ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:
ପାରାଦ୍ଵୀପ ପୂର୍ବର ଘନ ଗଳିଆ ବସ୍ତିରେ ରହୁଥିବା ଲୋକ ମାନଙ୍କୁ ସ୍ଥାନାନ୍ତରିତ କରାଯାଇ ଉଦୟବଟ୍ ରେ ଜାଗା ଦିଆ ଯିବା ପରେ ଦୀର୍ଘ ୨୮ବର୍ଷ ଧରି ସେଠାର ବସ୍ତି ବାସିନ୍ଦା ମାନେ ଘର୍ ଦ୍ୟାର କରି ଚଳି ଆସୁଥିବା ବେଳେ ସେମାନଙ୍କ ପିଲା ମାନଙ୍କ ପାଇଁ ଖେଳ ପଡିଆ ଇତ୍ୟାଦି ଦିଆ ଯାଇ ନ ଥିବା ବେଳେ ନିକଟରେ ଥିବା ପାରାଦୀପ ବନ୍ଦର ର ଖାଲି ଜାଗାରେ ପିଲାମାନେ ଯାତାୟାତ କରିବା ସହ କୌଣସି ଲୋକ ଙ୍କର ଦେହାନ୍ତ ରେ ସବ୍ ସରକାର ମଧ୍ୟ କରାଯାଇ ପାରୁଥିଲା l ଏବେ ପାରାଦୀପ ବନ୍ଦର ର ଖାଲି ପଡ଼ିଥିବା ଜାଗାକୁ ତ୍ରିବେଣୀ କମ୍ପାନିକୁ ପାରାଦୀପ ବନ୍ଦର କୌଣସି କାରଣ ରୁ ହସ୍ତାନ୍ତର କରିଥିବାରୁ ତ୍ରିବେଣୀ କମ୍ପାନୀ ପକ୍ଷରୁ ସେହି ଜାଗାକୁ ତାର ଘେରା ବାଡ ବୁଜୀ ଥିବା ବେଳେ ଗତ କାଲି ଜଣେ ମୃତ ବେକ୍ତିଙ୍କ ସବ ଦାହ କରିବା ପାଇଁ ନେବାରୁ କମ୍ପାନୀ ପକ୍ଷରୁ ବିରୋଧ କରାଯାଇ ଥିଲା l ତେଣୁ ସେଠିକାର ପାରିଷଦ କେଦାର ବିଶ୍ଵାଳ ପହଞ୍ଚି ଲୋକ ମାନଙ୍କୁ ବୁଝସୁଝା କରି ଗୋଟେ ପଟୁ ତାର ବାଡ କାଟି ସବ୍ ଦାହ କରିଥିଲେ l ଏ ନେଇ କମ୍ପାନୀ ତରଫରୁ ପାରାଦୀପ ଆଦର୍ଶ ଥାନା ରେ ଲିଖିତ ଅଭିଯୋଗ କରାଯାଇ ଥିଲା l ଏ ନେଇ ଆଜି ସହ ସହ ବସ୍ତି ବାସିନ୍ଦା ଏକ ତ୍ରିତ ହୋଇ ପାରାଦୀପ ଆଦର୍ଶ ଥାନା କୁ ଆସିଥିବା ବେଳେ ପାରାଦୀପ ଅତିରିକ୍ତ ଜିଲ୍ଲା ପାଳଙ୍କ ଉଦ୍ଦେଶ୍ୟରେ ସ୍ତାଇ ସମାଧାନ ପାଇଁ ଦାବି କରିଥିବା ଜଣା ଯାଇଛି l






