ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ସୂଚନା ଓ ଲୋକସମ୍ପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶିକାଙ୍କ ନୂଆପଡ଼ା ଗସ୍ତ

ସୂଚନା ଓ ଲୋକସମ୍ପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶିକାଙ୍କ ନୂଆପଡ଼ା ଗସ୍ତ – ସମୀକ୍ଷା ଖବର

ତେଜୁରାମ ନାଏକ / ସ୍ୱତନ୍ତ୍ର ପ୍ରତିନିଧି / ନୂଆପଡା /ସମୀକ୍ଷା ନ୍ୟୁଜ:
ସୂଚନା ଓ ଲୋକସମ୍ପର୍କ ବିଭାଗ, ଉତ୍ତରାଞ୍ଚଳ, ସମ୍ବଲପୁରର ଯୁଗ୍ମ ନିର୍ଦ୍ଦେଶିକା ତଥା ଅତିରିକ୍ତ ଉପନିର୍ଦ୍ଦେଶିକା ଶ୍ରୀମତୀ କଲ୍ୟାଣୀ ଦାଶ, OIS-I(SB) ଦିନିକିଆ ନୂଆପଡ଼ା ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ।
ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ ଓ କାର୍ଯ୍ୟାଳୟର କର୍ମଚାରୀମାନେ ଶ୍ରୀମତୀ ଦାଶଙ୍କୁ ସ୍ୱାଗତ କରିଥିଲେ। ଶ୍ରୀମତୀ ଦାଶ କାର୍ଯ୍ୟାଳୟର ବିଭିନ୍ନ ନଥିପତ୍ର, ରେଜିଷ୍ଟର, ଫାଇଲ୍ ଓ ସରକାରୀ ଦସ୍ତାବିଜ ଯାଞ୍ଚ କରିବା ସହ ବିଭାଗୀୟ କାର୍ଯ୍ୟଧାରାର ସମୀକ୍ଷା କରିଥିଲେ।
ଏହାବ୍ୟତୀତ ସେ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିବା ସହ କାର୍ଯ୍ୟ ସମ୍ପାଦନରେ ରହିଥିବା ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଥିଲେ।

ସୂଚନା ଓ ଲୋକସମ୍ପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶିକାଙ୍କ ନୂଆପଡ଼ା ଗସ୍ତ – ସମୀକ୍ଷା

ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ ସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା, ବିକାଶମୂଳକ କାର୍ଯ୍ୟକ୍ରମ ଓ ଜନହିତକର ପଦକ୍ଷେପର ପ୍ରଭାବଶାଳୀ ପ୍ରଚାରପ୍ରସାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ସାମାଜିକ ଗଣମାଧ୍ୟମ ସମେତ ବିଭିନ୍ନ ପ୍ରଚାର ମାଧ୍ୟମର ସୁବିନିଯୋଗ କରି ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଠିକ୍ ଓ ସମୟୋପଯୋଗୀ ସୂଚନା ପହଞ୍ଚାଇବାକୁ ସେ ପରାମର୍ଶ ଦେଇଥିଲେ। ଏଥିସହ ଜିଲ୍ଲା ପ୍ରଶାସନ ଓ ସାମ୍ବାଦିକମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଓ ଯୋଗସୂତ୍ର ବଜାୟ ରଖି ବିଭାଗୀୟ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ସୂଚନା ଓ ଲୋକସମ୍ପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶିକାଙ୍କ ନୂଆପଡ଼ା ଗସ୍ତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କୋମନା :ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ