ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ସଂକଳ୍ପ ପରିବାରର ପ୍ରୟାସରେ ଉଦ୍ଧାର, ସଫାସୁତୁରା ଓ ଚିକିତ୍ସା ପରେ ରାୟଗଡ଼ ଆଶ୍ରମରେ ଥଇଥାନ

ସଂକଳ୍ପ ପରିବାରର ପ୍ରୟାସରେ ଉଦ୍ଧାର, ସଫାସୁତୁରା ଓ ଚିକିତ୍ସା ପରେ ରାୟଗଡ଼ ଆଶ୍ରମରେ ଥଇଥାନ – ସମୀକ୍ଷା ଖବର

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ

ବରଗଡ଼,୨୪। ୯
ଦିନେ ସଡ଼କରେ ଘୁରୁଥିଲେ। ଶରୀରରେ ମଇଳା, ପୋଷାକ ଜରାଜୀର୍ଣ୍ଣ ଅବସ୍ଥା, ଦେହରେ କ୍ଷତଚିହ୍ନ। ଅସହାୟ ଅବସ୍ଥାରେ ଡାଙ୍ଗ ଛକ ନିକଟରେ ପଡ଼ି ରହୁଥିବା ଏହି ମଣିଷଙ୍କ ଦିଗରେ ଅନେକଙ୍କ ନଜର ପଡ଼ିଥିଲେ ମଧ୍ୟ, ତାଙ୍କ ଜୀବନ ବଦଳାଇବା ପାଇଁ ଆଗକୁ ଆସିଲା ସଂକଳ୍ପ ପରିବାର। ମାନସିକ ଭାବେ ଅସୁସ୍ଥ ଓ ଅସହାୟ ଅବସ୍ଥାରେ ଥିବା ଏହି ବ୍ୟକ୍ତିଙ୍କୁ ସଂକଳ୍ପ ପରିବାର ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ଉଦ୍ଧାର ସମୟରେ ତାଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ଥିଲା। ଦୀର୍ଘଦିନ ଧରି ଯତ୍ନର ଅଭାବ ଯୋଗୁଁ ତାଙ୍କ ଶରୀର ଓ ପୋଷାକ ମଇଳା ହୋଇଯାଇଥିଲା। ଶରୀରରେ କ୍ଷତ ଚିହ୍ନ ମଧ୍ୟ ଥିଲା। ସଂକଳ୍ପ ପରିବାରର ସଦସ୍ୟମାନେ ପ୍ରଥମେ ତାଙ୍କୁ ସଫାସୁତୁରା କରିଥିଲେ। ପୋଷାକ ପରିବର୍ତ୍ତନ କରାଇବା ସହ ଆବଶ୍ୟକ ଚିକିତ୍ସା ଓ ଯତ୍ନ ନିଆଯାଇଥିଲା। ସଫାସୁତୁରା ପରେ ତାଙ୍କ ଚେହେରା ଓ ସାମଗ୍ରିକ ରୂପରେ ମଧ୍ୟ ସ୍ପଷ୍ଟ ପରିବର୍ତ୍ତନ ଦେଖାଯାଇଥିଲା।

ସଂକଳ୍ପ ପରିବାରର ପ୍ରୟାସରେ ଉଦ୍ଧାର, ସଫାସୁତୁରା ଓ ଚିକିତ୍ସା ପରେ ରାୟଗଡ଼ ଆଶ୍ରମରେ ଥଇଥାନ – ସମୀକ୍ଷା

ସଡ଼କରେ ଅବହେଳିତ ଅବସ୍ଥାରେ ଥିବା ସେହି ମଣିଷ ଏବେ ଏକ ସୁରକ୍ଷିତ ଆଶ୍ରୟ ପାଇଛନ୍ତି।କେବଳ ଉଦ୍ଧାର କରି ଦାୟିତ୍ୱ ସାରିନାହିଁ ସଂକଳ୍ପ ପରିବାର। ତାଙ୍କର ଆଗାମୀ ଚିକିତ୍ସା, ଖାଦ୍ୟ ଓ ରହଣିର ବ୍ୟବସ୍ଥା ପାଇଁ ତାଙ୍କୁ ରାୟଗଡ଼ ସ୍ଥିତ ଏକ ଆଶ୍ରମକୁ ନିଆଯାଇଛି। ସେଠାରେ ତାଙ୍କର ଆଗାମୀ ଚିକିତ୍ସା ଓ ଯତ୍ନ ଜାରି ରହିବ। ସଂକଳ୍ପ ପରିବାରର ଏହି ପ୍ରୟାସର ସବୁଠାରୁ ମାନବିକ ଦିଗ ହେଉଛି ତାଙ୍କୁ ଜଣେ ମାନସିକ ରୋଗୀ ଭାବରେ ନୁହେଁ ବରଂ ତାଙ୍କୁ ସମ୍ମାନର ସହ ‘ପ୍ରଭୁଜୀ’ ବୋଲି ସମ୍ବୋଧନ କରୁଛି ଏହି ସଂଗଠନ।କାରଣ ମାନସିକ ଅସୁସ୍ଥତା ଜଣେ ମଣିଷର ପରିଚୟ ନୁହେଁ। ଜଣେ ମଣିଷର ଅବସ୍ଥା ଯେତେ ଦୟନୀୟ ହେଉନା କାହିଁକି, ତାଙ୍କର ସମ୍ମାନ କମିଯାଏ ନାହିଁ। ତାଙ୍କୁ ଦରକାର ଥିଲା ଟିକିଏ ଆପଣାପଣ, ଯତ୍ନ ଓ ସୁରକ୍ଷିତ ଜୀବନର ସୁଯୋଗ। ସଂକଳ୍ପ ପରିବାରର ଏହି ପଦକ୍ଷେପ ସେହି ସନ୍ଦେଶ ଦେଇଛି ରାସ୍ତାକଡ ରେ ଅସହାୟ ଭାବେ ପଡ଼ିଥିବା ମଣିଷକୁ ଅଣଦେଖା ନକରି, ତାଙ୍କ ପାଖରେ ଠିଆ ହେବା ହିଁ ପ୍ରକୃତ ମାନବିକତା।
ରାସ୍ତାକଡ ରୁ ଆଶ୍ରମ ପର୍ଯ୍ୟନ୍ତ ଏହି ଯାତ୍ରା କେବଳ ଜଣେ ମଣିଷଙ୍କ ଠିକଣା ବଦଳାଇ ନାହିଁ, ତାଙ୍କୁ ପୁଣିଥରେ ସମ୍ମାନର ସହ ବଞ୍ଚିବାର ଏକ ସୁଯୋଗ ଦେଇଛି।

ସଂକଳ୍ପ ପରିବାରର ପ୍ରୟାସରେ ଉଦ୍ଧାର, ସଫାସୁତୁରା ଓ ଚିକିତ୍ସା ପରେ ରାୟଗଡ଼ ଆଶ୍ରମରେ ଥଇଥାନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଗୋଇମୁଣ୍ଡ ଦୁର୍ଗାପୂଜାର ସ୍ୱର୍ଣ୍ଣଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ