ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଜଗତସିଂହପୁର ଜିଲା ବିକାଶ ପରିଷଦର ବାର୍ଷିକ ଉତ୍ସବ

ଜଗତସିଂହପୁର ଜିଲା ବିକାଶ ପରିଷଦର ବାର୍ଷିକ ଉତ୍ସବ – ସମୀକ୍ଷା ଖବର


ଭଗବାନ ମହାନ୍ତି/ବରିଷ୍ଠ ସାମ୍ବାଦିକ/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ:

ଜଗତସିଂହପୁର, 04/10/2026:ଜଗତସିଂହପୁର ଜିଲା ବିକାଶ ପରିଷଦର ବାର୍ଷିକ ଉତ୍ସବ 2026 ଆଜି ସଂସ୍କୃତି ଭବନ ଠାରେ ବହୁଆଡମ୍ବର ସହ ଆୟୋଜିତ ହୋଇଯାଇଛି | ଏହି ଉତ୍ସବରେ ମୁଖ୍ୟ ଅତିଥି ସମ୍ପଦ ଚନ୍ଦ୍ର ସ୍ୱାଇଁ ଶିଳ୍ପ କୌଶଳ ବିକାଶ ଓବୈଷୟିକ ଶିକ୍ଷା ମନ୍ତ୍ରୀ ,ଓଡିଶା ସରକାର,ମୁଖ୍ୟ ବକ୍ତା ସାଂସଦ ବିଭୁ ପ୍ରସାଦ ତରାଇ, ସମ୍ମାନୀୟ ଅତିଥି ଜଗତସିଂହପୁରର ବିଧାୟକ ଅମରେନ୍ଦ୍ର ଦାସ, ବାଲିକୁଦା ବିଧାୟକ ସାରଦା ପ୍ରସାଦ ଜେନା, ପରିଷଦର ସଭାପତି ଇଂ ଭକ୍ତ ଚରଣ ମହାନ୍ତି, ସଂଯୋଜକ ସୂର୍ଯ୍ୟ ନାରାୟଣ ମହାନ୍ତି, ସମ୍ପାଦଜ ଜ୍ୟୋତି ପ୍ରକାଶ ଦାସ, ବରିଷ୍ଟ ସଦସ୍ୟ ପ୍ରଣବ ଦେ, ଓ ଗୋପାଳ ମିଶ୍ର ଏହି ସଭାକୁ ସଂଚାଳନ କରିଥିଲେ |
ପ୍ରକାଶ ଥାଉକି, ପରିଷଦ 2003ରେ ଭୁବନେଶ୍ୱର ଠାରୁ ଆରମ୍ଭ ହୋଇଥିଲା | କିନ୍ତୁ କୌଣସି ଅସୁବିଧାରୁ 2013ଠାରୁ 2023ପର୍ଯ୍ୟନ୍ତ କାର୍ଯ୍ୟାନ୍ୱିତ ହୋଇ ପାରି ନାହିଁ |କିନ୍ତୁ 2023ଠାରୁ ପୁଣି ଏହି ପରିଷଦ କାମକରି ଚାଲିଛି |ବର୍ତ୍ତମାନ ଦଳ ଗତ ନିର୍ବିଶେଷରେ ସମସ୍ତେ ମିଶି ଜଗତସିଂହପୁରର ବିକାଶ ପାଇଁ ଏହି ପରିଷଦ ଗୁଣ୍ଡିଚିମୂଷା ଭଳି ସରକାରଙ୍କୁ ସହଯୋଗ କରିବ ଓ ଉପଦେଶ ଦେବ |

ଜଗତସିଂହପୁର ଜିଲା ବିକାଶ ପରିଷଦର ବାର୍ଷିକ ଉତ୍ସବ – ସମୀକ୍ଷା


ଜଗତସିଂହପୁରର ବିଧାୟକ ଶ୍ରୀ ଦାସ ତାଙ୍କ ଭାଷଣରେ ସରକାରଙ୍କର ବିଭିନ୍ନ ବିକାଶ ମୂଳଜ କାର୍ଯ୍ୟ କ୍ରମ ଉପରେ କହିଥିଲେ |ସେ ଜଗତସିଂହପୁର ମେଡିକାଲ ମହାବିଦ୍ୟାଳୟ, ମହାବିଦ୍ୟାଳୟ, ଇଞ୍ଜିନିରିଙ୍ଗ କଲେଜ ବିଷୟରେ କହିଥିଲେ |
ବାଲିକୁଦା ବିଧାୟକ ସାରଦା ପ୍ରସାଦ ଜେନା ତାଙ୍କ ଭାଷଣରେ ଜଗତସିଂହପୁର ବିକାଶ ପରିଷଦ ପଞ୍ଚମ ବାର୍ଷିକ ଉତ୍ସବ ନିଜ ମାଟିରେ ପାଳନ କରୁଛି |ସେ ସରଳା ଦେବୀଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ମନ୍ତ୍ରୀ ଶ୍ରୀ ସ୍ୱାଇଁ ପର୍ଯ୍ୟନ୍ତ ବଖାଣିଥିଲେ |ଏ ମାଟିର ସଂସ୍କୃତି, ସାହିତ୍ୟ, ଇତିହାସ, ଆଧ୍ୟାତ୍ମିକ ଭାବ ସବୁ ନୀଚୋଡ଼ରେ ଦେଖି ପାରୁଛୁ |ଜଗତସିଂହପୁର ପରିଷଦ ପାଇଁ ଏକ ଆହ୍ୱାନ ଯେ ଆମେ ସମସ୍ତେ ମିଶି ଆମର ଯେଉଁଭାଇ ମାନେ ସହରରେ ରହିଗଲେ ସେମାନଙ୍କୁ ଅନୁପ୍ରାଣିତ କରିବା |
ଆଜିର ଯୁବ ପିଡି ନିଶା ମୁକ୍ତ ହେବାକୁ ପଡିବ |ଦୁର୍ନୀତି ଗ୍ରସ୍ତ ବ୍ୟକ୍ତିଙ୍କୁ ସାମାଜିକ ବାଛନ୍ଦ ହେବା ଦରକାର |
ମୁଖ୍ୟ ଅତିଥି ମନ୍ତୀ ଶ୍ରୀ ସ୍ୱାଇଁ ତାଙ୍କ ଭାଷଣରେ କହିଥିଲେ ଜଗତସିଂହପୁର ଜିଲା ଓଡିଶା ପାଇଁ ସେବା ଓ ସମର୍ପଣର ପରିଚୟ ଦେଇଆସିଛି | ଅଳକା ଆଶ୍ରମ ସ୍ୱାଧୀନତା ପୂର୍ବରୁ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସୃଷ୍ଟି କରୁଥିଲା |ଏହା ଥିଲା ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଏନ୍ତୁଡ଼ି ଶାଳ | ଆମ ମାଟି ଈଶ୍ୱର ମହାନ୍ତି ଯିଏ ଜଗନ୍ନାଥ ମହାପ୍ରଭୁଙ୍କୁ କଳାପାହାଡ଼ ଠାରୁ ବଞ୍ଚାଇ ରଖି ପାରିଥିଲେ |
ଆମର ଚେରିତୋଳ ବନ୍ଦର ମାଧ୍ୟମରେ ବାଣିଜ୍ୟ ବ୍ୟବସାୟ କରି ଓଡିଶାକୁ ସମୃଦ୍ଧ କରୁଥିଲା |ଏହା ହୁଏନଶାହଙ୍କ ଲେଖାରୁ ଜଣାଯାଏ |ବର୍ତ୍ତମାନ ପାରାଦ୍ୱୀପ ବନ୍ଦର ଏକ ମେଗା ବନ୍ଦର ହୋଇ ରାଜ୍ୟକୁ ସମୃଦ୍ଧ କରୁଛି |ତେଣୁ ଆମେ ସମସ୍ତେ ମିଶି ଜଗତସିଂହପୁର ମାଧ୍ୟମରେ ଓଡିଶାକୁ ସମୃଦ୍ଧ କରିବା |ଏହା ଆମର ବିକାଶ ପରିଷଦର ଧେୟ ହେଉ |

ଜଗତସିଂହପୁର ଜିଲା ବିକାଶ ପରିଷଦର ବାର୍ଷିକ ଉତ୍ସବ – ସମୀକ୍ଷା


ମୁଖ୍ୟ ବକ୍ତା ସାଂସଦ ଶ୍ରୀ ତରାଇ ତାଙ୍କ ବକ୍ତବ୍ୟରେ କହିଥିଲେଯେଜଗତସିଂହପୁର ଜିଲା ପରିଷଦ ଏକ ସମନ୍ୱୟଂ କାର୍ଯ୍ୟ କରୁ | ସମସ୍ତେ ଦଳଗତ ନିର୍ବିଶେଷେରେ ମିଶି ଏହି ଚାରି ନିର୍ବାଚନ ମଣ୍ଡଳୀ ପାଇଁ ବିକାଶ କରି ପାରିବା |ବିକାଶର ସଂଜ୍ଞା ଉପରେ କହିଥିଲେ |ମୋଟାମୋଟି ଭାବରେ 1768ବର୍ଗ କିମି |ଶିକ୍ଷାରେ ପୁରୁଷ ବର୍ଗରେ ଏକ ନ ଓ ମହିଳାରେ ଦ୍ୱିତୀୟ|ସରଳା ଦାସ ଵିଲଙ୍କା ରାମାୟଣ ରଚନା କରିଥିଲେ |ମାଳିକା ରଚନା କରିଥିଲେ |ତେଣୁ ଆମେମାନେ ସରଳା ଦାସଙ୍କ ସାହିତ୍ୟ ପାଇଁ ଦେଶ ଗର୍ବିତ | ଦେଶ ପାଖରେ ତାଙ୍କର ପରିଚୟ ଆମର କର୍ତ୍ତବ୍ୟ ହେଉ |ଜଗତସିଂହପୁରର ଯୁବ ଶକ୍ତି ଙ୍କ ପାଇଁ କୃଷି ଭିତିକ msme(ଏମ ଏସ ଏମ ଇ )ପ୍ରୋତ୍ସାହନ ହେଉ |ବିକାଷ ପରିଷଦ ସାଂସ୍କୃତିକ, ସାମାଜିକ, ଆଧ୍ୟାତ୍ମିକ ଓ ଅର୍ଥନୀତିକ ସମନ୍ୱୟଂ କରି ସର୍ବଦଳୀୟ ଭାବରେ କାର୍ଯ୍ୟ କରୁ |ସରକାରଙ୍କର ଏକ ଭୁବନେଶ୍ୱର-କଟକ-ପୁରୀ -ପାରାଦ୍ୱୀପ ଔଦ୍ୟଦିକ ଅଞ୍ଚଳ ବନୁଛି | ତେଣୁ ସମସ୍ତେ ମିଶି ଏହାର ବିକାଶ ଧାରା ଓଡିଶାବାସୀଙ୍କ ପାଇଁ ଉପାଦେୟ ହେଉ | ଶେଷରେ ବିକାଶ ପରିଷଦର ଅଧକ୍ଷ ଭକ୍ତ ଚରଣ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାଙ୍କୁ ଅନ୍ତ କରିଥିଲେ |

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲର ୧୨୫ତମ ବାର୍ଷିକ ସମାରୋହରେ ରାଜ୍ୟପାଳ