ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ନବମ ଜାତୀୟ ପୋଷଣ ମାସ ପାଳିତ

ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ନବମ ଜାତୀୟ ପୋଷଣ ମାସ ପାଳିତ – ସମୀକ୍ଷା ଖବର

ମୁକେଶ କୁମାର ବେହେରା / ସ୍ୱତନ୍ତ୍ର ପ୍ରତିନିଧି/ ଭବାନୀପାଟଣା /ସମୀକ୍ଷା ନ୍ୟୁଜ:

ଭବାନୀପାଟଣା, ୯।୧୦: ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଶୁକ୍ରବାର ଭବାନୀପାଟଣାସ୍ଥିତ ପଞ୍ଚାୟତ ସମ୍ମିଳନୀ ଗୃହରେ ନବମ ଜିଲ୍ଲାସ୍ତରୀୟ ଜାତୀୟ ପୋଷଣ ମାସ-୨୦୨୬ ପାଳିତ ହୋଇଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମଞ୍ଚରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଭଲକ୍ଷ୍ମୀ ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମୁଜିବୁନ୍ ନିଶା, ଏନ୍‌ଏଚ୍‌ଏମ୍‌ର ଆର୍‌ବିଏସ୍‌କେ ମ୍ୟାନେଜର କୃଷ୍ଣଚନ୍ଦ୍ର ପ୍ରଧାନ, ମିଶନ ଶକ୍ତିର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜିକା ସୁମନ ଦ୍ୱିବେଦୀ ଏବଂ ଓଡ଼ିଶା ଜୀବିକା ମିଶନର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଡ. ଚନ୍ଦନ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମୁଜିବୁନ୍ ନିଶା ସ୍ୱାଗତ ଭାଷଣ ଦେବା ସହ ପୋଷଣ ମାସ ପାଳନର ଉଦ୍ଦେଶ୍ୟ ଏବଂ ଜିଲ୍ଲାରେ ଆୟୋଜିତ ବିଭିନ୍ନ ପୋଷଣମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଆଇସିଡିଏସ୍‌ର ପ୍ରୋଗ୍ରାମ ଅଫିସର ନମିତାରାଣୀ ପଲ୍‌ ପୋଷଣ ଅଭିଯାନ ଅନ୍ତର୍ଗତ ନବମ ଜାତୀୟ ପୋଷଣ ମାସର ଲକ୍ଷ୍ୟ, ଆଭିମୁଖ୍ୟ ଓ ଜିଲ୍ଲାରେ ହୋଇଥିବା ପ୍ରମୁଖ କାର୍ଯ୍ୟକଳାପ ସମ୍ପର୍କରେ ପିପିଟି ମାଧ୍ୟମରେ ଉପସ୍ଥାପନ କରିଥିଲେ। ବିଭିନ୍ନ ବିଭାଗର ଅଧିକାରୀମାନେ ନିଜ ନିଜ ବିଭାଗର କାର୍ଯ୍ୟକ୍ରମ ସହ ପୁଷ୍ଟିକର ଖାଦ୍ୟ ଓ ସ୍ୱାସ୍ଥ୍ୟର ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ।

ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ନବମ ଜାତୀୟ ପୋଷଣ ମାସ ପାଳିତ – ସମୀକ୍ଷା

କାର୍ଯ୍ୟକ୍ରମରେ ଭବାନୀପାଟଣା ସହରାଞ୍ଚଳର ଅଙ୍ଗନବାଡ଼ି କର୍ମୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ପକ୍ଷରୁ ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏଥିସହ ଚଳିତ ପୋଷଣ ମାସର ବିଷୟବସ୍ତୁ ଆଧାରିତ ସଚେତନତା ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା। ପୋଷଣ ମାସ ଅବସରରେ ଆୟୋଜିତ ରଚନା, ସାଧାରଣ ଜ୍ଞାନ ଓ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହାସହ ବ୍ଲକ କଳା ସାଂସ୍କୃତିକ ସଂଘ ପକ୍ଷରୁ ଲୋକକଳା ଓ ନୃତ୍ୟ ପରିବେଷଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଆଇସିଡିଏସ୍‌ର ପ୍ରୋଗ୍ରାମ ଅଫିସର ନମିତାରାଣୀ ପଲ୍‌, ଭବାନୀପାଟଣା ଓ ଧର୍ମଗଡ଼ ଉପଖଣ୍ଡର ପ୍ରୋଗ୍ରାମ ଅଫିସର ଆଶାରାଣୀ ସାହୁ ଓ ଫୁଲଯେଂସିଆ ସୋରେନ୍‌, ଜିଲ୍ଲା ପୋଷଣ ସଂଯୋଜକ ଅଜୟ ବିଭାର, ଜିଲ୍ଲା ପୋଷଣ କାର୍ଯ୍ୟ ସହାୟିକା ପ୍ରଜ୍ଞା ମହାପାତ୍ର, ଓମେନ୍ ହବ୍‌ର ଜିଲ୍ଲା ସଂଯୋଜକ ଯୁଗେଶ୍ୱର ବୁଦ୍ଧିଆ ଏବଂ ବିବାହ ସୁରକ୍ଷା କାର୍ଯ୍ୟକ୍ରମର ଜିଲ୍ଲା ପରାମର୍ଶଦାତା ଦିବ୍ୟରଞ୍ଜନ ଯୋଶୀଙ୍କ ସମେତ ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ମହିଳା ପରିଦର୍ଶିକା, ବ୍ଲକ ସଂଯୋଜକ, ଅଙ୍ଗନବାଡ଼ି କର୍ମୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଯୋଗଦେଇଥିଲେ। ଶେଷରେ ପ୍ରୋଗ୍ରାମ ଅଫିସର ସନ୍ଧ୍ୟାରାଣୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କାରଖାନା ନାହିଁ ତ ଖଣି ନାହିଁ: ଥୁଆମୂଳ ରାମପୁରରେ ତୀବ୍ର ହେଲା ଖଣି ବିରୋଧୀ ଆନ୍ଦୋଳନ। ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୮ ସଂଗଠନର ସାମୂହିକ ଗଣଧାରଣା ଖଣିଜ ସମ୍ପଦ ଅନ୍ୟତ୍ର ଚାଲାଣକୁ ବିରୋଧ