ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ମ. ରାମପୁର ବ୍ଲକ ସିଙ୍ଗପୁର ପଞ୍ଚାୟତ ରେ କାର୍ଯ୍ୟ ନକରିଥିବା ଲୋକଙ୍କ ନାମରେ ବିଲ

ମ. ରାମପୁର ବ୍ଲକ ସିଙ୍ଗପୁର ପଞ୍ଚାୟତ ରେ କାର୍ଯ୍ୟ ନକରିଥିବା ଲୋକଙ୍କ ନାମରେ ବିଲ – ସମୀକ୍ଷା ଖବର

ସୁନୀଲ କୁମାର ବିଶି /ଜିଲ୍ଲା ପ୍ରତିନିଧି/କଳାହାଣ୍ଡି/ସମୀକ୍ଷା ନ୍ୟୁଜ:

ଭବାନୀପାଟଣା, ୦୪/୧୦ : ମ.ରାମପୁର, : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ସିଙ୍ଗପୁର ଗ୍ରାମପଞ୍ଚାୟତର କୁଟୃପଳା ଗ୍ରାମରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ଅନିୟମିତତା ଓ ସରକାରୀ ଅର୍ଥର ଅପବ୍ୟବହାର ହୋଇଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଗତ ୨୫ ଅଗଷ୍ଟ ୨୦୨୬ ରେ ମ .ରାମପୁର ବିଡିଓଙ୍କ ନିକଟରେ ସମୀକ୍ଷା ପ୍ରତିନିଧି ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପୁନର୍ବାର ଅଭିଯୋଗ କରି ତଦନ୍ତ ଦାବି କରାଯାଇଛି। ଅଭିଯୋଗ ଅନୁଯାଇ , କଳାହାଣ୍ଡି ଜିଲ୍ଲା ର ବିକାଶ ନିମନ୍ତେ ସରକାର ଅନେକ ଯୋଜନା ମଧ୍ୟମର କୋଟି କୋଟି ଟଙ୍କା ଖର୍ଚ କରୁଥିବା ବେଳେ ମ .ରାମପୁର ବ୍ଲକ ସିଙ୍ଗପୁର ଗ୍ରାମ ପଂଚାୟତ ର ସରପଞ୍ଚ ,ପିଇଓ, ଜେଇ, ଜିଆରଏସ ଯେଉ ପରି ଘୋଟାଳା କରିଛନ୍ତି ତାହା କହିବାକୁ ନସରେ । କୁଟୃପଳା କାର୍ଯ୍ୟ କୋଡ ନ॰ 2410004018/LD/10673096 , ସ୍ନ 2022-23 Rs-5,15,961 ଟଙ୍କା ବ୍ୟୟରେ ଖେଳପଡିଆ ମାଟି ସମତୁଲ ବାବଦକୁ କାର୍ଯ୍ୟ ନକରି ଅର୍ଥ ହଡପ ସହ ପୁଣି ଉକ୍ତ କାର୍ଯ୍ୟ ବାବଦକୁ ସ୍ନ ୨୦୨୫ -୨୬ କାର୍ଯ୍ୟ କୋଡ ନ॰ 2410004018/AV/10576893 Rs – 4,95,052 /- ଟଙ୍କା ଖର୍ଚ ରେ ଟ୍ରାକ୍ଟର ଏବଂ ଜେସିବି ଗାଡି ଲଗାଇ ଅଳ୍ପ ପରିମାଣ କିଛି ମାଟି ଉଠାଇ ଗୁଲା ଗୁଲା ଟଙ୍କା ଖାଇଛନ୍ତି । କାର୍ଯ୍ୟ କୋଡ ନ॰ 2410004018/WC/11222688 contraction of TCB ନୂଆମୁଣ୍ଡା ଭଟା କୁଟୃପଳା Rs 4,95,865 /- ସ୍ନ 2025-26 ଅଳ୍ପ ପରିମାଣ କାର୍ଯ୍ୟ ଦେଖାଇ କାର୍ଯ୍ୟ କରିନଥିବା ଲୋକ ଯେକି ନିଲେନ୍ଦ୍ରି ଧରୁଆ , ଲୋକନାଥ ଧରୁଆ ,ରଘୁନାଥ ଧରୁଆ ଏବଂ ରାଧେଶ୍ୟାମ ପାତ୍ର ଦିଲୀପ କହର , ସୁଶାନ୍ତ ଧରୁଆ, ହରିଶଚନ୍ଦ୍ର ଧରୁଆ ଆଜିକୁ ପ୍ରାୟ ସ୍ନ ୨୦୧୧ ରୁ ସ୍ନ ୨୦୨୩ ମାଧ୍ୟମରେ ବନଖଣ୍ଡ କେନ୍ଦୁଲୀପ ମାଧ୍ୟମରେ କାର୍ଯ୍ୟକାରୀ ନିୟମିତ ଦରମା ପାଇ ଆସୁଥିବା ବେଳେ ଉକ୍ତ ଲୋକ ମାନଙ୍କ ନାମରେ କେଉ ପରି ଲକ୍ଷ ଲକ୍ଷ ଟଙ୍କା ପଞ୍ଚାୟତ କାର୍ଯ୍ୟ ବାବଦକୁ ଉଠାଣ କରାଗଲା ଏହିପରି ଇତ୍ୟାଦି ଲୋକଙ୍କ ନାମରେ ନକଲି ବିଲ ତିଆରି କରି ଲକ୍ଷ ଲକ୍ଷ ଟଙ୍କା ହଡପ କରାଯାଇଅଛି । କାର୍ଯ୍ୟ କୋଡ ନ॰ 2410004018/IC/10651116 ସ୍ନ 2025-26 Rs 688968/- ଖର୍ଚ ରେ ଠେକୁମୁଣ୍ଡା ଠାରୁ ପୁଟଭାଟି ପର୍ଯ୍ୟନ୍ତ କେନାଲ ବାବଦକୁ ଡେଡ ଫୁଟ ଚଉଡା ଏବଂ ଦୁଇଶହ ମିଟର ପାଖା ପାଖି ଲମ୍ବା ଭିତରେ ଜେସିବି ମାଧ୍ୟମରେ ମାଟିକାଢି ନିମ୍ନ ମାନର ମାଟି ନାଲା ତିଆରି କରି ସମ୍ପୂର୍ଣ ରୂପେ ଅର୍ଥ ହଡପ କରିଥିବା ବେଳେ ସୂଚନା ଫଳକ ବୋର୍ଡ ସିମେଣ୍ଟ ଗିଳା ମସଲା ବଦଳରେ ମାଟିଗିଳା ଲଗାଇ ଅର୍ଥ ହରିଲୁଟ କରିଥିବାରୁ ଉଚିତ ତଦନ୍ତ କରି ପିଇଓ , ଜିଆରଏସ , ସରପଞ୍ଚ ଏବଂ ଜେଇ ଙ୍କ ବିରୁଦ୍ଧରେ ଉଚିତ କାର୍ଯ୍ଯାନୁଷ୍ଟାନ ଗ୍ରହଣ କରାଯାଉ ।

ମ. ରାମପୁର ବ୍ଲକ ସିଙ୍ଗପୁର ପଞ୍ଚାୟତ ରେ କାର୍ଯ୍ୟ ନକରିଥିବା ଲୋକଙ୍କ ନାମରେ ବିଲ – ସମୀକ୍ଷା


କାର୍ଯ୍ୟ କୋଡ ନ॰ 2410004018/RC/10615838 ସ୍ନ 2024-25 ଆଇ.ଏମ.ପି ରୋଡ କୁଟିଝୋଲା ଠାରୁ କୁସୁମପଡା Rs 499787 /- ଖର୍ଚ ରେ ଉପର ଉପର ଲାଲ ମାଟି ନିନ୍ମମାନର ପକାଇ ଆବଶ୍ୟକ ଅନୁଯାଇ କାର୍ଯ୍ୟ ନକରି ଠିଆ ଠିଆ ଗିଲିଛନ୍ତି । କାର୍ଯ୍ୟ କୋଡ ନ॰ 2410004018/RC/10658664 ସ୍ନ 2025-26 ମେନରୋଡ ଠାରୁ ପୁଟ ଭାଟି ଉରୁମ ମେଟାଲ କାର୍ଯ୍ୟ ଶହେ ମିଟର ବି ହେବ ନାହି କା ଭା ଜଙ୍ଗଲି ମାଟି ପକାଇ ଅଚିନ୍ତା ରେ ଅର୍ଥ ଖାଇ ଛନ୍ତି । କାର୍ଯ୍ୟ କୋଡ ନ॰ 2410004018/RC/10615213 ସ୍ନ 2024-25 କୁଟୃ ପଳା ଠାରୁ ଡେଙ୍ଗେନ ଡୁଙ୍ଗରୀ RS 499248 /- ଉରୁମ ମେଟାଲ କାର୍ଯ୍ୟ ଜଣା ପଡୁନଥିବା ବେଳେ ଖାଲି କାଗଜ କଲାମରେ ସିନା ବିକାଶ ନାମରେ ସୁନ । କାର୍ଯ୍ୟ କୋଡ ନ॰ 2410004018/DP/10854250 ସ୍ନ 2024 ଷ୍ଟାଗାର ଷ୍ଟ୍ରେଞ୍ଜ ପୁଡଟୁପା କୁଟୃ ପଳା Rs 2,00125 /- ଖର୍ଚ ରେ କୌଣସି ଜାଗାରେ ଗୋଟିଏ ଗାତ ନଥିବା ବେଳେ କାର୍ଯ୍ୟ କୋଡ ନ॰ 2410004018/LDCD/10414801 ସ୍ନ 2024 ଡୂର୍କାବାହାଳି ଗ୍ରାମ କାମ୍ରନ ର କଥା କହିବାକୁ ନସରେ । କାର୍ଯ୍ୟ କୋଡ ନ॰ 2410004018/IC/10434176 ସ୍ନ 2024 Renovation of Amcharana Nala ( INRM) ବାବଦକୁ Rs 696867/- ଖର୍ଚ ଦେଖାଇ ରଘୁନାଥ ଧରୁଆ , ସୁଶାନ୍ତ ଧରୁଆ , କରୁଣା ଧରୁଆ , ଲୋକନାଥ ଧରୁଆ , ବସନ୍ତ ଧରୁଆ , ତପଶା ଭୋଇ , ନିର୍ବଚନ ଭୋଇ ଏହିପରି ଅନେକ ଲୋକଙ୍କ ନାମରେ ମିଥ୍ୟା ବିଲ କରାଯାଇଅଛି । ଉକ୍ତ ଲୋକ ମାନେ ଦିନେ ବି କାର୍ଯ୍ୟ ସ୍ଥଳୀକୁ ଯାଇନଥିଲେ ମଧ୍ୟ କାର୍ଯ୍ୟ ରତ ସ୍ଥାନ ଗୁଡିକରେ ସକାଳ ଏବଂ ସଞ୍ଜବେଲା ଦିନକୁ ଦୁଇଥର ଜିଓ ଟେଗ ଫୋଟୋ ଉଠାଇ ଯେଉପରି ହରିଲୁଟ କରାଯାଇଅଛି ଦେଖିବା ଲୋକଙ୍କୁ ଲଜ୍ୟା ଲାଗୁଛି । କାର୍ଯ୍ୟ କୋଡ ନ॰ 2410004018/WC/ 10544757 ସ୍ନ 2022-23 ଠେଲୁ ମୁଣ୍ଡା ଡେମ ଉନ୍ନତି କରଣ ନିମନ୍ତେ Rs 8,29,532/- ଟଙ୍କା ଖର୍ଚ ଦେଖାଇ ଆତ୍ମସାତ କରାଯାଇଥିବା ବେଳେ ଉକ୍ତ ଡେମ କୁ ସରକାରୀ ଜମି ରେ ତିଆରି ନକରି ସରପଞ୍ଚ ଙ୍କ ନିଜସ୍ଵ ଲୋକ ଦମୟନ୍ତୀ ପାତ୍ର ଖାତା ନ॰ ୪୭ ପ୍ଲଟ ନ॰ ୫୧୦ ରୁ ୧.୮୩ ଏ ପ୍ଲଟ ନ॰ ୫୦୯ ରୁ ୦.୫୪ ଏ ଏବଂ ପ୍ଲଟ ନ॰ ୫୧୬ ରୁ ୦.୧୮ ଏ ସମୁଦାୟ ୨.୫୫ଏ ରେ କାହା ସ୍ଵାର୍ଥ ରେ କାର୍ଯ୍ୟ କରାଯାଇଅଛି ଉକ୍ତ ବାବଦକୁ ନେଇ ବ୍ଲକ ଉନ୍ନୟନ ଅଧିକାରୀ ମ ରାମପୁର କୁ ତା ୨୫.୦୮.୨୦୨୬ ରିଖ ରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇ ନାହାନ୍ତି । ଏହି ସମସ୍ତ ଅଭିଯୋଗର ଉଚ୍ଚସ୍ତରୀୟ ଓ ନିରପେକ୍ଷ ତଦନ୍ତ ନିମନ୍ତେ ଜନସାଧାରଣ ରେ ଦାବିହୁଏ ।

ମ. ରାମପୁର ବ୍ଲକ ସିଙ୍ଗପୁର ପଞ୍ଚାୟତ ରେ କାର୍ଯ୍ୟ ନକରିଥିବା ଲୋକଙ୍କ ନାମରେ ବିଲ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ରାୟଗଡ଼ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ