ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଜଗତସିଂହପୁର, :ମୋଦିଙ୍କର ସାର୍ବଜନୀନ ଜୀବନର 25ବର୍ଷ ପୂର୍ଣ୍ଣ ଉପଲକ୍ଷେ ବିକଶିତ ଭାରତ ସଂକଳ୍ପ ସଭା

ଜଗତସିଂହପୁର, :ମୋଦିଙ୍କର ସାର୍ବଜନୀନ ଜୀବନର 25ବର୍ଷ ପୂର୍ଣ୍ଣ ଉପଲକ୍ଷେ ବିକଶିତ ଭାରତ ସଂକଳ୍ପ ସଭା – ସମୀକ୍ଷା ଖବର

ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ:

ଜଗତସିଂହପୁର, :ମୋଦିଙ୍କର ସାର୍ବଜନୀନ ଜୀବନର 25ବର୍ଷ ପୂର୍ଣ୍ଣ ଉପଲକ୍ଷେ ବିକଶିତ ଭାରତ ସଂକଳ୍ପ ସଭା – ସମୀକ୍ଷା


ଜଗତସିଂହପୁର, 07/10/2026(ନି. ପ୍ର ):ଜଗତସିଂହପୁର ଜିଲା ପ୍ରଶାସନ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖ ପଡିଆରେ ମୋଦିଙ୍କର ସାର୍ବଜନୀନ ଜୀବନର 25ବର୍ଷ ପୂର୍ଣ୍ଣ ଉପଲକ୍ଷେ ଏକ ବିକଶିତ ଭାରତ ସଂକଳ୍ପ ସଭା ବହୁ ଆଡମ୍ବର ସହ ଅନୁଷ୍ଠିତ ହୋଇଯାଇଛି |ଜିଲ୍ଲାପାଳଙ୍କ ସମୁଖ ମଣ୍ଡପ ରେ ପ୍ରଥମେ ସଂଗୀତ ପରିବେଷଣ କରାଯାଇଥିଲା |ଏହା ସକାଳ 10ଘଟିକା ରୁ ଆରମ୍ଭ ହୋଇ ଅପରାହ୍ନ 1ଘଟିକାରେ ଶେଷ ହୋଇଥିଲା |ପଡ଼ିଆଟି ବହୁ ଜନ ସମାବେଶରେ ପୂର୍ଣ୍ଣ ଥିଲା | ଆନ୍ୟୁନ 5000 ଜନସମାବେଶ ରହି ମୋଦିଙ୍କୁ ଜୟ ଶ୍ରୀରାମ ମୋଦି କହି ଲୋକମାନେ ସମ୍ବୋଧନ କରିଥିଲେ |ସଂଗୀତ ପରେ ଓଡିଶୀ ନୃତ୍ୟ ମଧ୍ୟ କରାଯାଇଥିଲା |

  ଦୂର ଦର୍ଶନ ମାଧ୍ୟମରେ ପ୍ରଥମେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ  ନିତିନ ନବୀନ ମୋଦିଙ୍କୁ ସୁଭେତ୍ସା, ଶୁଭକାମନା ଓ ଧନ୍ୟବାଦ ଦେଇଥିଲେ |ତାଙ୍କର 25ବର୍ଷ କାମରେ ସେ ଅନର୍ବତ କାମକରି ପ୍ରେରଣାର ସ୍ରୋତ ବନିଛନ୍ତି ବୋଲି ତାଙ୍କ ସମ୍ବୋଧନରେ କହିଥିଲେ |ମୋଦିଜୀ ଦିନରାତି କାମ ଜରିଚାଲିଛନ୍ତି ଏବଂ ତାଙ୍କର ଅଦମ୍ୟ ଇଛା ଶକ୍ତି ଆଜିର ଯୁବ ସମାଜ ପାଇଁ ପ୍ରେରଣା ବନିଁଯାଇଛି |

ମୋଦି ତାଙ୍କ ବକ୍ତବ୍ୟରେ ସେ ଦେଶବାସୀଙ୍କୁ ଭୂମିଷ୍ଠ ପ୍ରଣାମ ଜଣାଇଥିଲେ |ସେ କହିଥିଲେ  ପ୍ରଥମେ ସେ ଯେତେବେଳେ ଗୁଜୁରାତ ମୁଖ୍ୟ ମନ୍ତ୍ରୀ ବନିଥିଲେ ଭାବିନଥିଲେ କି ସେ ଦେଶର ପ୍ରଧାନମନ୍ତ୍ରୀ ବନି ସାର୍ବଜନୀନ ଜୀବନରେ 25ବର୍ଷ ସେ ସେବା ଦେଇପାରିବେ ମା ଭାରତୀ ପାଇଁ | କିନ୍ତୁ ଯାହା କାମ ମିଳିଲା ତାହା ଇମାନଦାରୀ, ନିଷ୍ଠା, ସେବା ଓ ସମର୍ପଣ ଭାବରେ କାମ କରିଚାଲିଛନ୍ତି | ଅନେକ ଅକ୍ରୁତକାର୍ଯ୍ୟ ବି ହୋଇଛନ୍ତି କିନ୍ତୁ ସେଥିରୁ ଶିଖ ମିଳିଛି ତାଙ୍କୁ |ଯେଉଁଟା ଠିକ ହୋଇଛି ତାହା ଜନତା ଜନର୍ଦ୍ଧନ ଙ୍କ ଆଶୀର୍ବାଦରୁ ମିଳିଛି |ତାଙ୍କର ଲକ୍ଷ୍ୟ କାମ ଉପରେ ଥାଏ | କେବେ କିଛି ଫଳ ଆଶା କରିନାହାନ୍ତି ଖାଲି ସେବା ଓ ସମର୍ପଣ ଭାବରେ କାମ କରି ଚାଲିଛନ୍ତି ବୋଲି ସେ କହିଥିଲେ |

 ଦେଶକୁ ବିକଶିତ ଭାରତ ବନେଇ,ସମଗ୍ର ପୃଥ୍ୱୀବର ବିଶ୍ଵଗୁରୁ ବାନେଇବାରେ ଭାରତର ସଂସ୍କୃତି, ପରମ୍ପରା ଓ ବିଜ୍ଞାନ ଖୋଜକୁ ସାଥିରେ ରଖି କାମ କରିଚାଲୁଛନ୍ତି |ଅର୍ଥନୀତିରେ ଭାରତ ପଛ 68ବର୍ଷରେ ଏକ ଟ୍ରିଲିଅନ ଡ଼ଲାର ପହଞ୍ଚିଥିବା ବେଳେ ତାଙ୍କ 12ବର୍ଷ ସେବା ସମର୍ପଣରେ ଓ 140କାରୋଡ଼ ଦେଶବାସୀଙ ଭାଗିଦାରୀରେ 2.3ଟ୍ରିଲିୟନ ଡ଼ଲାର ଅର୍ଥନୀତିରେ ପହଁଚିଛି |ଏହା ଭାରତ ପାଇଁ ଅନୁଭୂତି ଓ ଚୂନ୍ୱତୀ ଅଟେ |ଯୁବା ପିଡି ଆତ୍ମ ନିର୍ଭର ଭାରତ ବନେଇବାକୁ ସେ ଆହ୍ୱାନ ଦେଇଛନ୍ତି |ସ୍ୱାବଲମ୍ବୀ ବନି, ମେକ ଇନ ଇଣ୍ଡିଆ ହେବାକୁ ଜନଭାଗିଦାରୀ ଦରକାର | 

               ଭାରତ ପୃଥ୍ୱୀବର ଉପର 1,2,3ଅର୍ଥନୀତି ରେ ପହଂଚିବା ପାଇଁ ସମ୍ଭାବନା ବହୁତ ଅଛି ସେଥିପାଇଁ ସବୁ ଭିତିଭୂମି ଆମଙ୍କୁ ବାନେଇବାରେ ଅଛି |ଲୋକାଲ ଫର ଭୋକାଲ ହେବାର ଅଛି |ଆମର କୃଷକର ଭଲ ଉତ୍ପାଦନ ବିଶ୍ଵର ସମସ୍ତ ଭଲ ଦେଶରେ ଘରେ ଘରେ ଖାଇବାଟେବୁଲ ଉପରେ ପହଞ୍ଚିବାର ଅଛି | ଆମର ସମସ୍ତ ପଦାର୍ଥ ହୁଏତ ସାମୁଦ୍ରିକ, ଖଣିକ, କୃଷିଜାତ, AI ହବ, ଚିପ୍ସ, କ୍ଳଥ, ଔଷଧ, ଶିକ୍ଷା, ପ୍ରତିରକ୍ଷା ସାମଗ୍ରୀ, ଇଲେକ୍ଟ୍ରୋନିକସ ଇତ୍ୟାଦି ସବୁ ଆମର ଆତ୍ମନିର୍ଭର ଯୁବା ବନେଇ ଦେଶକୁ ସମୃଦ୍ଧ କରି ବେରୋଜଗାରୀ ଦୁରକରିବାର ଅଛି |  ପରିଶେଷରେ ସମସ୍ତଙ୍କୁ ପୁଣି ଧନ୍ୟବାଦ ଜଣେଇ ଭାରତମାତାକି ଜୟ କହି ସଭା ସମାପ୍ତ କରିଥିଲେ |
ଜଗତସିଂହପୁର, :ମୋଦିଙ୍କର ସାର୍ବଜନୀନ ଜୀବନର 25ବର୍ଷ ପୂର୍ଣ୍ଣ ଉପଲକ୍ଷେ ବିକଶିତ ଭାରତ ସଂକଳ୍ପ ସଭା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ରାଜ୍ୟରେ IAS ସ୍ତରରେ ବଡ଼ ଅଦଳବଦଳ: ୭ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ