ମହେଶ୍ୱର ଦିଗାଳ/ସବଡିଭିଜନାଲ ସାମ୍ବାଦିକ/ସମୀକ୍ଷା ନ୍ୟୁଜ:
ମହାସିଙ୍ଗ: 09/10/26 ଶିକ୍ଷା କେବଳ ପାଠ୍ୟପୁସ୍ତକ ଓ ପରୀକ୍ଷାରେ ସୀମିତି ନୁହେଁ, ଛାତ୍ରଛାତ୍ରୀଙ୍କ ଭିତରେ ଲୁଚି ରହିଥିବା ପ୍ରତିଭା, ସୃଜନଶୀଳତା, ତର୍କ ବିତର୍କ ଶକ୍ତି ଓ ଆତ୍ମ ବିଶ୍ୱାସର ବିକାଶ ହିଁ ପ୍ରକୃତ ଶିକ୍ଷାର ମୂଳ ଲକ୍ଷ୍ୟ, ଏହି ମହତ୍ତ୍ୱପୂର୍ଣ୍ଣ ଉଦ୍ଦେଶ୍ୟକୁ ନେଇ କନ୍ଧମାଳ ଜିଲ୍ଲାର କ-ନୂଆଗାଁ ବ୍ଳକ ଅନ୍ତର୍ଗତ ମହାସିଙ୍ଗ ସ୍ଥିତ ନୋଡ଼ାଲ ୟୁ.ପି.ସ୍କୁଲ ପରିସରରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ -୨୦୨୬ ଉତ୍ସାହ ଓ ଉଦ୍ଦିପନାର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟର ଅନ୍ତର୍ଗତ ୧୫ଟି ବିଦ୍ୟାଳୟର ପ୍ରାୟ ୨୦୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇ ନିଜ ନିଜର ଅନ୍ତର୍ନିହିତ ପ୍ରତିଭାକୁ ମଞ୍ଚ ଉପରେ ପ୍ରଦର୍ଶନ କରିଥିଲେ । ଛୋଟ ଛୋଟ ପିଲାଙ୍କ ମଧ୍ୟରେ ଥିବା ଜ୍ଞାନ, କଳ୍ପନା ଶକ୍ତି, ତର୍କ ବିତର୍କ, ସାଧାରଣ ଜ୍ଞାନ, ବକୃତା ଚିତ୍ରାଙ୍କନା, କୁଇଜ ଇତ୍ୟାଦି ବିଷୟରେ ଭାଗ ନେଇ ଉପସ୍ଥାପନା ଓ ପ୍ରତିଯୋଗିତାର ମନୋଭାବକୁ ପରିପ୍ରକାଶ କରିବା ପାଇଁ ସୁରଭି କାର୍ଯ୍ୟକ୍ରମ ଏକ ଉପଯୁକ୍ତ ମଞ୍ଚ ପାଲଟି ଯାଇଥିଲା । କ୍ଲଷ୍ଟରେ ସିଆରସିସି ଶ୍ରୀ ଦିପକ କୁମାର ବିଶ୍ୱାଳ ଙ୍କ ନେତୃତ୍ୱରେ ଆୟୋଜନରେ ଅନୁଷ୍ଠିତ ଏହି ଶିକ୍ଷା ଭିତ୍ତିକ କାର୍ଯ୍ୟକ୍ରମକୁ ମହାସିଙ୍ଗ ନୋଡାଲ ୟୁ.ପି.ସ୍କୁଲର ସଚ୍ଛୋଟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲବ କହଁର ମଞ୍ଚ ପରିଚାଳନା କରିଥିଲେ। ଏଥିରେ ଏବିଓ ତଥା ବିଆରସିସି ଶ୍ରୀଯୁକ୍ତ ହରିହର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ସେହିପରି ଅବସର ପ୍ରାପ୍ତ ଶିକ୍ଷକମାନେ ଶ୍ରୀ ଉମା ଚ଼ରଣ ଦାସ, ଶ୍ରୀ ଲିଙ୍ଗରାଜ ବେହେରାଓ ଶ୍ରୀ ଗୌରହରି ପଣ୍ଡା, ଉପସ୍ଥିତ ରହି କାର୍ଯ୍ୟକ୍ରମର ଗରିମା ବୃଦ୍ଧି ଥିଲେ ।

ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅତିଥିମାନେ ପୁରସ୍କାର ବଣ୍ଟନ କରିଥିଲେ । ପୁରସ୍କାର ପାଇଥିବା ପିଲାଙ୍କ ମୂହଁରେ ଖୁସି ଫୁଟି ଉଠିଥିବା ବେଳେ ଅନ୍ୟ ପ୍ରତିଯୋଗୀଙ୍କ ପାଇଁ ଏହା ଆଗାମୀ ଦିନରେ ଅଧିକ ପରିଶ୍ରମ କରିବା ଓ ନିଜକୁ ଆହୁରି ଦକ୍ଷ କରିବାରେ ପ୍ରେରଣା ଯୋଗାଇଥିଲା । ଶିକ୍ଷକ ଅଭିଭାବକ ଓ ସମାଜର ସହୋଯୋଗରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ସହିତ ସର୍ବାଙ୍ଗୀନ ବିକାଶ ସମ୍ଭବ ବୋଲି ଏହି ଆୟୋଜନରୁ ସ୍ପଷ୍ଟ ହୋଇଥିଲା । ମହାସିଙ୍ଗ ନୋଡାଲ ୟୁ.ପି.ସ୍କୁଲ ପରିସରରେ ଆୟୋଜିତ ଏହି କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ କାର୍ଯ୍ୟକ୍ରମ ଶିକ୍ଷା, ପ୍ରତିଭା ଓ ସାମୂହିକ ସହଯୋଗରେ ଏକ ଉଦାହରଣ ଭାବେ ପରିଗଣିତ ହୋଇଛି । ଏହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ଦିଗରେ ଏକ ପ୍ରେରଣା ଦାୟକ ପଦକ୍ଷେପ ବୋଲି ଉପସ୍ଥିତ ଶିକ୍ଷକ ଓ ଅଭିଭାବକମାନେ ମତ ପ୍ରକାଶ କରିଛନ୍ତି।





