ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଟିଟିଲାଗଡ଼ କରଣ ସମାଜ ପକ୍ଷରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼ କରଣ ସମାଜ ପକ୍ଷରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ – ସମୀକ୍ଷା ଖବର

ସନ୍ତୋଷ କୁମାର ପଟ୍ଟନାୟକ /ଟିଟିଲାଗଡ/ସମୀକ୍ଷା ନ୍ୟୁଜ:

ଟିଟିଲାଗଡ: ଆସନ୍ତା ନଭେମ୍ବର ମାସ ୧୧ ତାରିଖ ବୁଧବାର ଦିନ ପବିତ୍ର ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାରାଜାଙ୍କ ପୂଜା ଅର୍ଚ୍ଚନାକୁ ସଫଳ କରିବା ପାଇଁ ଟିଟିଲାଗଡ଼ ସତିଘାଟ ନିକଟସ୍ଥ କରଣ ସମାଜ କଲ୍ୟାଣ ମଣ୍ଡପ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କରଣ ସମାଜର ସଭାପତି ଶ୍ରୀ ଦୟାସାଗର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମାଜର ଉନ୍ନତି, କଲ୍ୟାଣ ମଣ୍ଡପର ବିକାଶ ଏବଂ ଆଗାମୀ ପୂଜାକୁ କିପରି ଭବ୍ୟ ଓ ଆକର୍ଷଣୀୟ କରାଯିବ, ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା।
ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସମାଜର ପ୍ରତ୍ୟେକ ପରିବାର ଏହି ମହାନ ପୂଜାରେ ସକ୍ରିୟ ଭାବେ ଯୋଗଦାନ କରିବା ଏବଂ କରଣ ସମାଜକୁ ସମସ୍ତ କ୍ଷେତ୍ରରେ ଅଧିକ ସୁଦୃଢ଼ କରିବା। ଚଳିତବର୍ଷ ଚିତ୍ରଗୁପ୍ତ ପୂଜାକୁ ଅତ୍ୟନ୍ତ ଉତ୍ସାହ ଓ ହର୍ଷୋଲ୍ଲାସର ସହିତ ପାଳନ କରିବା ପାଇଁ ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସମାଜର ବହୁ ପଦାଧିକାରୀ ଓ ସଦସ୍ୟ ଉପସ୍ଥିତ ଥିଲେ

ଟିଟିଲାଗଡ଼ କରଣ ସମାଜ ପକ୍ଷରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ – ସମୀକ୍ଷା


ଉପସଭାପତି ରାମନାରାୟଣ ବହିଦାର, ସମ୍ପାଦକ ସନ୍ତୋଷ ମହାନ୍ତି, ଯୁଗ୍ମ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ମହାନ୍ତି, ଏବଂ କୋଷାଧକ୍ଷ ଶ୍ରୀମତି ଶେଫାଳି ପଟ୍ଟନାୟକ।କାର୍ଯ୍ୟନିର୍ବାହୀ ସଦସ୍ୟବୃନ୍ଦ: ଚକ୍ରପାଣି ପଟ୍ଟନାୟକ, ଜିତେନ ପଟ୍ଟନାୟକ, ଦିବାକର ପଟ୍ଟନାୟକ, ତାରକେଶ୍ଵର ପଟ୍ଟନାୟକ, ଗଣେଶ ପ୍ରସାଦ ମହାନ୍ତି, ପ୍ରଶାନ୍ତ କୁମାର ପଟ୍ଟନାୟକ, ଚିନ୍ତାମଣି ପଟ୍ଟନାୟକ, ଗୌରୀଶଙ୍କର ପଟ୍ଟନାୟକ, ନିରୋଜ ପଟ୍ଟନାୟକ, ସୋମେନ୍ଦ୍ର ପଟ୍ଟନାୟକ ଏବଂ ସନ୍ତୋଷ କୁମାର ପଟ୍ଟନାୟକ।ପରାମର୍ଶଦାତା ଓ ଆଇନଜୀବୀ,ଶଙ୍କର୍ଷଣ ପଟ୍ଟନାୟକ, ସୀତାରାମ ପଟ୍ଟନାୟକ, ଶଶିଧର ପଟ୍ଟନାୟକ ଏବଂ ଆଇନ ପରାମର୍ଶଦାତା ପ୍ରଦୀପ ମହାନ୍ତି ଓ ମହେଶ କୁମାର ମହାନ୍ତି।
ବୈଠକର ଶେଷରେ ସମସ୍ତଙ୍କ ମିଳିତ ସହଯୋଗରେ ଆଗାମୀ ଚିତ୍ରଗୁପ୍ତ ପୂଜାକୁ ସଫଳ ଓ ଶୃଙ୍ଖଳିତ ଭାବେ ସମ୍ପାଦନ କରିବା ପାଇଁ ସଂକଳ୍ପ ନିଆଯାଇଥିଲା।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଚାକିରି ଚାଲିଗଲେ ୭୫% ପିଏଫ୍‌ ଟଙ୍କା ଉଠାଇପାରିବେ