ପ୍ରଦୀପ ଜିତ /ସମୀକ୍ଷା ନ୍ୟଜ /ବଣାଇ /ସୁନ୍ଦରଗଡ଼ :
ସୁନ୍ଦରଗଡ଼ ଜିଲ୍ଲା, ବଣାଇ ବ୍ଲକ ଅନ୍ତର୍ଗତ ବାରହାମୂସା ନିକଟରେ ଥିବା ସୁରେନ୍ଦ୍ର ମାଇନିଂ କାରଖାନା ପରିସରରେ କାରଖାନା ରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି! କାରଖାନା ର ଚେୟାରମେନ ପ୍ରଦୀପ୍ତ କୁମାର ମହାନ୍ତି ଙ୍କ ନିର୍ଦେଶ କ୍ରମେ ଏବଂ କାରଖାନା ର ଜି ଏମ ଭକ୍ତଚରଣ ସ୍ବାଇଁ ଏବଂ ଏଚ ଆର ମେନେଜର ଜିତେନ୍ଦ୍ର ମହାନ୍ତି ଙ୍କ ପ୍ରତକ୍ଷ ତତ୍ୱାବଧାନରେ ଏହି କାର୍ଯକ୍ରମ ଚାଲୁରହିଛି!ଏହି କାର୍ଯ୍ୟକ୍ରମ ତିନିଦିନ ଧରି ଚାଲିବ!ବଣାଇ ର ବରିଷ୍ଠ ଭେଷଜ ବିଶେଷଜ୍ଞ ଏନ ଆର ମୁର୍ମୁ ତାଙ୍କ ସହିତ ରାଲି ବିଶ୍ୱାଳ, ରିତାଞ୍ଜଳୀ ପ୍ରଧାନ, ରୋଜ ନୀଳିମା ସୋରେନ ସୁଦୀପ୍ତ ବାର୍ଲା ପ୍ରମୁଖ କାରଖାନା କୁ ଆସି କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ!ସ୍ୱାସ୍ଥ୍ୟ ପରୀକ୍ଷା ରେ ବ୍ଲଡ଼ ସୁଗାର, ବିପି, ଇସିଜୀ, ହାର୍ନିଆ, ହାଇଡ୍ରୋସିଲ ଏବଂ ଆଖି ପ୍ରଭୂତି ପରୀକ୍ଷା କରାଯାଇଥିଲା!କାରଖାନା ର ସୁରକ୍ଷା ବିଭାଗ ର ମୁଖ୍ୟ ଏମ ଡି ନଦିମ, ଦେବାଶିଷ ସାହୁ, ମାନବ ସମ୍ବଳ ବିଭାଗ ର ସଂଜୀବ କୁମାର ପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ!






