ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଆପଡା ଦର୍ଲିମୁଣ୍ଡା ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ

ଆପଡା ଦର୍ଲିମୁଣ୍ଡା ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ – ସମୀକ୍ଷା ଖବର

ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା /ସମୀକ୍ଷା ନ୍ୟୁଜ:
ନୂଆପଡ଼ା, ତା. ୦୫/୧୦: ନୂଆପଡ଼ା ବ୍ଲକ ଅନ୍ତର୍ଗତ ଦର୍ଲିମୁଣ୍ଡା ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ଗ୍ରାମ ପଞ୍ଚାୟତସ୍ତରୀୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଇଶାଣୀ ମିତ୍ର, ନୂଆପଡ଼ା ବିଡିଓ ରୋହିତ ଭୋଇ, ତହସିଲଦାର ଲଲାଟେନ୍ଦୁ ଦଣ୍ଡସେନା, ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ ଓ ସ୍ଥାନୀୟ ସରପଞ୍ଚ ସନ୍ଧ୍ୟାରାଣୀ ମିର୍ଧାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ପଞ୍ଚାୟତ ପ୍ରତିନିଧି ଓ ଗ୍ରାମବାସୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ‘ଝିଅ ପାଇଁ ଗଛଟିଏ’ ଓ ‘ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲାପାଳ ନବଜାତ କନ୍ୟାଶିଶୁ ସ୍ନେହା ବିଶ୍ୱକର୍ମା ଓ ମଣି ଭୋଇଙ୍କୁ କୋଳରେ ଧରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଶିଶୁମାନଙ୍କ ପିତାମାତାଙ୍କୁ ଉପହାର ଓ ବୃକ୍ଷଚାରା ପ୍ରଦାନ କରାଯାଇଥିଲା। ଦୁଇଜଣ ଗର୍ଭବତୀ ମହିଳାଙ୍କୁ ମଧ୍ୟ ଫଳ, ପନିପରିବା, ପୁଷ୍ଟିକର ଖାଦ୍ୟସାମଗ୍ରୀ ଓ ଉପହାର ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ କହିଥିଲେ ଯେ, ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ ଯାଉଥିବା ପ୍ରବାସୀ ଶ୍ରମିକମାନେ ବିଭିନ୍ନ ସମୟରେ ଶୋଷଣ ଓ ଅସୁରକ୍ଷିତ ପରିସ୍ଥିତିର ଶିକାର ହେଉଛନ୍ତି। ଲୋକମାନେ ଯେପରି ଜୀବିକା ପାଇଁ ନିଜ ଭିଟାମାଟି ଛାଡ଼ି ବାହାରକୁ ଯିବାକୁ ବାଧ୍ୟ ନ ହୁଅନ୍ତି, ସେଥିପାଇଁ ପଞ୍ଚାୟତ ପ୍ରତିନିଧି ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ସମନ୍ୱିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ଆପଡା ଦର୍ଲିମୁଣ୍ଡା ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ – ସମୀକ୍ଷା


ଭିବିଜି-ରାମ-ଜି (VBG-RAM-G) ସମେତ ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପରେ ଉପଲବ୍ଧ କାର୍ଯ୍ୟସୁଯୋଗର ସୁଫଳ ନେଇ ନିଜ ଗାଁରେ ରହି ପରିବାରର ଆୟ ବୃଦ୍ଧି କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ।
ଶିଶୁ ଶ୍ରମିକ ପ୍ରଥାକୁ ରୋକିବା, ପ୍ରତ୍ୟେକ ଶିଶୁଙ୍କୁ ବିଦ୍ୟାଳୟମୁହାଁ କରିବା ଏବଂ ୧୮ ବର୍ଷ ପୂର୍ବରୁ କନ୍ୟାଙ୍କ ବିବାହ ରୋକିବା ଉପରେ ମଧ୍ୟ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ସରକାରୀ ଯୋଜନାଗୁଡ଼ିକର ସୁଫଳ ନେଇ ନିଜ ଅଞ୍ଚଳରେ ଜୀବିକା ସୁଦୃଢ଼ କରିବା ସହ ନୂଆପଡ଼ାକୁ ଏକ ଅଗ୍ରଣୀ ଜିଲ୍ଲା ଭାବେ ଗଢ଼ି ତୋଳିବାରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ସ୍ୱଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମହେଶରାମ ସାହିନସାହ, ବସନ୍ତ ସାହୁ, ଦିଲୀପ ଅଗରିଆ ଓ ଦୋଳମଣି ପ୍ରଧାନଙ୍କୁ ‘ସ୍ୱଚ୍ଛତା ଦୂତ’ ଭାବେ ସମ୍ମାନିତ କରାଯାଇଥିଲା।
‘ପକ୍ଷୀ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଅବସରରେ ପକ୍ଷୀମାନଙ୍କ ପାଇଁ ପାଣି ଓ ଖାଦ୍ୟର ବ୍ୟବସ୍ଥା କରାଯିବା ସହ ଜିଲ୍ଲାପାଳ ବୃକ୍ଷରୋପଣ କରିଥିଲେ। ଏହା ମାଧ୍ୟମରେ ପରିବେଶ ସୁରକ୍ଷା ଓ ଜୈବବିବିଧତା ସଂରକ୍ଷଣର ବାର୍ତ୍ତା ଦିଆଯାଇଥିଲା।
ଜିଲ୍ଲାପାଳ ଦର୍ଲିମୁଣ୍ଡା ପଞ୍ଚାୟତ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ପ୍ରିୟାଂଶୀ ରାଉତଙ୍କ ଘରକୁ ଯାଇ ତାଙ୍କ ପାଠପଢ଼ା ଓ ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ। ପରୀକ୍ଷାରେ ଭଲ ପ୍ରଦର୍ଶନ ପାଇଁ ତାଙ୍କୁ ମୂଲ୍ୟବାନ ପରାମର୍ଶ ଦେବା ସହ ଉତ୍ସାହିତ କରିଥିଲେ।
ସେହିପରି ଜିଲ୍ଲାପାଳ ପୂର୍ବରୁ ପ୍ରବାସୀ ଶ୍ରମିକ ଭାବେ କାମ କରୁଥିବା ଗୋକୁଳ ମିର୍ଧାଙ୍କ ଘରକୁ ଯାଇ ତାଙ୍କ ସହ ଆଲୋଚନା କରିଥିଲେ। ପୁନର୍ବାର ପ୍ରବାସ ନ କରି ନିଜ ଅଞ୍ଚଳରେ ରହି ବିଭିନ୍ନ ସରକାରୀ ଯୋଜନା ଓ ଜୀବିକା ସୁଯୋଗର ସୁଫଳ ନେଇ କାମ କରିବାକୁ ସେ ପରାମର୍ଶ ଦେଇଥିଲେ। ସମ୍ପୃକ୍ତ ପରିବାରକୁ ଯୋଗ୍ୟତା ଅନୁଯାୟୀ ବିଭିନ୍ନ ସରକାରୀ ଯୋଜନାର ସୁବିଧା ଯୋଗାଇଦେବାକୁ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଦର୍ଲିମୁଣ୍ଡା ପଞ୍ଚାୟତବାସୀଙ୍କୁ ନିଜ ଅଞ୍ଚଳରେ ରହି ଜୀବିକା ସୁଦୃଢ଼ କରିବା, ସରକାରୀ ଯୋଜନାର ସୁଫଳ ନେବା, ଶିଶୁ ଶ୍ରମ ଓ ବାଲ୍ୟବିବାହ ରୋକିବା ସହ ପ୍ରବାସ ହ୍ରାସ ପାଇଁ ସାମୂହିକ ଭାବେ ଆଗେଇ ଆସିବାର ବାର୍ତ୍ତା ଦିଆଯାଇଥିଲା।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ନୂଆପଡ଼ାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ