ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର:
୨୦୨୬ ସେପ୍ଟେମ୍ବର ୨୯ ତାରିଖରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସମୟରେ ଦକ୍ଷିଣ ଭାରତର ପ୍ରସିଦ୍ଧ ଆଧ୍ୟାତ୍ମିକ ଅବତାରମୂର୍ତ୍ତି ତଥା ବିଶ୍ୱରେ ମୁକ୍ତି ଅବତାର ନାମରେ ଭକ୍ତଙ୍କ ପାଖେ ପରିଚିତ ଆଧ୍ୟାତ୍ମିକ ଗୁରୁ ତଥା ‘ୱାନନେସ୍ ମୁଭମେଣ୍ଟ’ର ପ୍ରତିଷ୍ଠାତା ଶ୍ରୀ ଭଗବାନ ୭୭ ବର୍ଷ ବୟସରେ ମହାସମାଧି ନେଇଛନ୍ତି ।
ଭକ୍ତମାନେ ତାଙ୍କର ଶେଷ ଦର୍ଶନ କରିବା ପାଇଁ ଟ୍ରଷ୍ଟ ପକ୍ଷରୁ ଅନ୍ତିମ ବ୍ୟବସ୍ଥା ଓ ଶେଷକୃତ୍ୟ ସମ୍ପର୍କିତ ରୀତିନୀତିର ଆଧିକାରିକ ସୂଚନା ଜାରି କରାଯାଇଛି।
ଶେଷ ଦର୍ଶନର ସୂଚୀ ଓ ସ୍ଥାନ
📍 ସ୍ଥାନ:
ଶ୍ରୀ ଭଗବାନଙ୍କ ପବିତ୍ର ପାର୍ଥିବ ଶରୀରକୁ ଆନ୍ଧ୍ରପ୍ରଦେଶର ତିରୁପତି ନିକଟସ୍ଥ ବରଦାୟାପାଲେମରେ ଥିବା ପବିତ୍ର ଏକମ କ୍ଷେତ୍ର (ଏକମ ମନ୍ଦିର)କୁ ସ୍ଥାନାନ୍ତର କରାଯାଇଛି।
📅 ତାରିଖ:
ସାର୍ବଜନୀନ ଶେଷ ଦର୍ଶନ ବୁଧବାର, ସେପ୍ଟେମ୍ବର ୩୦, ୨୦୨୬ରୁ ଶୁକ୍ରବାର, ଅକ୍ଟୋବର ୨, ୨୦୨୬ ଅପରାହ୍ଣ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
🌍 ବିଶ୍ୱବ୍ୟାପୀ ପ୍ରସାରଣ:
ଯେଉଁ ଭକ୍ତମାନେ ବିଭିନ୍ନ କାରଣରୁ ସେଠାକୁ ଯାଇପାରୁନାହାନ୍ତି, ସେମାନଙ୍କ ପାଇଁ ଶ୍ରୀ ଭଗବାନଙ୍କ ଶେଷ ଦର୍ଶନର ସିଧାସଳଖ ପ୍ରସାରଣ ‘ଓନେନେସ୍ ମୁଭମେଣ୍ଟ’ର ଅଧିକାରିକ ଅନଲାଇନ୍ ଚ୍ୟାନେଲଗୁଡ଼ିକ ମାଧ୍ୟମରେ ବିଶ୍ୱବ୍ୟାପୀ ଭାବେ କରାଯାଉଛି।
ସୂଚନାଯୋଗ୍ୟ ଯେ ଆମ୍ମା ଭଗବାନ କହିଲେ ଆଧ୍ୟାତ୍ମିକ ଯୁଗଳ ଶ୍ରୀ ଆମ୍ମା ଓ ଶ୍ରୀ ଭଗବାନଙ୍କୁ ବୁଝାଯାଏ। ବିଶ୍ୱବ୍ୟାପୀ ଭାବେ ଲକ୍ଷ ଲକ୍ଷ ଭକ୍ତ ଓ ଅନୁଗାମୀ ସେମାନଙ୍କୁ ଅବତାର ଏବଂ ଆଧ୍ୟାତ୍ମିକ ଗୁରୁ ଭାବେ ଶ୍ରଦ୍ଧା କରନ୍ତି।
ପରଲୋକ ଗମନ କରିଥିବା ବା ଆଧ୍ୟାତ୍ମିକ ଭାବେ କହିବାକୁ ଗଲେ ମହାସମାଧି ଅବସ୍ଥା ପ୍ରାପ୍ତ ହୋଇଥିବା ଶ୍ରୀ ଭଗବାନ ଓ ତାଙ୍କ ପତ୍ନୀ ପଦ୍ମାବତୀ ଆମ୍ମା ୱାନନେସ୍ ମୁଭମେଣ୍ଟର ପ୍ରତିଷ୍ଠାତା, ଯାହା ଶ୍ରୀ ଆମ୍ମା ଭଗବାନ ଫାଉଣ୍ଡେସନ୍ ବା ଗୋଲ୍ଡେନ୍ ଏଜ୍ ମୁଭମେଣ୍ଟ ନାମରେ ମଧ୍ୟ ପରିଚିତ। ଏହା ଏକ ସାମାଜିକ-ଆଧ୍ୟାତ୍ମିକ ସଂଗଠନ, ଯାହାର ଲକ୍ଷ୍ୟ ମାନବ ଚେତନାର ଉନ୍ନତି ସହିତ ମାନବଜାତିକୁ ଦୁଃଖ ଓ ଯନ୍ତ୍ରଣାରୁ ମୁକ୍ତ କରିବା।






