ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ହୋଟେଲ ଓ ଶିକ୍ଷାନୁଷ୍ଠାନରେ ଅଗ୍ନିନିରାପତ୍ତା ଯାଞ୍ଚ ଓ ଉପକରଣ ର ନିରୀକ୍ଷଣ

ହୋଟେଲ ଓ ଶିକ୍ଷାନୁଷ୍ଠାନରେ ଅଗ୍ନିନିରାପତ୍ତା ଯାଞ୍ଚ ଓ ଉପକରଣ ର ନିରୀକ୍ଷଣ – ସମୀକ୍ଷା ଖବର

ମନୋଜ ହଳଦର/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ:

ଉମରକୋଟ ସହରର ବିଭିନ୍ନ ହୋଟେଲ, ରେସ୍ତୋରାଁଣ୍ଟ ଓ ଶିକ୍ଷାନୁଷ୍ଠାନରେ ଆଜି ଅଗ୍ନିନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରାଯାଇଛି ତଥା ଅଗ୍ନିନିର୍ବାପକ ଯନ୍ତ୍ରର କାର୍ଯ୍ୟକ୍ଷମତା ନିରୀକ୍ଷଣ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମ ନବରଙ୍ଗପୁର ଜିଲ୍ଲା ଅଗ୍ନିଶମ ବିଭାଗ ଓ ଉମରକୋଟ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ଏହି ଯାଞ୍ଚ କରାଯାଇଥିଲା।ଯାଞ୍ଚ ସମୟରେ ବିଭିନ୍ନ ସଂସ୍ଥାରେ ଉପଲବ୍ଧ ଅଗ୍ନିନିର୍ବାପକ ଯନ୍ତ୍ରର କାର୍ଯ୍ୟକ୍ଷମତା, ଠିକ୍‌ ଭାବେ ପରିଚାଳନା ଓ ଆପତ୍ତିକାଳୀନ ସମୟରେ ତାହା ବ୍ୟବହାର ଯୋଗ୍ୟ ଅଛି କି ନାହିଁ, ସେନେଇ ଯାଞ୍ଚ କରାଯାଇଥିଲା। ଏଥିସହ ସଂସ୍ଥାଗୁଡ଼ିକରେ ଅଗ୍ନିନିରାପତ୍ତା ନିୟମ ଓ ଆପତ୍ତିକାଳୀନ ସୁରକ୍ଷା ବ୍ୟବସ୍ଥାର ସ୍ଥିତି ମଧ୍ୟ ପରଖାଯାଇଥିଲା।ଯେଉଁ ସଂସ୍ଥାଗୁଡ଼ିକରେ ଅଗ୍ନିନିରାପତ୍ତା ବ୍ୟବସ୍ଥାରେ ତ୍ରୁଟି ଥିବା ଦେଖାଯାଇଥିଲା, ସେଠାରେ ଆବଶ୍ୟକ ସୁଧାରମୂଳକ ପଦକ୍ଷେପ ନେବାକୁ ଅଗ୍ନିଶମ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ଏଥିସହ ଅଗ୍ନିନିର୍ବାପକ ଯନ୍ତ୍ରଗୁଡ଼ିକୁ ସର୍ବଦା କାର୍ଯ୍ୟକ୍ଷମ ଓ ଆପତ୍ତିକାଳୀନ ବ୍ୟବହାର ପାଇଁ ପ୍ରସ୍ତୁତ ରଖିବାକୁ ସଂସ୍ଥା କର୍ତ୍ତୃପକ୍ଷଙ୍କୁ କୁହାଯାଇଥିଲା।

ହୋଟେଲ ଓ ଶିକ୍ଷାନୁଷ୍ଠାନରେ ଅଗ୍ନିନିରାପତ୍ତା ଯାଞ୍ଚ ଓ ଉପକରଣ ର ନିରୀକ୍ଷଣ – ସମୀକ୍ଷା


‘ସୁରକ୍ଷିତ ଓଡ଼ିଶା, ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମ ଅବସରରେ ଏହି ଯାଞ୍ଚ ସହ ବିଭିନ୍ନ ଅନୁଷ୍ଠାନର କର୍ମଚାରୀଙ୍କୁ ଅଗ୍ନିନିରାପତ୍ତା ନିୟମ ପାଳନ ଓ ଆପତ୍ତିକାଳୀନ ସମୟରେ ନିରାପଦ ପଦକ୍ଷେପ ଗ୍ରହଣ ସମ୍ପର୍କରେ ସଚେତନ କରାଯାଇଥିଲା। ମିଳିତ ଯାଞ୍ଚରେ ନବରଙ୍ଗପୁର ଜିଲ୍ଲା ଅଗ୍ନିଶମ ଅଧିକାରୀ ଦେବୀପ୍ରସାଦ ଦାସଙ୍କ ସମେତ ଉମରକୋଟ ଅଗ୍ନିଶମ ବାହିନୀର ହରିଶଙ୍କର ସୁନାନୀ, ଧର୍ମେନ୍ଦ୍ର ସା ଓ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ। ଏହି ଅବସରରେ ସେମାନେ ବିଭିନ୍ନ ସଂସ୍ଥାର କର୍ମଚାରୀଙ୍କୁ ଅଗ୍ନିନିର୍ବାପକ ଯନ୍ତ୍ରର ସଠିକ୍‌ ବ୍ୟବହାର ଓ ପରିଚାଳନା ସମ୍ପର୍କରେ ବୁଝାଇଥିଲେ।
ଅଗ୍ନିକାଣ୍ଡ ଭଳି ଆପତ୍ତିକାଳୀନ ଘଟଣା ସମୟରେ ଜୀବନ ଓ ସମ୍ପତ୍ତିହାନିକୁ ରୋକିବା ପାଇଁ ପ୍ରତ୍ୟେକ ଅନୁଷ୍ଠାନରେ ଅଗ୍ନିନିରାପତ୍ତା ବ୍ୟବସ୍ଥା ସଠିକ୍‌ ରଖିବା ସହ ନିୟମିତ ଭାବେ ଯାଞ୍ଚ କରାଇବା ଆବଶ୍ୟକ ରହିଛି ବୋଲି ଜନସାଧାରଣ ଓ ଅନୁଷ୍ଠାନ ଗୁଡିକୁ ଉପଦେଶ ଦେଇଛନ୍ତି ଅଗ୍ନିଶମ ଅଧିକାରୀ ।

ହୋଟେଲ ଓ ଶିକ୍ଷାନୁଷ୍ଠାନରେ ଅଗ୍ନିନିରାପତ୍ତା ଯାଞ୍ଚ ଓ ଉପକରଣ ର ନିରୀକ୍ଷଣ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସନ୍ତୋଷୀ ନଗରରେ ଦଶହରା ପ୍ରସ୍ତୁତି ଓ ଶୁଭଖୁଣ୍ଟ ସ୍ଥାପନ