ମୋଜେଶ ରଇତ/ ଗଜପତି / ମୋହନା /ସମୀକ୍ଷା ନ୍ୟୁଜ :
ମୋହନା ବ୍ଲକ, ମୋହନାଗୁଡ଼ାର ଜନନୀ ଯନ୍ତ୍ରଣା, ଗଜପତି ଜିଲ୍ଲା ମୋହନା ବ୍ଲକ ଖାରୀଗୁଡା ପଞ୍ଚାୟତ ଅନ୍ତର୍ଗତ ମୋହନା ଗୁଡାରେ ଜନନୀ ଯନ୍ତ୍ରଣା ବାଉଁଶ ନଳାରେ ନିଜ ଲୁଗାରେ ଦୁଳା କରି ଭାରରେ ବୁହା ହୋଇଥିବl ଦୃଶ୍ୟ ଦେଖିବାକୁ ମିଳିଛି I ରାସ୍ତା ନ ଥିବାରୁ ଯାଇପାରିଲା ନାହିଁ ମୋହନାଗୁଡା ଗାଁକୁ ଆମ୍ବୁଲାନ୍ସ ଫଳରେ ସେହି ଗାଁର ଜେନିସ ମାଝିଙ୍କ ସ୍ତ୍ରୀ ମାଳତୀ ମାଝୀ ନାମକ ଜଣେ ଗର୍ବବତୀ ମହିଳା ଗତ କାଲି ପ୍ରସବ ବେଦନାକୁ ଯନ୍ତ୍ରଣାରେ କଲବଲ ହୋଇଥିଲା ପ୍ରସବ କରାଇବାକୁ ୬କିମି ଘାଟି ଘଞ୍ଚ ଜଙ୍ଗଲ ପାହାଡ଼ ଦେଇ ଚିକିତ୍ସା କେନ୍ଦ୍ରକୁ ଏକ ବାଉଁଶ ନଳାରେ ଲୁଗା ବାନ୍ଧି, ଲୁଗାରେ ବସାଇ ମାଳତୀଙ୍କ ଦୁଇ ଗୋଡ଼ ମହିଳା ମାନେ ଦୁଇପାର୍ଶ୍ୱରେ ଧରି ଦୁଇ ଜଣ ଭାରରେ ବୁହିଁ ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି I ଗ୍ରାମ ବାସୀଙ୍କ ସହାୟତା ଯୋଗୁଁ ମାଳତୀ ନିକଟସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ବିରିକୋଟକୁ ନେଉଥିବା ଅଭିଯୋଗ କରିଛନ୍ତି ମୋହନା ଗୁଡ଼ା ଗ୍ରାମର ପ୍ରକାଶ ମାଝୀ I ରାସ୍ତା ଘାଟ ସୁଧପାନୀୟ ଜଳ, ବିଦ୍ୟାଳୟ ସମ୍ପର୍କରେ ଅନେକ ବାର ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ରାଜନେତା ମାନଙ୍କ ନିକଟରେ ଅଭିଯୋଗ କରିଆସିଛନ୍ତି ଗ୍ରାମବାସୀ ତଥାପି କାର୍ଯ୍ୟର ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ମୋହନାଗୁଡ଼ା ଗ୍ରାମ ବାସୀ I ଜନନୀ ଯନ୍ତ୍ରଣାର ବିକଳ ଚିତ୍ର ଦେଖି ପ୍ରଶାସନ ଓ ଜନପ୍ରତିନିଧିମାନେ କଣ କରୁଛନ୍ତି ଦେଖିବାକୁ ବାକି ରହିଲା





