ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ:
ସାଲେପୁର, ୫/୧୦: ବ୍ୟାଙ୍କ ଅଫ୍ ଇଣ୍ଡିଆର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ୮୮ତମ ଶାଖା ସାଲେପୁରରେ ଉଦଘାଟିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ଭୁବନେଶ୍ଵର ମହାପ୍ରବନ୍ଧକ ମୁତା ବିରା ଭେଙ୍କଟ ବାଙ୍ଗାରାଜୁ ଓ ଭୁବନେଶ୍ଵର ଆଞ୍ଚଳିକ ପ୍ରବନ୍ଧକ ବିଜୟ କୁମାର ମଲ୍ଲିକଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଲେପୁର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଯଥା ନବକିଶୋର କର, ରାଜେନ୍ଦ୍ର କୁମାର ମଲ୍ଲ, ପ୍ରଦୀପ୍ତ କୁମାର କର, ପ୍ରସନ୍ନ କୁମାର୍ ମଲ୍ଲ, ଶ୍ରୀପତି କର, ସମୀର କୁମାର ମହାପାତ୍ର ଚିତ୍ତରଞ୍ଜନ ଜେନା, ହେମନ୍ତ କୁମାର ନନ୍ଦ,ବିଶ୍ୱଭୂଷଣ ନନ୍ଦ, ରଘୁନାଥ ରଣା, ସୁଶାନ୍ତ କୁମାର ନାଥ ଶର୍ମା, ପପୁ ସିଂହ ଓ ପ୍ରଭାତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ଶାଖା ପରିଚାଳକ ଲାଲଭାଦୂର୍ ସାହୁ ଙ୍କୁ ସହଯୋଗ କରିଥିଲେ ।






