉତ୍କେଲାରେ ସେପ୍ଟେମ୍ବର ୨୦ ତାରିଖ ରବିବାର ଏହି ଶିବିର ଅନୁଷ୍ଠିତ ହୋଇଥିଲା।

ଉତ୍କେଲାରେ ମେଗା ରକ୍ତଦାନ ଶିବିର, ୩୦ ୟୁନିଟ୍ ରକ୍ତ ସଂଗ୍ରହ – ସମୀକ୍ଷା


ଏହି ମହତ୍ କାର୍ଯ୍ୟରେ ତେରାପନ୍ଥ ଯୁବକ ପରିଷଦର ସମସ୍ତ ସଦସ୍ୟଙ୍କ ସହ ଜୈନ ଶ୍ୱେତାମ୍ବର ତେରାପନ୍ଥ ସଭା ଓ ଜୈନ ଶ୍ୱେତାମ୍ବର ତେରାପନ୍ଥ ମହିଳା ମଣ୍ଡଳର ସଦସ୍ୟମାନେ ସହଯୋଗ କରିଥିଲେ। ରକ୍ତଦାନ ମାଧ୍ୟମରେ ମାନବ ସେବା ଓ ଜୀବନ ରକ୍ଷାର ବାର୍ତ୍ତା ପ୍ରଚାର କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ।
ଶିବିରରେ ମାଧବ ମାଝୀ, ନବରତ୍ନ ସ୍ୱାମୀ, ପ୍ରଭୁ ସ୍ୱାମୀ, ଭୁବନେ ସ୍ୱର୍ଣ୍ଣାଗ, ସୁମନ୍ତ ପ୍ରଧାନ, ବିଶ୍ୱ ପ୍ରଧାନ, ବିକାଶ ଚନ୍ଦ୍ର ଭୋଇ, ମୋନାଜ କୁମାର ପ୍ରଧାନ, ଚିରାଗ ଜୈନ, ରାହୁଲ ଜୈନ, ଇତିଶ୍ରୀ ପ୍ରଧାନ, ପ୍ରବୀଣ ଜୈନ, କିସନ ବେମାଲ, ବର୍ଦ୍ଧମାନ ଜୈନ, ସତୀଶ ଜୈନ, କ୍ଷୀରୋଦ ମାଝୀ, ଅରିହନ୍ତ ଜୈନ, ପ୍ୟାରିଲାଲ ମେହେର, ତନ୍ମୟ ପ୍ରଧାନ, ପ୍ରିତିଶ ପଟ୍ଟନାୟକ, ଶ୍ରୀକାନ୍ତ ମହାନ୍ତି, ପବିତ୍ର ପ୍ରଧାନ, ଯୁଗଳ ମୁଦୁଲି, ଯୁଗେଶ ଜୈନ, ବିଦ୍ୟାଧର ଗୌଡ଼, ରିଶବ ଜୈନ, କୁଲଦୀପ ଜୈନ, କୁନୁ ସା, କମଲ ମେହେର ଓ ମନ୍ସୁଖ ଭାଇଙ୍କ ସମେତ ମୋଟ ୩୦ ଜଣ ରକ୍ତଦାନ କରିଥିଲେ।

ଉତ୍କେଲାରେ ମେଗା ରକ୍ତଦାନ ଶିବିର, ୩୦ ୟୁନିଟ୍ ରକ୍ତ ସଂଗ୍ରହ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ନକଲି MVI ଅଧିକାରୀ ଗିରଫ, ବିବାହ ପ୍ରତିଶ୍ରୁତି ଓ ସରକାରୀ ଚାକିରି ନାଁରେ ଠକେଇ ଅଭିଯୋଗ