ପ୍ରଦୀପ ଜିତ /ବଣାଇ /ସମୀକ୍ଷା ନ୍ୟୁଜ :09/10
ସୁନ୍ଦରଗଡ଼, ବଣାଇ ଉପଖଣ୍ଡ ବିଭିନ୍ନ ଅଂଚଳ ରେ ଧାନ ଫସଲରେ ଚକଡା ପୋକ ଚାଷୀଙ୍କ ଚିନ୍ତା ବଢିଛି, ଏବେଠାରୁ ଏହାକୁ ନିୟନ୍ତ୍ରଣ ନ କଲେ ଆଗାମୀ ଦିନରେ ଫସଲ ଉତ୍ପାଦନ ରେ ପ୍ରଭାବ ପଡିବା ଆଶଙ୍କା ଉପୁଜିଛି!ଚଳିତ ଖରିପ ଋତୁରେ ଅନେକ ଚାଷୀ ଧାନ ଚାଷପାଇଁ ପ୍ରସ୍ତୁତ କରି ତଳି ରୋଇଥିଲେ, ଏବେ ଚକଡା ପୋକ ଲାଗିବା ପରେ ଅମଳ ନେଇ ଆଶଙ୍କା ରେ ଚାଷୀ,ବିଭିନ୍ନ ଜମିରେ ଧାନଗଛ ତଳ ଅଂଶ ପୋକ ଲାଗିଥିବା ଦେଖିବାକୁ ମିଳୁଛି, ପୋକ ଆକ୍ରମଣ ଯୋଗୁ ଧାନଗଛ ଦୁର୍ବଳ ହେଉଥିବା ବେଳେ ଗଛ ର ବୃଦ୍ଧି ମଧ୍ୟ ପ୍ରଭାବିତ ହେଉଛି ଫଳରେ ଧନକେଣ୍ଡା ବାହାରିବ ନେଇ ଚାଷୀଙ୍କ ମନରେ ଆଶଙ୍କା ସୃଷ୍ଟି ହେଉଛି, ଚକଡା ପୋକ ଦାଉରୁ ରକ୍ଷା ପାଇଁ ବଜାରରୁ ଔଷଧ କିଣି ସିଞ୍ଚନ କଲେମଧ୍ୟ କୌଣସି ଉପକାର ମିଳୁନାହିଁ, କୃଷି ବିଭାଗ ଯଦି ଜମିକୁ ଯାଇ କେଉଁ ଔଷଧ କେତେବେଳେ ଏବଂ କେତେମାତ୍ରାରେ ଦିଆଯିବ ତାହାପାଇଁ ସଚେତନ କରିବାପାଇଁ ଜନସାଧାରଣ ରେ ଦାବି ହେଉଛି, ଏହିଭଳି ସ୍ଥିତି ଜଦି ଲାଗିରହେ ତାହେଲେ ଚାଷୀ ଙ୍କ ଆର୍ଥିକ ଉପରେ ପ୍ରଭାବ ପଡିବ!






