ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ବେଆଇନ ଭାବେ କଳା ମୁଗୁନି ପଥର ଚାଲାଣ ଅଭିଯୋଗରେ ୨ ଗିରଫ :୩ଟି ହାଇୱା ଓ ପ୍ରୋକଲିନ୍‌ ମେସିନ୍‌ ଜବତ

ବେଆଇନ ଭାବେ କଳା ମୁଗୁନି ପଥର ଚାଲାଣ ଅଭିଯୋଗରେ ୨ ଗିରଫ :୩ଟି ହାଇୱା ଓ ପ୍ରୋକଲିନ୍‌ ମେସିନ୍‌ ଜବତ – ସମୀକ୍ଷା ଖବର

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ:

ଖୋରଧା, ୮ ଅକ୍ଟୋବର: ଖୋରଧା ସଦର ଥାନା ପୁଲିସ ଚଢ଼ଉ କରି ବେଆଇନ ଭାବେ କଳା ମୁଗୁନି ପଥର ଖନନ ଓ ପରିବହନ କରୁଥିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି। ଏହି ଚଢ଼ଉ ସମୟରେ କଳାପଥର ବୋଝେଇ ୩ଟି ହାଇୱା ଏବଂ ଗୋଟିଏ ପ୍ରୋକଲିନ୍‌ ମେସିନ୍‌ ଜବତ କରାଯାଇଛି।
ଗିରଫ ଦୁଇ ଅଭିଯୁକ୍ତ ହେଲେ ପୁରୀ ଜିଲ୍ଲା କଣାସ ଥାନା ଅଧୀନ ଅଣ୍ଡାଳସିଂହ ଗ୍ରାମର ବିଜୟ ବିଶ୍ୱାଳ (୪୦) ଏବଂ ଗୋଡିସାଗଦା ଥାନା ଅଧୀନ ସାହୁପଡ଼ା ଗ୍ରାମର କାଳୁ ଛୋଟରାୟ (୩୨)।
ପୁଲିସ ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୭ଟା ୫ ମିନିଟ୍‌ ସମୟରେ ଖୋରଧା ସଦର ଥାନା ପୁଲିସ କୁରାଢ଼ମଲ୍ଲ ଅଞ୍ଚଳରେ ଖଣି ଚଢ଼ଉ ଓ ପାଟ୍ରୋଲିଂ କରୁଥିବା ବେଳେ ଛତ୍ରମା ସ୍ଥିତ ନୀଳଚକ୍ର ପଥର ଖଣିରୁ ବେଆଇନ ଭାବେ କଳାପଥର ଖନନ ଓ ପରିବହନ କରାଯାଉଥିବା ନେଇ ସୂଚନା ପାଇଥିଲା। ସୂଚନା ପାଇବା ପରେ ପୁଲିସ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ଚଢ଼ଉ କରିଥିଲା।
ଚଢ଼ଉ ସମୟରେ ପ୍ରୋକଲିନ୍‌ ମେସିନ୍‌ ସାହାଯ୍ୟରେ କଳାପଥର ଖନନ କରାଯାଇ ହାଇୱାରେ ବୋଝେଇ କରାଯାଉଥିବା ପୁଲିସ ଦେଖିଥିଲା। ପୁଲିସକୁ ଦେଖି ଘଟଣାସ୍ଥଳରେ ଥିବା କେତେକ ବ୍ୟକ୍ତି ସେଠାରୁ ଫେରାର ହୋଇଯାଇଥିଲେ। ତେବେ ପୁଲିସ ଚଢ଼ଉ କରି କଳାପଥର ବୋଝେଇ ୩ଟି ହାଇୱା ଏବଂ ଗୋଟିଏ ପ୍ରୋକଲିନ୍‌ ମେସିନ୍‌ ଜବତ କରିଥିଲା।

ବେଆଇନ ଭାବେ କଳା ମୁଗୁନି ପଥର ଚାଲାଣ ଅଭିଯୋଗରେ ୨ ଗିରଫ :୩ଟି ହାଇୱା ଓ ପ୍ରୋକଲିନ୍‌ ମେସିନ୍‌ ଜବତ – ସମୀକ୍ଷା


ଜବତ ହୋଇଥିବା ହାଇୱା ଗୁଡ଼ିକର ପଞ୍ଜୀକରଣ ନମ୍ବର ହେଉଛି ସିଜି-୧୨-ବିବି-୨୭୨୪,ସିଜି-୧୨-ବିବି-୨୭୨୦ ଏବଂ ଓଡି-୧୦-ଡବ୍ଲ୍ୟୁ-୦୦୭୨। ଏଥିମଧ୍ୟରୁ ବିଜୟ ବିଶ୍ୱାଳ ସିଜି-୧୨-ବିବି-୨୭୨୪ ନମ୍ବର ହାଇୱା ଏବଂ କାଳୁ ଛୋଟରାୟ ଓଡି-୧୦-ଡବ୍ଲ୍ୟୁ-୦୦୭୨ ନମ୍ବର ହାଇୱା ଚଳାଉଥିବା ପୁଲିସ ଜଣାଇଛି।
ପୁଲିସ ପକ୍ଷରୁ ଅଭିଯୁକ୍ତ ମାନଙ୍କୁ ପଥର ପରିବହନ ସମ୍ପର୍କିତ ଆବଶ୍ୟକ କାଗଜପତ୍ର, ଯଥା ପରିବହନ ଅନୁମତିପତ୍ର, ରାଜସ୍ୱ ଦେୟ ରସିଦ, ସାମଗ୍ରୀ ପରିବହନ ଦଲିଲ ଏବଂ ଅନ୍ୟାନ୍ୟ ଅନୁମତିପତ୍ର ଦେଖାଇବାକୁ କୁହାଯାଇଥିଲା। ହେଲେ ଅଭିଯୁକ୍ତମାନେ ଏସବୁ ଆବଶ୍ୟକ କାଗଜପତ୍ର ଦେଖାଇପାରିନଥିଲେ।
ଜବତ ହୋଇଥିବା ଯାନବାହନ ଓ ଯନ୍ତ୍ରପାତିକୁ ଥାନାକୁ ଅଣାଯାଇ ସୁରକ୍ଷିତ ହେପାଜତରେ ରଖାଯାଇଛି। ପୁଲିସର ପ୍ରାଥମିକ ତଦନ୍ତରୁ ବେଆଇନ ଭାବେ କଳାପଥର ଖନନ ଓ ପରିବହନରେ ଗିରଫ ଦୁଇ ଅଭିଯୁକ୍ତଙ୍କ ସମ୍ପୃକ୍ତି ନେଇ ତଥ୍ୟ ମିଳିଥିବା କୁହାଯାଇଛି।
ଏହି ଘଟଣାକୁ ନେଇ ଖୋରଧା ସଦର ଥାନାରେ ମାମଲା ନମ୍ବର ୪୯୨/୨୬ ଭାରତୀୟ ନ୍ୟାୟ ସଂହିତାର ଧାରା ୩୨୯(୩), ୧୧୨(୨), ୬୧(୨), ୩୦୫(ଇ) ଓ ୩(୫) ସହିତ ଓଡ଼ିଶା ଖଣିଜ ପଦାର୍ଥ ନିୟମାବଳୀର ଧାରା ୫୧(୧)(ଆଇ) ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ବେଆଇନ ଖନନର ମୁଖ୍ୟ ସୂତ୍ରଧାର କିଏ, ଜବତ ହୋଇଥିବା ହାଇୱା ଓ ପ୍ରୋକଲିନ୍‌ ମେସିନ୍‌ର ପ୍ରକୃତ ମାଲିକ କିଏ, କେତେ ପରିମାଣର କଳାପଥର ଖନନ କରାଯାଇଛି ଏବଂ ଏହାର ଆନୁମାନିକ ମୂଲ୍ୟ କେତେ, ଏଥିସହ ଏହି ବେଆଇନ କାରବାରରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
PM Narendra Modi participates in Vijayadashami celebrations at Indraprastha Ramleela Ground. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓPM Narendra Modi participates in Vijayadashami celebrations at Indraprastha Ramleela Ground.YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଫାର୍ମା କମ୍ପାନିଗୁଡ଼ିକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟଙ୍କ ପ୍ରସ୍ତୁତି