
ଡ଼ ମହେଶ୍ୱର/ ସମ୍ପାଦକ/ ସମୀକ୍ଷା ନ୍ୟୁଜ:
ଭୁବନେଶ୍ୱର, ତା ୨୯. ୦୯. ୨୦୨୬
ମାତ୍ର ଦୁଇ ମାସ ଭିତରେ samikshanews.com ଆରମ୍ଭ ହୋଇ ଆଜି ୧୦, ୦୦୦ visitors କ୍ଲବରେ ସାମିଲ ହୋଇଛି। ଏହି ସବୁର ଶ୍ରେୟ ଆପଣମାନେ। ଏଣୁ ଆପଣଙ୍କୁ ସମୀକ୍ଷା ପରିବାର ତରଫରୁ କୃତଜ୍ଞତା ଜ୍ଞାପନ କରୁଛୁ। ସମୀକ୍ଷାର ଯେଉଁ ସାମ୍ବାଦିକମାନେ ଲଗାତାର ନ୍ୟୁଜ ଦେବା ଏବଂ ଶେୟାର କରିବାରେ ଲାଗିଛନ୍ତି ମୁଁ ସେମାନଙ୍କ ନିକଟରେ କୃତଜ୍ଞ। ବର୍ତ୍ତମାନର ଦୁନିଆ ରିଲସ ଏବଂ ସଟ ଭିଡିଓ ର ଦବଦଵା ଥିବା ବେଳେ ନ୍ୟୁଜ ପୋର୍ଟାଲ ଗୁଡିକୁ ଦେଖିବ କିଏ? ଛୁଆ ଠାରୁ ବୟସ୍କ ଯାଏଁ ସେଲ୍ଫି ଏବଂ ରିଲସ ମାନିଆ ଥିବା ବେଳେ ଆମେ samikshanews.com ନ୍ୟୁଜ ପୋର୍ଟାଲ ଟିକୁ ଆରମ୍ଭ କରି ଏକ ଚିନ୍ତିତ ଅବସ୍ଥାରେ ଥିଲୁ। କିନ୍ତୁ ଆପଣଙ୍କ ଭଳି ଓଜସ୍ୱୀ ବିଚାରବନ୍ତ visitors ଆଜି ଆମକୁ ସାହସ, ବଳ ଏବଂ ସମର୍ଥନ ଦେଇ ମାତ୍ର ଦୁଇ ମାସରେ ୧୦,୦୦୦ visitors ରେ ପହଞ୍ଚାଇ ଥିବାରୁ ଆପଣଙ୍କୁ ସାଧୁବାଦ ଜଣାଇବା ସହିତ ଆପଣଙ୍କର ମଙ୍ଗଳକାମନା କରୁଛୁ।
ଆଉ ଥରେ ଆମେ ସୂଚାଇଦେବାକୁ ଚାହୁଁ ଯେ ସମୀକ୍ଷା ଏକ ସାପ୍ତାହିକ ଖବରକାଗଜ ୨୧ ବର୍ଷରେ ପଦାର୍ପଣ କରିବାକୁ ଯାଉଛି । ତାହାର digital platform ଭାବେ samikshanewslive ଏବଂ news portal ଭାବେ www.samikshanews.com ରାଜ୍ୟ ଏବଂ ଦେଶରେ କାର୍ଯ୍ୟ କରୁଛି। କେବେବି କୌଣସି ରାଜନୈତିକ ଗୋଷ୍ଠୀର ହାତଵାରୀଶ ହୋଇନାହିଁ ଅବା କୌଣସି ଶିଳ୍ପପତି, ବ୍ୟବସାୟୀକ ପରିଚାଳନାରେ ପରିଚାଳିତ ହୋଇନାହିଁ। ଦୀର୍ଘ ଦୁଇ ଦଶନ୍ଧି ଧରି ଓଡ଼ିଶାର ସମସ୍ତ ପ୍ରକାର ସମସ୍ୟାର ଖବର ପ୍ରଚାର ଓ ପ୍ରସାରଣ କରିଚାଲିଛି। ଜମି ଜଳ ଜଙ୍ଗଲର ସୁରକ୍ଷା ପାଇଁ ସୁଚିନ୍ତିତ ଭାବରେ ଖବର ଦେଇ ଲୋକଙ୍କୁ ସଚେତନ କରିପାରିଛି। ମା, ମାଟି ଏବଂ ପରମ୍ପରାକୁ ସମ୍ମାନ ଜଣାଇ ସବୁଥିରେ ଭାଗିଦାରୀ ହୋଇଛି। ବିଜ୍ଞାପନ ଆଶାରେ କେବେ ବି ନିଜର ବିବେବକୁ ବଳୀ ଦେଇନାହିଁ। ସମାଜରେ ସୁସ୍ଥ ଏବଂ ଭାଇଚାରାର ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାରେ ସମୀକ୍ଷା ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଲଙ୍କା ଅଭିଯାନରେ ସେତୁ ବାନ୍ଧିବା ବେଳେ ଗୁଣ୍ଡୁଚି ମୂଷାର କିଞ୍ଚିତ ସହଯୋଗ ଭଳି କେବଳ କରୁଛି। ଦେଶର ଗଣତନ୍ତ୍ରର ମୂଳଦୁଆକୁ ଖବର ମାଧ୍ୟମରେ ମଜବୁତ କରିଵା ଲାଗି ସମୀକ୍ଷା ଜତ କିଞ୍ଚିତ ସହଯୋଗ କରିଚାଲିଛି। ଗଣତନ୍ତ୍ରକୁ ସୁସ୍ଥ ଏବଂ ମଜବୁତ କରିବାଲାଗି ଦେଶ ଏବଂ ବିଦେଶୀଙ୍କ କୌଣସି ପ୍ରରୋଚନାରେ ନ ପଡି ଖବରର ରଶ୍ମି କେନ୍ଦ୍ରକୁ ଏପଟ ସେପଟ କରିନାହିଁ। ବିଶେଷ କୃତଜ୍ଞତା ଦେଉଛୁକି ୨୦୦୯ ମସିହାରୁ ଏହି ସମୀକ୍ଷା ଖବରକାଗଜକୁ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ସ୍ୱୀକୃତି ପ୍ରଦାନ କରିଥିବାରୁ ଆମେ ଆହୁରି ଆଗକୁ ଅଗ୍ରସର ହେଉଛୁ। ଏହି ଅବସରରେ ସମୀକ୍ଷା ଖବରକାଗଜ, samikshanewslive ଡିଜିଟାଲ ପ୍ଲାଟଫର୍ମ ଏବଂ www.samikshanews.com ନ୍ୟୁଜ ପୋର୍ଟାଲର ଅଗଣିତ ପାଠକଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛୁ। ଆପଣମାନଙ୍କ ଯୋଗୁ ସମୀକ୍ଷା ସଫଳତାର ଶୀର୍ଷ ପାହାଚରେ ପହଞ୍ଚିପାରିଛି। ଆହୁରି ଥରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା, ଧନ୍ୟବାଦ ଓ କୃତଜ୍ଞତା ଜଣାଉଛୁ। ଧନ୍ୟବାଦ ।





