ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ତାଳଚେରରେ ଗଣେଶ ପୂଜା ପ୍ରସ୍ତୁତି ଜୋରଦାର: ମୁମ୍ବାଇ ଭଳି ଓଡ଼ିଶାରେ ପ୍ରସିଦ୍ଧ ତାଳଚେର ଗଣେଶ ପୂଜା

ତାଳଚେରରେ ଗଣେଶ ପୂଜା ପ୍ରସ୍ତୁତି ଜୋରଦାର: ମୁମ୍ବାଇ ଭଳି ଓଡ଼ିଶାରେ ପ୍ରସିଦ୍ଧ ତାଳଚେର ଗଣେଶ ପୂଜା – ସମୀକ୍ଷା

ପୁଲକେଶ୍ୱର ମିଶ୍ର,/ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ୍ ତା/ଳଚେର, ଅନୁଗୋଳ (୧୦ ସେପ୍ଟେମ୍ବର ୨୦୨୬)


​କୋଇଲା ନଗରୀ ତାଳଚେରରେ ଏବେଠାରୁ ଆରମ୍ଭ ହୋଇଗଲାଣି ଗଣେଶ ପୂଜାର ଉତ୍ସାହ ଓ ମାହୋଲ । ସାଧାରଣତଃ ତାଳଚେରରେ ଥିବା ବିଭିନ୍ନ ବ୍ୟବସାୟୀ ସଂଘ ଦ୍ୱାରା ଏହି ପୂଜା ବେଶ୍ ଧୁମଧାମରେ ପାଳନ କରାଯାଇଥାଏ । ବର୍ତ୍ତମାନ ସମସ୍ତ ବ୍ୟବସାୟୀ ଏବଂ ପୂଜା କମିଟି ନିଜ ନିଜର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିସାରିଛନ୍ତି । ସହରର ବିଭିନ୍ନ ଛକ ଓ ରାସ୍ତାରେ ସାଜସଜ୍ଜା ଏବଂ ଭବ୍ୟ ତୋରଣ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି ।
​ଦର୍ଶକଙ୍କ ମନୋରଞ୍ଜନ ପାଇଁ ସହରରେ ବିଭିନ୍ନ ପ୍ରକାରର ଦୋଳି ଏବଂ ମୀନା ବଜାର ଆସି ପହଞ୍ଚି ସାରିଲାଣି । ପୂଜା ସମୟରେ ଭଲ ଦୁଇ ପଇସା ରୋଜଗାର ଆଶାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଉଠାଦୋକାନୀ ଓ ବ୍ୟବସାୟୀ ମଧ୍ୟ ଆସି ନିଜର ପସରା ମେଲାଇବା ଆରମ୍ଭ କଲେଣି ।

ତାଳଚେରରେ ଗଣେଶ ପୂଜା ପ୍ରସ୍ତୁତି ଜୋରଦାର: ମୁମ୍ବାଇ ଭଳି ଓଡ଼ିଶାରେ ପ୍ରସିଦ୍ଧ ତାଳଚେର ଗଣେଶ ପୂଜା – ସମୀକ୍ଷା


​ଆସନ୍ତା ୧୪ ତାରିଖରୁ ଏଠାରେ ବିଧିବଦ୍ଧ ଭାବରେ ପୂଜା ମାହୋଲ ଆରମ୍ଭ ହୋଇଯିବ ଏବଂ ସହରରେ ପ୍ରବଳ ଭିଡ଼ ଜମିବ । ଭାରତରେ ମୁମ୍ବାଇର ଗଣେଶ ପୂଜା ଯେପରି ପ୍ରସିଦ୍ଧ, ଠିକ୍ ସେହିପରି ଓଡ଼ିଶାରେ ତାଳଚେର ଗଣେଶ ପୂଜାକୁ ସବୁଠାରୁ ଆକର୍ଷଣୀୟ ଏବଂ ଫେମସ୍ ମାନାଯାଏ । ହାଟତୋଟା ଠାରୁ ଆରମ୍ଭ କରି ସହରର ବିଭିନ୍ନ ସ୍ଥାନରେ ଏବେଠାରୁ ଉତ୍ସବର ପରିବେଶ ଦେଖିବାକୁ ମିଳୁଛି ଏବଂ ଆଗାମୀ ଦିନରେ ଏହି ଆୟୋଜନ ଆହୁରି ମହାସମାରୋହରେ ପାଳିତ ହେବାର ଆଶା କରାଯାଉଛି ।

ତାଳଚେରରେ ଗଣେଶ ପୂଜା ପ୍ରସ୍ତୁତି ଜୋରଦାର: ମୁମ୍ବାଇ ଭଳି ଓଡ଼ିଶାରେ ପ୍ରସିଦ୍ଧ ତାଳଚେର ଗଣେଶ ପୂଜା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କୃଷି ବିଭାଗ ପକ୍ଷରୁ ତୈଳ ବୀଜ ଚାଷ ପ୍ରଶିକ୍ଷଣ