ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ପୁଣି ଦାଦନ ଦୁଃଖ: ଆନ୍ଧ୍ରରେ ପ୍ରାଣ ଗଲା, ଘାଟି ରାସ୍ତାରେ ଆମ୍ବୁଲାନ୍ସ ଫସିବାରୁ ଖଟିଆରେ ବୋହାହେଲା ଶବ

ପୁଣି ଦାଦନ ଦୁଃଖ: ଆନ୍ଧ୍ରରେ ପ୍ରାଣ ଗଲା, ଘାଟି ରାସ୍ତାରେ ଆମ୍ବୁଲାନ୍ସ ଫସିବାରୁ ଖଟିଆରେ ବୋହାହେଲା ଶବ – ସମୀକ୍ଷା
ପୁଣି ଦାଦନ ଦୁଃଖ: ଆନ୍ଧ୍ରରେ ପ୍ରାଣ ଗଲା, ଘାଟି ରାସ୍ତାରେ ଆମ୍ବୁଲାନ୍ସ ଫସିବାରୁ ଖଟିଆରେ ବୋହାହେଲା ଶବ – ସମୀକ୍ଷା

ଦୁର୍ଗା କୀର୍ତ୍ତି / ଥୁଆମୂଳ ରାମପୁର,/ ସମୀକ୍ଷା ନ୍ୟୁଜ:

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ନିତ୍ୟନୈମିତ୍ତିକ ଘଟଣା ପାଲଟିଥିବା ଦାଦନ ଯନ୍ତ୍ରଣାର ଆଉ ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି। ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଶେଷରେ ଶବ ହୋଇ ଫେରିଛନ୍ତି ଜଣେ ଆଦିବାସୀ ଯୁବକ। ଅନ୍ୟପଟେ ଗ୍ରାମକୁ ପକ୍କା ରାସ୍ତାଟିଏ ନ ଥିବାରୁ ମୃତଦେହ ଗାଁକୁ ନେବା ପାଇଁ ଶେଷରେ ଆତ୍ମୀୟସ୍ୱଜନଙ୍କୁ ଖଟିଆ ହିଁ ଭରସା କରିବାକୁ ପଡ଼ିଛି। କେରପାଇ ଗ୍ରାମପଞ୍ଚାୟତ ଶୁଙ୍ଗେଗଡ଼ ଗ୍ରାମର ବଣ୍ଟା ମାଝୀ ଓ ପୁନେଇ ମାଝୀଙ୍କ ୩୬ ବର୍ଷୀୟ ପୁତ୍ର ବାଲସିଂ ମାଝୀ ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡ଼ା ନିକଟସ୍ଥ ଜନ୍ନୁପାଡୁ ଅଞ୍ଚଳରେ ଥିବା ଏକ ମାଛ ଫାର୍ମରେ କାମ କରୁଥିଲେ। ଗତ ୮ ତାରିଖରେ ମାଛମାନଙ୍କୁ ଦାନା ଦେବା ପାଇଁ ଡଙ୍ଗାରେ ଯାଉଥିବା ସମୟରେ ଡଙ୍ଗାଟି ବୁଡ଼ିଯିବାରୁ ବାଲସିଂଙ୍କର ମୃତ୍ୟୁ ଘଟିଥିଲା। ଗୁଡ଼ିୱାଡ଼ା ସରକାରୀ ମେଡିକାଲରେ ପୋଷ୍ଟମୋର୍ଟମ ପରେ ଗୁରୁବାର ସକାଳ ପ୍ରାୟ ୬ଟାରେ ଏକ ଆମ୍ବୁଲାନ୍ସ ଯୋଗେ ଶବ ନିଜ ଗାଁକୁ ଅଣାଯାଉଥିଲା।
ମାତ୍ର ସେର୍କାପାଈ ଗ୍ରାମର ଜାମ୍‌ ଘାଟି ଦେଇ ଶୁଙ୍ଗେରଗଡ଼ ଯାଇଥିବା ରାସ୍ତା ଅତ୍ୟନ୍ତ ବିପଦସଙ୍କୁଳ ଓ ଖାଲ ଖମା ସହ କାଦୁଅ ହୋଇଥିବାରୁ ଗାଁଠାରୁ ପ୍ରାୟ ୨ କିଲୋମିଟର ପୂର୍ବରୁ ଆମ୍ବୁଲାନ୍ସର ଆଗ ଟାୟାର ଫାଟିଯାଇଥିଲା।

ପୁଣି ଦାଦନ ଦୁଃଖ: ଆନ୍ଧ୍ରରେ ପ୍ରାଣ ଗଲା, ଘାଟି ରାସ୍ତାରେ ଆମ୍ବୁଲାନ୍ସ ଫସିବାରୁ ଖଟିଆରେ ବୋହାହେଲା ଶବ – ସମୀକ୍ଷା

ରାସ୍ତାର ଦୁରବସ୍ଥା ହେତୁ ଗାଡ଼ି ଆଉ ଆଗକୁ ଯାଇପାରିନଥିଲା। ବାଧ୍ୟହୋଇ ପରିବାର ଲୋକେ ଓ ଗ୍ରାମବାସୀ ବର୍ଷା ମଧ୍ୟରେ ମୃତଦେହକୁ ଏକ ଖଟିଆରେ ବୋହି ଦୀର୍ଘ ୨ କିଲୋମିଟରରୁ ଊର୍ଦ୍ଧ୍ୱ ଦୁର୍ଗମ ଘାଟି ରାସ୍ତା ଅତିକ୍ରମ କରି ଗାଁକୁ ନେଇଥିଲେ।କେବଳ ଶୁଙ୍ଗେରଗଡ଼ ନୁହେଁ, ଥୁଆମୂଳ ରାମପୁର ବ୍ଲକର ସମସ୍ତ ୨୪ ଗୋଟି ଗ୍ରାମପଞ୍ଚାୟତର ଅନେକ ଗାଁରେ ଆଜି ବି ଗମନାଗମନ ସମସ୍ୟା ଜଟିଳ ହୋଇ ରହିଛି। ଗାଁଗୁଡ଼ିକୁ ପକ୍କା ରାସ୍ତା ନ ଥିବାରୁ ନିୟମିତ ଭାବେ ରୋଗୀ, ଗର୍ଭବତୀ ଓ ମୃତଦେହ ବୋହିବା ପାଇଁ ଲୋକଙ୍କୁ ଖଟିଆ ହିଁ ସାହା ହେଉଛି। ଅନ୍ୟପଟେ, କେରପାଇ, ନାକରୁଣ୍ଡି, ତଳଆମ୍ବପଦର, କର୍ଲାପାଟ ଭଳି ପ୍ରାକୃତିକ ଓ ଖଣି ସମ୍ପଦରେ ଭରପୂର ଅଞ୍ଚଳଗୁଡ଼ିକରୁ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ଆଦାୟ କରିବାକୁ ଯୋଜନା କରୁଥିଲେ ହେଁ ମୂଳ ଅଧିବାସୀଙ୍କ ମୌଳିକ ଭିତ୍ତିଭୂମି ବିକାଶ ପ୍ରତି ଆଖିବୁଜି ଦେଇଛନ୍ତି। ଆଜି ବି ଏହିସବୁ ଅଞ୍ଚଳର ଶହ ଶହ ଗ୍ରାମରେ ପକ୍କା ରାସ୍ତା, ପାନୀୟ ଜଳ, ବିଜୁଳି ଓ ଶିକ୍ଷା ବ୍ୟବସ୍ଥାର ଅଭାବ ରହିଛି। ଅନ୍ୟପଟେ ବ୍ଲକରୁ ଲଗାତାର ଭାବେ ଦାଦନ ଶ୍ରମିକ ବାହାର ରାଜ୍ୟକୁ ଯାଉଥିଲେ ସୁଦ୍ଧା ଜିଲ୍ଲା ଶ୍ରମ ବିଭାଗ ନିରବଦ୍ରଷ୍ଟା ସାଜିଛି। ସଚେତନତା କାର୍ଯ୍ୟକ୍ରମ, ଶ୍ରମିକ ପଞ୍ଜୀକରଣ କିମ୍ବା ଶ୍ରମ କାର୍ଡ ବ୍ୟବସ୍ଥା ଅଭାବରୁ ଅପମୃତ୍ୟୁର ଶିକାର ହେଉଥିବା ଶ୍ରମିକଙ୍କ ପରିବାର ସରକାରୀ ସହାୟତାରୁ ବଞ୍ଚିତ ହେଉଛନ୍ତି।

ପୁଣି ଦାଦନ ଦୁଃଖ: ଆନ୍ଧ୍ରରେ ପ୍ରାଣ ଗଲା, ଘାଟି ରାସ୍ତାରେ ଆମ୍ବୁଲାନ୍ସ ଫସିବାରୁ ଖଟିଆରେ ବୋହାହେଲା ଶବ – ସମୀକ୍ଷା


ତୁରନ୍ତ ମୃତ ବାଲସିଂ ମାଝୀଙ୍କ ପରିବାରକୁ ଉଚିତ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦେବା ସହ ଅଞ୍ଚଳର ରାସ୍ତା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସାଧାରଣରେ ଦାବି ହେଉଛି।

ପୁଣି ଦାଦନ ଦୁଃଖ: ଆନ୍ଧ୍ରରେ ପ୍ରାଣ ଗଲା, ଘାଟି ରାସ୍ତାରେ ଆମ୍ବୁଲାନ୍ସ ଫସିବାରୁ ଖଟିଆରେ ବୋହାହେଲା ଶବ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
PM Narendra Modi participates in Vijayadashami celebrations at Indraprastha Ramleela Ground. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓPM Narendra Modi participates in Vijayadashami celebrations at Indraprastha Ramleela Ground.YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ତାଳଚେରରେ ଗଣେଶ ପୂଜା ପ୍ରସ୍ତୁତି ଜୋରଦାର: ମୁମ୍ବାଇ ଭଳି ଓଡ଼ିଶାରେ ପ୍ରସିଦ୍ଧ ତାଳଚେର ଗଣେଶ ପୂଜା