ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ପ୍ରୟାସ ଗ୍ରୁପର ୧୩ତମ ଦାଣ୍ଡିଆ ସଂସ୍କରଣ ଆୟୋଜନ: ସମସ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ଉପଲବ୍ଧ

ପ୍ରୟାସ ଗ୍ରୁପର ୧୩ତମ ଦାଣ୍ଡିଆ ସଂସ୍କରଣ ଆୟୋଜନ: ସମସ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ଉପଲବ୍ଧ – ସମୀକ୍ଷା ଖବର

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର:

ପ୍ରୟାସ’ ନବରାତ୍ରୀ ଦାଣ୍ଡିଆ ମହୋତ୍ସବ (Prayas Dandiya Festival 2K26) ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେଉଥିବା ସବୁଠାରୁ ବଡ଼ ଏବଂ ପ୍ରସିଦ୍ଧ ଦାଣ୍ଡିଆ ଉତ୍ସବ ମଧ୍ୟରୁ ଅନ୍ୟତମ । ଚଳିତ ବର୍ଷ ଏହା ନିଜର ୧୩ଶ ସଂସ୍କରଣ ପାଳନ କରୁଛି । ‘ପ୍ରୟାସ ଏ ଟ୍ରଷ୍ଟ’ (Prayas A Trust) ଆନୁକୂଲ୍ୟରେ ଏହି ମହୋତ୍ସବ ସମ୍ପୂର୍ଣ୍ଣ ପାରିବାରିକ ପରିବେଶ ଏବଂ ସାଂସ୍କୃତିକ ବିବିଧତା ସହିତ ଅତି ଧୂମଧାମରେ ଆୟୋଜନ କରାଯାଉଛି | ଏହି ମହୋତ୍ସବ ୧୬ ଅକ୍ଟୋବରରୁ ୨୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ (୫ ଦିନ ଧରି) ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିନ ସନ୍ଧ୍ୟା ୬:୦୦ ଟାରୁ ରାତି ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆ (IDCO Exhibition Ground), ୟୁନିଟ୍-୩, ଭୁବନେଶ୍ୱରରେ ଏହା ଆୟୋଜିତ ହେବାକୁ ଯାଉଛି । ଏଠାରେ ପ୍ରବେଶ ଶୁଳ୍କ (Tickets) ମୁଣ୍ଡପିଛା ମୂଲ୍ୟ ₹୨୦୦/- ରଖାଯାଇଛି । ଆପଣ ଏହାର ଅନଲାଇନ୍ ଟିକେଟ୍ BookMyShow ମାଧ୍ୟମରେ ବୁକ୍ କରିପାରିବେ ।

ପ୍ରୟାସ ଗ୍ରୁପର ୧୩ତମ ଦାଣ୍ଡିଆ ସଂସ୍କରଣ ଆୟୋଜନ: ସମସ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ଉପଲବ୍ଧ – ସମୀକ୍ଷା

ଜାଣନ୍ତୁ ମୁଖ୍ୟ ଆକର୍ଷଣ (Special Attractions) କଣ କଣ ରହିଛି: ପ୍ରାୟ ୮୭ ହଜାର ବର୍ଗଫୁଟ ଅଞ୍ଚଳରେ ଏହି ମହୋତ୍ସବର ଆୟୋଜନ କରାଯାଇଛି, ଯେଉଁଥିରେ ୨୦ ହଜାର ବର୍ଗଫୁଟର ଏକ ବିଶାଳ ଦାଣ୍ଡିଆ ଫ୍ଲୋର ପ୍ରସ୍ତୁତ କରାଯାଇଛି । ଓଡ଼ିଶାର ସେଲିବ୍ରେଟି ୬+୧ ଜଣ ଶ୍ରେଷ୍ଠ ଡିଜେ (DJs) ଏବଂ ଲାଇଭ୍ ବ୍ୟାଣ୍ଡର ଧୂନ୍‌ରେ ଦର୍ଶକମାନେ ଝୁମିବାର ସୁଯୋଗ ପାଇବେ । ୧୭ ଅକ୍ଟୋବରରେ ପ୍ରସିଦ୍ଧ ‘DJ SKB’ ମଧ୍ୟ ଏଠାରେ ପରଫର୍ମ କରିବେ । ପ୍ରତିଦିନ ସର୍ବଶ୍ରେଷ୍ଠ ନୃତ୍ୟଶିଳ୍ପୀ (Best Dancer), ଶ୍ରେଷ୍ଠ ଯୋଡ଼ି (Best Couple), ସର୍ବଶ୍ରେଷ୍ଠ ପୋଷାକ (Best Costume) ଏବଂ ଶ୍ରେଷ୍ଠ ଶିଶୁ ନୃତ୍ୟଶିଳ୍ପୀ (Best Kids Dancer) ମାନଙ୍କୁ ସମ୍ମାନିତ କରାଯିବ ।ଦାଣ୍ଡିଆ ଖେଳିବା ସହ ଲୋକମାନେ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଶୁଦ୍ଧ ନିରାମିଷ ଖାଦ୍ୟର (Pure Veg Food Stalls) ମଜା ନେଇପାରିବେ |ଆକର୍ଷଣୀୟ ଏଲ୍‌ଇଡି (LED) ଆଲୋକ ସଜ୍ଜା ଏବଂ ନୃତ୍ୟାଙ୍ଗନାମାନଙ୍କ ପାଇଁ ସ୍ୱତନ୍ତ୍ର ଷ୍ଟେଜ୍‌ର ବ୍ୟବସ୍ଥା କରାଯାଇଛି । କାର୍ଯ୍ୟକ୍ରମଟି ଅନେକ ବର୍ଷ ଧରି ସଫଳତାର ସହ ଆୟୋଜିତ ହୋଇଆସୁଛି ଏବଂ ଚଳିତ ବର୍ଷ ମଧ୍ୟ ଏହା ଗ୍ରାଣ୍ଡ ସକ୍ସେସ ହେବ ବୋଲି ଆୟୋଜକ ବନ ମହାନ୍ତି ଆଶାବାଦୀ ଅଛନ୍ତି |

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଟିଟିଲାଗଡ: ୩୦୦ ମିଟର ରାସ୍ତା, ୧୦ ଲକ୍ଷ ଟଙ୍କା ବ୍ୟୟ ଖର୍ଚ୍ଚକୁ ନେଇ ପ୍ରଶ୍ନ ଅଧିକାରୀଙ୍କ ପ୍ରତିକ୍ରିୟାକୁ ଅପେକ୍ଷା