ଭଗବାନ ମହାନ୍ତି/ମୁରିବାହାଲ/ ସମୀକ୍ଷା ନ୍ୟୁଜ:
ମୁରିବାହାଲ, ୨୪/୯|୨୬ : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମର ଦୁର୍ଗାମଣ୍ଡପ ପରିସରରେ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ସ୍ୱର୍ଣ୍ଣଜୟନ୍ତୀ ପୂଜା ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। କମିଟି ସଭାପତି ଅକ୍ଷୟ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଚଳିତ ବର୍ଷ ଦୁର୍ଗାପୂଜାକୁ ମହାଆଡ଼ମ୍ବରରେ ପାଳନ କରିବାକୁ ନିଷ୍ପତ୍ତି ହୋଇଥିଲା। ପୂଜା ଆୟୋଜନକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଭୋଗ କମିଟି, ମନୋରଞ୍ଜନ କମିଟି, ଅର୍ଥ କମିଟି, ସାଜସଜ୍ଜା କମିଟି, ପୂଜା କମିଟି ଓ ପ୍ରଚାର-ପ୍ରସାର କମିଟି ଗଠନ କରାଯାଇଥିଲା।

କମିଟିର ସ୍ଥାୟୀ ସମ୍ପାଦକ ଭକ୍ତବନ୍ଧୁ ସାହୁ ସଭା ପରିଚାଳନା କରିବା ସହ ପୂଜା ସମୟରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ଚଳିତ ବର୍ଷ ପୂଜା ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ନେଇ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଥିଲା। ବୈଠକରେ ଗୋରେଖ ଭୋଇ, ଚିତ୍ତରଞ୍ଜନ ସାହୁ, ମିନିକେତନ ସାହୁ, ଧନସିଂ ବାଗ, ତରଣୀସେନ ସାହୁ, ରୋହିତ ଭୋଇ, ଦିଗାମ୍ବର ସାହୁ, ସନ୍ତୋଷ ସାହୁ, ବିନୋଦ ସାହୁ, ବିଦେଶୀ ବାଗ, ଅମିତ ରଣା, ରାଧେଶ୍ୟାମ ଲୁହା, ଅନାମ ଭୋଇ, ଛିନୁ ଭୋଇ, ରମାକାନ୍ତ ସାହୁ, ଅନ୍ତରାମ ସାହୁ, ରତନ ଭୋଇ, କୁବେର ସାହୁ, ବାଲ୍ମୀକି ଭୋଇ, ତ୍ରିନାଥ ସାହୁ, ଇନ୍ଦ୍ରମଣି ମାଝୀ, ସୁରେଶ ସାହୁ, ଯୋଗେନ୍ଦ୍ର ସାହୁ, ମଣ୍ଟୁ ନାଏକ, ବେଣୁ ଭୋଇ, ଯୁଧିଷ୍ଠିର ଭୋଇ, ବାବୁନା ସାହୁ, ଫକୀର ସାହୁ, ହୃଷିକେଶ ସାହୁ, ବିଷମ୍ବର ସାହୁଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।






