ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ବାଲିକୁଦା: ଜମି ଫାଟ ଆଁ ଦେଖୀ ଚାଷୀ ରଖିଲାଣି ମୁଣ୍ଡରେ ହାତ

ବାଲିକୁଦା: ଜମି ଫାଟ ଆଁ ଦେଖୀ ଚାଷୀ ରଖିଲାଣି ମୁଣ୍ଡରେ ହାତ – ସମୀକ୍ଷା ଖବର

ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ:

         ଜଗତସିଂହପୁର, 06/10/2026:  ଜଗତସିଂହପୁର ଜିଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ଓଷକଣା ଗ୍ରାମ ପଞ୍ଚାୟତର ପାନୀତିରା ମୌଜା ଚାଷ ଜମି ଦେଖିଲେ ସୁଖୀ ଫାଟିଗଲାଣି |ଚାଷୀ ମୁଣ୍ଡରେ ଚଡକ ପଡ଼ିଲାଣି |ମୁଣ୍ଡରେ ହାତ ରଖି ଚାଷୀ ପଡିଲେଣି ଚିନ୍ତାରେ | ପ୍ରକାଶ ଯୋଗ୍ୟ ଯେ, ପାନୀତିରା ମୌଜା ଜମି ଓଷକଣା ମୌଜା ପଶ୍ଚିମରେ ଓ ପ୍ରହାରାଜପୁର ଏହାର ଉତ୍ତର-ପୂର୍ବରେ ଅବସ୍ଥିତ ଅଟେ |ଏହାର କ୍ଷେତ୍ରଫଳ 376ଏକର ଅଟେ |ଏହି ମୌଜା ରେ ଧାନ,ମୁଗ, ବିରି, କୋଳଥ,ପନିପରିବା, ଲଙ୍କା,ଆଖୁ, ଝୋଟ ଓ ବାଦାମ ଫସଲ ଚାଷ କରାଯାଏ | ଚାଷୀମାନେ ବର୍ଷା ଜଳ ସହ, ନାଳ, ପୋଖରୀ, କୂଅ ଓ ମୁଗୁରା ନାଳୀ ଜଳ ଉପରେ ନିର୍ଭର କରନ୍ତି |ସେଥିପାଇଁ ଗୋଟିଏ ଉଠା ଜଳସେଚନ ବ୍ୟବସ୍ତା ଅଛି |ତାହାସାଙ୍ଗକୁ ନିଜର ନିଜ ପମ୍ପ, ତେଣ୍ଡା ଇତ୍ୟାଦି ଅଛି | ଚାଷୀମାନଙ୍କ ମତରେ ଉଠାଜଳସେଚନ ବିଭାଗୀୟ ଅବହେଳା ଯୋଗୁଁ ଗହୀରରେ ଜଳସେଚନ ପାଣି ନିୟମିତ ଭାବରେ ସେଚିତ ହୋଇପାରୁନାହିଁ |
         ଅପରପକ୍ଷରେ ଉଠା ଜଳସେଚନ ଯନ୍ତ୍ରୀ କୁହନ୍ତି ଯେ ପମ୍ପ ମଟର ବାର ବାର ଚୋରି ହେବା ଦ୍ୱାରା ନିୟମିତ ଭାବରେ ଜଳସେଚନ ହୋଇ ପାରୁନାହିଁ |କିନ୍ତୁ ଜଳ ପଂଚାୟତ ସଭାପତି ଭାଗ୍ୟ ସ୍ୱାଇଁ କହିଛନ୍ତି ବିଭାଗୀୟ ଅବହେଳା ବହୁତ ରହୁଛି |ବାରମ୍ବାର କହିବାଦ୍ବାରା ମଜବୁତ ପମ୍ପ ଘର ନା ବନୁଛି ନା ମଜବୁତ ସଟର ବନୁଛି ଵା ଶକ୍ତ ତାଲା ପଡିପାରୁଛି | ଏକ ସୁରକ୍ଷା ଜଗୁଆଳି ନିଯୁକ୍ତି ଭି ସରକାର କରୁନାହାନ୍ତି |
      ଚାଷୀମାନେ ହତାଶ ହେଉଛନ୍ତି | ଜମି ଫାଟିବା ଦେଖୀ ଚିନ୍ତାରେ ଅଛନ୍ତି | ଆକାଶକୁ ଦେଖିଲେବି କିଛି ଅନୁମାନ ଲାଗୁନି | ବର୍ଷା ହେଲେ ଚାଷୀଟା ବଞ୍ଚିଯାନ୍ତା | ସବୁ ସେହି ଉପରବାଲାଙ୍କ ଇଛା |
ବାଲିକୁଦା: ଜମି ଫାଟ ଆଁ ଦେଖୀ ଚାଷୀ ରଖିଲାଣି ମୁଣ୍ଡରେ ହାତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
ପରବର୍ତ୍ତୀ ଖବର ସୁନାବେଡ଼ା HAL କୋରାପୁଟରେ ୨,୦୦୦ତମ ଏରୋ-ଇଞ୍ଜିନ ହସ୍ତାନ୍ତର