ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ କୋରାପୁଟ ଜଗତସିଂହପୁର ଗଞ୍ଜାମ ବାଲେଶ୍ୱର ନୟାଗଡ଼ କନ୍ଧମାଳ

Jamkani Sit in protest in front of the coal mine gate: ୧୮ ଦଫା ଦାବି ପୂରଣ ନେଇ ଜାମକାନୀ କୋଇଲା ଖଣି ଗେଟ ସମ୍ମୁଖରେ ଧାରଣା

Jamkani Sit in protest in front of the coal mine gate: ୧୮ ଦଫା ଦାବି ପୂରଣ ନେଇ ଜାମକାନୀ କୋଇଲା ଖଣି ଗେଟ ସମ୍ମୁଖରେ ଧାରଣା – ସମୀକ୍ଷା ଖବର

ଗଦାଧର ବେହେରା /ରାଉରକେଲା ସାମ୍ବାଦିକ/ସମୀକ୍ଷା ନ୍ୟୁଜ୍: (୧୪/୧୧/୨୬)

ସୁନ୍ଦରଗଡ଼: ନିଜର ହକ୍ ଓ ନ୍ୟାୟସଙ୍ଗତ ଦାବି ପୂରଣ ଦାବିରେ ଜାମକାନୀ କୋଇଲା ଖଣି ଗେଟ୍ ସମ୍ମୁଖରେ ଆଜିଠାରୁ ଆନ୍ଦୋଳନ ଆରମ୍ଭ କରିଛି ଅଞ୍ଚଳିକ ବିସ୍ଥାପିତ ଉନ୍ନୟନ କମିଟି। ବିସ୍ଥାପିତ ପରିବାରଙ୍କ ବିଭିନ୍ନ ସମସ୍ୟାର ସମାଧାନ ଏବଂ ଦୀର୍ଘଦିନର ଦାବି ପୂରଣ ନେଇ କମିଟି ପକ୍ଷରୁ ଏହି ଆନ୍ଦୋଳନ ଆରମ୍ଭ କରାଯାଇଛି। କମିଟି ପକ୍ଷରୁ ଗତ ୬ ନଭେମ୍ବର ୨୦୨୬ ତାରିଖରେ ଜାମକାନୀ କୋଇଲା ଖଣି ସମ୍ପର୍କିତ ବିଭିନ୍ନ ସମସ୍ୟା ଓ ଦାବିକୁ ନେଇ ୧୮ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ବିସ୍ଥାପିତ ପରିବାରଙ୍କ ଉଚିତ କ୍ଷତିପୂରଣ, ଥଇଥାନ ଓ ପୁନର୍ବାସ ବ୍ୟବସ୍ଥା, ଯୋଗ୍ୟ ପରିବାର ସଦସ୍ୟଙ୍କୁ ନିଯୁକ୍ତି, ଆର୍‌ ଆଣ୍ଡ୍‌ ଆର୍‌ ସୁବିଧା, ଓଟିଏସ୍‌ ଏବଂ ଅନ୍ୟାନ୍ୟ ନ୍ୟାୟସଙ୍ଗତ ସୁବିଧା ପ୍ରଦାନ ଭଳି ଦାବି ସ୍ଥାନ ପାଇଛି। କମିଟିର ଅଭିଯୋଗ ଅନୁଯାୟୀ, କୋଇଲା ଖଣି ପ୍ରକଳ୍ପ ଯୋଗୁଁ ପ୍ରଭାବିତ ହେଉଥିବା ପରିବାରଙ୍କ ସମସ୍ୟା ଓ ଥଇଥାନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଏବେ ମଧ୍ୟ ସମାଧାନ ଅପେକ୍ଷାରେ ରହିଛି। ଯୋଗ୍ୟ ହିତାଧିକାରୀଙ୍କୁ ନିୟମ ଅନୁଯାୟୀ ସମସ୍ତ ସୁବିଧା ପ୍ରଦାନ କରିବା ସହିତ ବିସ୍ଥାପିତଙ୍କ ନ୍ୟାୟସଙ୍ଗତ ଅଧିକାର ସୁନିଶ୍ଚିତ କରିବାକୁ କମିଟି ଦାବି କରିଛି।

Jamkani Sit in protest in front of the coal mine gate: ୧୮ ଦଫା ଦାବି ପୂରଣ ନେଇ ଜାମକାନୀ କୋଇଲା ଖଣି ଗେଟ ସମ୍ମୁଖରେ ଧାରଣା – ସମୀକ୍ଷା

ଏହି ଦାବିପତ୍ରର ନକଲ ସୁନ୍ଦରଗଡ଼ ଏସ୍‌ପି, ଜାମକାନୀ କୋଲ୍‌ ମାଇନ୍ସର ସିଇଓ, ଉପଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ରେଭେନ୍ୟୁ ଓ ଡିଜାଷ୍ଟର ମ୍ୟାନେଜମେଣ୍ଟ ବିଭାଗକୁ ମଧ୍ୟ ପ୍ରଦାନ କରାଯାଇଛି। ତେବେ ଦାବିପତ୍ର ପ୍ରଦାନ ପରେ ମଧ୍ୟ ଦାବିଗୁଡ଼ିକର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରି ଆଜିଠାରୁ ଖଣି ଗେଟ୍ ସମ୍ମୁଖରେ ଆନ୍ଦୋଳନ ଆରମ୍ଭ କରିଛି କମିଟି। ଏହି ଆନ୍ଦୋଳନ ପରେ ଏବେ ପ୍ରଶାସନ ଓ ଖଣି କର୍ତ୍ତୃପକ୍ଷଙ୍କ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି। ବିସ୍ଥାପିତଙ୍କ ୧୮ ଦଫା ଦାବି କେବେ ପୂରଣ ହେବ ଏବଂ ସମସ୍ୟାର କେବେ ସ୍ଥାୟୀ ସମାଧାନ ହେବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Fisheries and Animal Resources Fair: ଚାଷୀଙ୍କୁ ସ୍ୱାବଲମ୍ବୀ କରିବାକୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା–୨୦୨୬