ଅଭିଳାଷ ମହାନନ୍ଦିଆ / କଲ୍ୟାଣସିଂହପୁର / ସମୀକ୍ଷା ନ୍ୟୁଜ:
କାଶିପୁର ୦୫/୧୦/୨୦୨୬- ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଗଡିବାଲି ପଞ୍ଚାୟତ ଜେରକା ମହକୁମାର ର ଆମ ଅଙ୍ଗନବାଡି କେନ୍ଦ୍ର ଅବେବସ୍ଥା ଘେରରେ ରହିଥିବା ବେଳେ ଜମାରୁ ଦିଦି କେନ୍ଦ୍ର କୁ ଆସୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମ ବାସୀ। ଯୋଉଟି କି ଶିଶୁଙ୍କ ଶିକ୍ଷା ଦାନ ପାଇଁ ଅଭିଭାବକ ମାନେ ପିଲାଙ୍କ ପାରମ୍ବ ଶିକ୍ଷା ଦାନ ପାଇଁ ଆମ ଅଙ୍ଗନବାଡ଼ି କେନ୍ଦ୍ର କୁ ପଟେଇ ତାହାନ୍ତି ଅନ୍ୟ ପଟେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଶିଶୁ ଙ୍କ ସୁରକ୍ଷା ଶିକ୍ଷା ଦାନ ପାଇଁ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିଛନ୍ତି ,କିନ୍ତୁ ଆଜି ଏଠାରେ ଏକ ବିଚିତ୍ର ଚିତ୍ର ଦେଖିବା କୁ ମିଳିଛି। ଦିଦି ଇଚ୍ଛା ହେଲେ ଅଙ୍ଗନବାଡି କେନ୍ଦ୍ର ପଟେ ବୁଲିବା କୁ ଆସୁଛନ୍ତି, ନଚେତ ନାହିଁ, ଗାଁ ଲୋକେ ପଚାରିଲେ ମୁଁ ମିଟୀଙ୍ଗ ଯାଇଥିଲି ତମେ କିଏ ମତେ ପଚାରିବା କୁ ବୋଲି ଦିଦି ଢ଼ରାଉ ଛନ୍ତି ।ମୋର ଚାକିରିକୁ କିଛି ମଧ୍ୟ ଡର ନାହିଁ ଆଉ ମତେ କିଏ କିଛି କରି ପାରିବେ ନାହିଁ ବୋଲି ସିଧା ସଳଖ ଅଙ୍ଗନବାଡି ଦିଦି ଲଳିତା ମାଝୀ କହିଥିବା ଗ୍ରାମ ବାସୀ ମାନେ ଅଭଯୋଗ କରିଛନ୍ତି। ଉକ୍ତ କେନ୍ଦ୍ର ରେ ଶିଶୁ ଙ୍କ ସଂଖ୍ୟା ୨୮ ଜଣ ରୁ ଉର୍ଦ୍ଧ ଶିଶୁ ରହି ଶିକ୍ଷା ଦାନ କରୁଥିବା ବେଳେ ଦିଦି ପିଲାଙ୍କୁ ପାଠ ଜମା ପଢ଼ାଉ ନଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି। ଏହି ଭଳି ବେଵସ୍ଥା କୁ ଲୋକେ ନିନ୍ଦା କରିବା ସହ ସରକାରଙ୍କୁ ତୁରନ୍ତ ଦିଦି ଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି






