ଆଦର୍ଶ କୁମାର ମହାନ୍ତି / ସିଟି ରିପୋର୍ଟର /ଭୁବନେଶ୍ୱର:
ଭୁବନେଶ୍ୱର, ତା ୫/୧୦/୨୬ ରିଖ, ଚଳିତ ମାସ ୨ ରୁ ୪ ତାରିଖ ପର୍ଯ୍ୟନ୍ତ ଷଷ୍ଠ ଇଷ୍ଟି ଜୋନ୍ କରାଟେ ପ୍ରିଯୋଗିତା ବିହାର ର ପାଟଣା ଠାରେ ଅନୁଷ୍ଠିତ ହୋଇଯଇଅଛି । ଏହି ପ୍ରତିଯଗିତାରେ ଓଡ଼ିଶା, ୱେଷ୍ଟ ବେଙ୍ଗଲ, ବିହାର ଓ ଝାଡ଼ଖଣ୍ଡ ରାଜ୍ୟରୁ ପ୍ରାୟ ୬୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ରୁ ୫୦ ଜଣ କରାଟେକା ଓଡ଼ିଶା ରାଜ୍ୟ କରାଟେ ସଂଘ ତରଫରୁ ଅଂଶ ଗ୍ରହଣ କରି ୧୬ ଟି ସ୍ୱର୍ଣ୍ଣ, ୧୧ ଟି ରୌପ୍ୟ ଓ ୧୩ ଟି କାଂସ୍ୟ ପଦକ ସହ ୪୦ ପଦକ ହାସଲ କରି ୩ ୟ ସ୍ଥାନ ଅଧିକାର କରିଛନ୍ତି । ଏହି ପ୍ରତିଯୋଗିତାରେ ରାଜ୍ୟ କରାଟେ ସଂଘ ତରଫରୁ ରେଫରି ଭାବେ ଦୀପକ କୁମାର ସାମନ୍ତରା ଓ ଦେବେନ୍ଦ୍ର ରାଣା ପ୍ରତିନିଧିତ୍ୱ କରିଥିବା ବେଳେ କୋଚ୍ ଭାବେ ସୁଶାନ୍ତ କୁମାର ପଣ୍ଡା , ବି. ଗୋପାଳ ରାଓ , ସାଇ ସୁନ୍ଦର ବାରିକ ଓ ଭାଲୀନ ଭାଲେଣ୍ଟିନା ଅଂଶ ଗ୍ରହଣ କରିଥିଲେ । ପ୍ରତିଯୋଗୀ ମାନଙ୍କର ସଫଳତା ପାଇଁ ଓଡ଼ିଶା ରାଜ୍ୟ କରାଟେ ସଂଘର ସଭାପତି ହା ନ୍ ସି ଡ. ହରି ପ୍ରସାଦ ପଟ୍ଟନାୟକ , ସମ୍ପାଦକ ଡ. ଗୌରୀ ମହାନ୍ତି, ରାଜ୍ୟ କରାଟେ ସଂଘର କର୍ମକର୍ତ୍ତା ଓ ପ୍ରଶିକ୍ଷକ ମାନେ ଶୁଭେଚ୍ଛା ଜଣାଇଛନ୍ତି ।






