ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ:
ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ସ୍ଥିତ ନେତାଜୀ ଉଚ୍ଚ ବିଦ୍ୟାଳୟ ରେ ଆଜି ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଦର୍ଶନ ବାରିକଙ୍କ ସଭାପତିତ୍ବ ରେ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ କଂଗ୍ରେସ ପଧାନଙ୍କ ଉଦ୍ଧେଶ୍ୟରେ ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଧବଳେଶ୍ଵର ବରିହା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ପ୍ରଧାନ ଶିକ୍ଷକ ଚନ୍ଦ୍ରଭାନୁ ବଢେଇ,ଗୌନ୍ତିଆ ମାନଭଞ୍ଜନ ବରିହା,ଜଟାଧାରୀ ମିଶ୍ର,ସ୍କୁଲ ପରିଚାଳନା କମିଟି ସଭାପତି ପ୍ରଫୁଲ୍ଲ ବେହେରା ଯୋଗଦେଇଥିଲେ ।

ଏହି ଅବସରରେ ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକ ମନୋଜ କୁମାର ସାହୁ,ପ୍ରିୟରଞ୍ଜନ ପଧାନ,ବାଲ୍ମୀକି ପାତ୍ର,ଅଶେଷ ଦାଶ,ଅନିକ ବେହେରା,ବିଷ୍ଣୁ ଭୋଇ, ରୁକ୍ମଣ ଦିଶ୍ରୀ ମୋହନ ରଣା,ଅରକ୍ଷିତ ବାରିକ,ରମେଶ ସାହୁ,ଅମୂଲ୍ୟ ଯୋଷୀ,ପ୍ରଶାନ୍ତ ହୋତା,ପ୍ରଫୁଲ୍ଲ ଡନସନା,ସଙ୍କୀର୍ତ୍ତନ ସେଠ ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଦାୟୀ କ୍ରୀଡା ଶିକ୍ଷକଙ୍କୁ ଅତିଥି ମାନେ ନିଜ ନିଜ ଅଭିଭାଷଣ ମାଧ୍ୟମରେ ଅନୁଷ୍ଠାନ ପ୍ରେମୀ,ଛାତ୍ର ବତ୍ସଳ, ସମୟାନୁ ବର୍ତିତା,ପ୍ରଧାନ ସେବକ,କର୍ମ ନିଷ୍ଠା ବୋଲି କହିଥିଲେ । ସହକାରୀ ଶିକ୍ଷକ ନବୀନ ବରିହା ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ବିପିନ ବିହାରୀ ନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ । ଶ୍ରୀଯୁକ୍ତ ପଧାନ ନିଜର ଶିକ୍ଷକ ଜୀବନ ୦୧/୦୯/୧୯୮୮ ରୁ ୩୦/୦୯/୨୦୨୬ ଦୀର୍ଘ ୩୮ ବର୍ଷ ଶିକ୍ଷକତା କରି ନେତାଜୀ ଉଚ୍ଚ ବିଦ୍ୟାଳୟ ରୁ ଅବସର ନେଇଥିଲେ । ଏହି ଅବସରରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ,ପୂର୍ବତନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ,ଅଞ୍ଚଳବାସୀ ତାଙ୍କୁ ନେତାଜୀ ଉଚ୍ଚ ବିଦ୍ୟାଳୟ ରୁ ଏକ ବିରାଟ ପଟୁଆରରେ ବାଜା ବଜାଇ ନାଚ ଗୀତ ସହ କଟାବାହାଲ ଗ୍ରାମ ପରିକ୍ରମା କରି ଶେଷରେ ସେମେଲମୁଣ୍ଡା ସ୍ଥିତ ନିଜ ବାସଭବନରେ ତାଙ୍କୁ ଛାଡି ଆସିଥିଲେ ।





