ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/ କେନ୍ଦୁଝର
ପାଟଣା, ୬/୧୦, କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଛି। ଭିଏଚ୍ପିର ଓଡ଼ିଶା ପ୍ରାନ୍ତ ପାଇଁ ଦୀର୍ଘଦିନ ଧରି ଅବଦାନ ରଖିଥିବା କେନ୍ଦୁଝର ଜିଲା ପାଟଣା ବ୍ଲକ ସୁଆମ ଶାସନର ମଦନମୋହନ ଦ୍ୱିବେଦୀଙ୍କୁ ଏହି ଅବସରରେ ମୁଖ୍ୟ ଅତିଥି ଅଙ୍ଗବସ୍ତ୍ର, ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ।ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ, ମୁଖ୍ୟ ବକ୍ତା ଭାବେ ଭିଏଚ୍ପିର ଅନ୍ତର୍ଜାତୀୟ ସାଧାରଣ ସମ୍ପାଦକ ବଜରଙ୍ଗ ଲାଲ ବାଗଡ଼ା, ସମ୍ମାନିତ ଅତିଥି ଭାବେ ଭିଏଚ୍ପି କେନ୍ଦ୍ରୀୟ ମନ୍ତ୍ରୀ ବସନ୍ତ କୁମାର ରଥ ଓ ଗୌରୀ ପ୍ରସାଦ ରଥ ପ୍ରମୁଖ ଉପସ୍ଥିତ ଥିଲେ। ଭିଏଚ୍ପି ଓଡ଼ିଶା ପୂର୍ବପ୍ରାନ୍ତ ସାଧାରଣ ସମ୍ପାଦକ ମହେଶ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ।






