ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ମାଲକାନଗିରି ଗଞ୍ଜାମ ଖୋର୍ଦ୍ଧା

ମୋରମ ଓ ମାଙ୍କଡା ପଥର ଚୋରାଚାଳଣ ବନ୍ଦକୁ ନେଇ ତେଜିଲା ବିବାଦଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂର୍ଘଷ ଉଭୟ ପକ୍ଷରୁ ୧୨ଆହତ

ମୋରମ ଓ ମାଙ୍କଡା ପଥର ଚୋରାଚାଳଣ ବନ୍ଦକୁ ନେଇ ତେଜିଲା ବିବାଦଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂର୍ଘଷ ଉଭୟ ପକ୍ଷରୁ ୧୨ଆହତ – ସମୀକ୍ଷା ଖବର


ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି:

ଡେଲାଙ୍ଗ,ତା୨୧ା୯ ଡେଲାଙ୍ଗ ଥାନା ରେଙ୍ଗଳ ପଂଚାୟତ ଅର୍ନ୍ତଗତ ଝାରପଡା ଗ୍ରାମରେ ବେଆଇନ ମୋରମ ଓ ମାଙ୍କଡା ପଥର ଚୋରା ଚାଳଣ ବନ୍ଦ କରିବା ଦାବୀରେ ତେଜିଲା ବିବାଦ । ରବିବାର ରାତିରେ ଝାରପଡା ଗ୍ରାମରେ ଦୁଇ ସାହି ମଧ୍ୟରେ ମାରପିଟ ଭଳି ଘଟଣା ଘଟି ଗୋଷ୍ଠୀ ସଂର୍ଘଷ ଘଟିଥିଲା । ଉଭୟ ପକ୍ଷଙ୍କ ମଧ୍ୟରେ ଟେକା ପଥର ମାଡ,ଠେଙ୍ଗା କଟୁରୀ ଓ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିବା ବେଳେ ଦୁଇ ସାହିରେ ରାତି ତମାମ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଥିଲା । ଏହି ଗଣ୍ଡଗୋଳରେ ଉଭୟ ପକ୍ଷରୁ ୧୨ଜଣ ଆହତ ହୋଇଥିବା ସୁଚନା ମିଳିଛି । ଆହତ ମଧ୍ୟରେ ଗୈାତମ ବାରାଳ, ବିଜୟ କୁମାର ରଣା, ହିମାଂଶୁ ସାହୁ, କାଳନ୍ଦି ବେହେରା, ସବିତା ଭଟ୍ଟ, ନନ୍ଦିତା ଭଟ୍ଟ, କବିନ୍ଦ୍ର ନାୟକ, କାମିନୀ ଭଟ୍ଟ, ମକରା ନାୟକ, ଅଭିମନ୍ୟୁ ନାୟକ, ଅଜ୍‌ୁର୍ନ ନାୟକ, ମନୋରଞ୍ଜନ ନାୟକ ପ୍ରମୁଖ ରହିଛନ୍ତି । ସମସ୍ତ ଆହତ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଓ ସ୍ଥାନୀୟ ମେଡିକାଲରେ ଚିକିତ୍ସା ହେଉଥିବା ସୁଚନା ମିଳିଛି ।

ମୋରମ ଓ ମାଙ୍କଡା ପଥର ଚୋରାଚାଳଣ ବନ୍ଦକୁ ନେଇ ତେଜିଲା ବିବାଦଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂର୍ଘଷ ଉଭୟ ପକ୍ଷରୁ ୧୨ଆହତ – ସମୀକ୍ଷା

ତେବେ ଉଭୟ ପକ୍ଷରୁ ଅଭିଯୋଗ ହେବା ପରେ ଡେଲାଙ୍ଗ ପୋଲିସ ୨୮୫/୨୬ ଓ ୨୮୬/୨୬ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଥାନା ଅଧିକାରୀ ପୁର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି । ତେବେ ମିଳିଥିବା ସୁଚନାନୁଯାଇ ବେଆଇନ ମୋରମ ଓ ମାଙ୍କଡା ପଥର ଚୋରାଚାଳଣ ବୃଦ୍ଧି ପାଇବାରୁ ବଡ ଗାଡି ସବୁ ଯାଇ ଝାରପଡା ଗ୍ରାମ୍ୟ ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିଲା । ଗ୍ରାମର ଯୁବକ ସାଥୀମାନେ ଏକାଠୀ ହୋଇ ଗ୍ରାମରାସ୍ତାକୁ ଜେସିବି ମେସିନ ସାହାର୍ଯ୍ୟରେ ମୋରମ ପକାଇ ରାସ୍ତା କାମ କରିଥିଲେ । ଗ୍ରାମର ଗୋଟେ ପକ୍ଷ ବେଆଇନ ଖଣି ଖାଦନ ବନ୍ଦ କରିବା ଦାବୀ କରୁଥିବା ବେଳେ ଅନ୍ୟ ପକ୍ଷ ଖଣି ଚାଲିବା ସପକ୍ଷରେ ରହିଥିଲେ । ରାସ୍ତା କାମକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇ ହରିରାଜପୁର ଫାଣ୍ଡିରେ ରବିବାର ଆଲୋଚନା କରାଯାଇଥିଲା । କିନ୍ତୁ ଆଲୋଚନା ବିଫଲ ହୋଇଥିଲା ।

ମୋରମ ଓ ମାଙ୍କଡା ପଥର ଚୋରାଚାଳଣ ବନ୍ଦକୁ ନେଇ ତେଜିଲା ବିବାଦଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂର୍ଘଷ ଉଭୟ ପକ୍ଷରୁ ୧୨ଆହତ – ସମୀକ୍ଷା

ସେଠାରୁ ଗ୍ରାମରେ ପହଂଚିବା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ମାରପିଟ ଗୋଷ୍ଠୀ ସଂର୍ଘଷ ଭଳି ଘଟଣା ଘଟିଥିଲା । ଏଠି ପୋଲିସ କେବଳ ଦେଖଣାହାରୀ ସାଜିଥିବା ଅଭିଯୋଗ କରିଛନ୍ତି । ଏତେ ବଡ ଘଟଣା ଘଟିଥିଲେ ସୁଧା ତଦନ୍ତ ଚାଲିଥିବା କହି ପୋଲିସ କଥାକୁ ଏଡାଇ ଦେଇଛି ।ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିଜେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଘଟଣାର ପ୍ରକୃତ ତଦନ୍ତ କଲେ ଘଟଣା ବିଷୟରେ ଜାଣିପାରିବେ ବୋଲି ବୁଦ୍ଧିଜୀବୀମାନେ ଦାବୀ କରିଛନ୍ତି ।

ମୋରମ ଓ ମାଙ୍କଡା ପଥର ଚୋରାଚାଳଣ ବନ୍ଦକୁ ନେଇ ତେଜିଲା ବିବାଦଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂର୍ଘଷ ଉଭୟ ପକ୍ଷରୁ ୧୨ଆହତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବୋଡ଼େନରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର୫୦ଟି ଅଭିଯୋଗ ପଞ୍ଜିକୃତ, ଦୁଇ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା