ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଇନ୍‌ଷ୍ଟାଗ୍ରାମ୍ ପରିଚୟ ଆପଣେଇ ଯୁବତୀଙ୍କୁ ଦୁଷ୍କର୍ମ ପରେ ୩ ଲକ୍ଷ ଟଙ୍କା ଠକେଇ ,ଅଭିଯୁକ୍ତ ଗିରଫ

ଇନ୍‌ଷ୍ଟାଗ୍ରାମ୍ ପରିଚୟ ଆପଣେଇ ଯୁବତୀଙ୍କୁ ଦୁଷ୍କର୍ମ ପରେ ୩ ଲକ୍ଷ ଟଙ୍କା ଠକେଇ ,ଅଭିଯୁକ୍ତ ଗିରଫ – ସମୀକ୍ଷା ଖବର

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି :

ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ପୋଲିସ୍ ଇନ୍‌ଷ୍ଟାଗ୍ରାମ୍ ରେ ପରିଚୟ ଆପଣେଇ ଯୁବତୀଙ୍କ ସହ ସମ୍ପର୍କ ସ୍ଥାପନ, ଦୁଷ୍କର୍ମ ଓ ଟଙ୍କା ନେଇ ଫେରାଇ ନଥିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଭ୍ରମରପୁର ପଲ୍ଲୀ ଗ୍ରାମର ମୁରଲୀ ମହାନ୍ତିଙ୍କ ପୁଅ କହ୍ନେଇ ମହାନ୍ତି (୨୬)। ଏ ସଂକ୍ରାନ୍ତରେ କେ. ନୂଆଗାଁ ଥାନାରେ କେସ୍‌ ନଂ ୨୨୬/୨୦୨୬ ରେ ଶନିବାର ଦିନ ଏକ ମାମଲା ରୁଜୁ ହୋଇଥିବା ବ୍ରହ୍ମପୁର ପୋଲିସ୍ ଜିଲ୍ଲା ମୁଖ୍ୟାଳୟ ପକ୍ଷରୁ ପ୍ରେସ୍‌ ନୋଟ୍‌ ରେ ସୂଚନା ଦିଆଯାଇଛି। ପୋଲିସ୍ ସୂଚନା ଅନୁଯାୟୀ, ୨୦୨୫ ମସିହାରେ ଇନ୍‌ଷ୍ଟାଗ୍ରାମ୍‌ ମାଧ୍ୟମରେ ଅଭିଯୁକ୍ତଙ୍କ ସହ ପୀଡ଼ିତାଙ୍କ ପରିଚୟ ହୋଇଥିଲା। ସେହି ବର୍ଷ ନଭେମ୍ବର ମାସରେ ଖମାରିଗାଁ ସ୍ଥିତ ଉଜ୍ଜଳେଶ୍ୱର ମନ୍ଦିରକୁ ଯାଇଥିବା ସମୟରେ ଅଭିଯୁକ୍ତ ପୀଡ଼ିତାଙ୍କ ଅନିଚ୍ଛା ସତ୍ତ୍ୱେ ତାଙ୍କ ସହ ଯୌନ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗ ହୋଇଛି।

ଇନ୍‌ଷ୍ଟାଗ୍ରାମ୍ ପରିଚୟ ଆପଣେଇ ଯୁବତୀଙ୍କୁ ଦୁଷ୍କର୍ମ ପରେ ୩ ଲକ୍ଷ ଟଙ୍କା ଠକେଇ ,ଅଭିଯୁକ୍ତ ଗିରଫ – ସମୀକ୍ଷା

ପରେ ଅଭିଯୁକ୍ତ ପୀଡ଼ିତାଙ୍କ ଠାରୁ ୬ ହଜାର ଟଙ୍କା ନେଇଥିଲେ। ଟଙ୍କା ଫେରସ୍ତ ନକରିବା ଏବଂ ଫୋନ୍‌ ଉଠାଇବା ବନ୍ଦ କରିଦେବାରୁ ପୀଡ଼ିତା ତାଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କୁ ଉଭୟଙ୍କ ସମ୍ପର୍କ ବିଷୟରେ ଜଣାଇଥିଲେ। ଏହାପରେ ଅଭିଯୁକ୍ତ ତାଙ୍କୁ ଗାଳିଗୁଲଜ କରିବା ସହ ଟଙ୍କା ଫେରସ୍ତ କରିନଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ ୨୦୨୬ ଏପ୍ରିଲ୍‌ ମାସରେ ଅଭିଯୁକ୍ତ ଉଭୟେ ଏକାଠି ରହିବା ବିଶ୍ୱାସ ଦେଇ ପୀଡ଼ିତାଙ୍କ ଠାରୁ ଡାକଘର ସଞ୍ଚୟ ଖାତାରୁ ଉଠାଯାଇଥିବା ୩ ଲକ୍ଷ ଟଙ୍କା ନେଇଥିଲେ। ହେଲେ ଉକ୍ତ ଟଙ୍କା ଓ ମୋବାଇଲ୍‌ ଫେରସ୍ତ କରିନଥିବା ଅଭିଯୋଗ ରହିଛି। ଏହି ଘଟଣାରେ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ପରେ ଅଭିଯୁକ୍ତ କହ୍ନେଇ ମହାନ୍ତିଙ୍କୁ ଗିରଫ କରି ଅକ୍ଟୋବର ୧୧ ତାରିଖରେ ଦିଗପହଣ୍ଡି ଜେ ଏମ୍‌ ଏଫ୍‌ ସି ଅଦାଲତକୁ ଚାଲାଣ କରିଥିବା ଜଣାପଡିଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଚନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ :୩୮ଟି ଅଭିଯୋଗ ଗ୍ରହଣ, ଗୋଟିଏ ଅଭିଯୋଗର ସ୍ଥଳରେ ତତ୍କାଳ ସମାଧାନ