ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ମାର୍କଣ୍ଡେଶ୍ୱର ଉଚ୍ଚ ବିଦ୍ୟାଳୟ କକ୍ଷରେ ନାଗ ଦେବ

ମାର୍କଣ୍ଡେଶ୍ୱର ଉଚ୍ଚ ବିଦ୍ୟାଳୟ କକ୍ଷରେ ନାଗ ଦେବ – ସମୀକ୍ଷା ଖବର

ଭଗବାନ ମହାନ୍ତି/ବରିଷ୍ଠ ସାମ୍ବାଦିକ/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ:

ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଅନନ୍ତପୁର ପଂଚାୟତର ମାର୍କଣ୍ଡେଶ୍ୱର ଉଚ୍ଚ ବିଦ୍ୟାଳୟ ଅଷ୍ଟମ ଶ୍ରେଣୀ ଗୃହରେ ଏକ ନାଗ ଦେବତା ଦର୍ଶନ ଦେଇଛନ୍ତି |ଏ ଅଞ୍ଚଳର ପ୍ରଥା ଅନୁଯାଇ କିଛି ଲୋକଙ୍କର ଗୋତ୍ର ହୁଅନ୍ତି ନାଗ ଦେବ | ପ୍ରକାଶ ଥାଉକି ଯେତେବେଳେ କିଛି ଲୋକ ପୂର୍ବ ପୁରୁଷଙ୍କୁ ପ୍ରତି କିଛି ନୀତି ବିରୁଧ ଆଚରଣ କରିଥାନ୍ତି ନାଗ ଦେବ ଦର୍ଶନ ଦେଇଥାନ୍ତି |ତାଙ୍କୁ ଦେଖିଲେ ହଳଦୀ ପାଣି ନେଇ ପୂଜା କରାଯାଏ | ତାପରେ ଦୁଗ୍ଧ ଅର୍ପଣ କରି ନାଗ ବଂଶୀ ତାଙ୍କୁ ପ୍ରଣାମ କଲାପରେ ସେ ତାଙ୍କ ବାଟରେ ଚାଲି ଯାଆନ୍ତି |ସେହିପରି ଦୃଶ୍ୟ ଦେଖିବାକୁ ମିଳିଥିଲା ଏହି ମହାବୀର ମାର୍କଣ୍ଡେଶ୍ୱର ଉଚ୍ଚ ବିଦ୍ୟାଳୟରେ |ଯେଉଁ ପିଲାଙ୍କର ନାଗ ଗୋତ୍ର ପ୍ରଣାମ କଲାପରେ ସେ ଶାନ୍ତିରେ ଚାଲିଯାଇଥିବାର ବୋଲି ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀ କହୁଛନ୍ତି |

ମାର୍କଣ୍ଡେଶ୍ୱର ଉଚ୍ଚ ବିଦ୍ୟାଳୟ କକ୍ଷରେ ନାଗ ଦେବ – ସମୀକ୍ଷା

ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁହନ୍ତି ଯେ ବିଦ୍ୟାଳୟ ଘରେ ନାଗ ସାପ ଆସିବା ପ୍ରଥମ ଓ ଶାନ୍ତିରେ ଚାଲିଯିବା ଆଶ୍ଚର୍ଯ୍ୟଜନକ | ଯାହେଉ ସେମାନେ ଯିବା ପୂର୍ବରୁ ନାଗ ସର୍ପ ଟି କେଉଁଆଡେ ଚାଲିଗଲା ଜଣାପଡିଲା ନାହିଁ | କୌଣସି ପିଲା ଵା ଶିକ୍ଷକ, ଶିକ୍ଷୟତ୍ରୀ ଵା କର୍ମ ଚାରି କେହି ଦେଖିପାରିଲେ ନାହିଁ ସେ କୁଆଡେ ଗଲେ ଓ କାହାରି ମଧ୍ୟ କୌଣସି କ୍ଷତି କରିନାହାନ୍ତି | ଏପଟେ ନିକଟସ୍ତ ପଡୋଶୀ ବ୍ୟକ୍ତି ଧନେଶ୍ଵର ମହାନ୍ତକୁହନ୍ତି ବର୍ତ୍ତମାନ ପିତୃପକ୍ଷ ଚାଲିଛି | ନାଗ ବାବା ଆମପିଲାଙ୍କୁ ଦର୍ଶନ ଦେଇ ମନେ ପକେଇଦେଇଗଲେ | ଆମଙ୍କୁ ନିଷ୍ଠା ସହ ପିତୃପକ୍ଷ ପାଳନ କରିବାକୁ ପଡିବ |

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସାଲେପୁର ମାଟିରେ ସଦ୍‌ଭାବନା ପଦଯାତ୍ରା